ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନରେ ଗୋପବନ୍ଧୁ ତିରୋଧାନ ଦିବସ ପାଳିତ

ନର୍ଲା (ମନିସ) ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସରେ ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନ ନର୍ଲା ପକ୍ଷରୁ ଉକ୍ତ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମେଦିନୀଧର ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୁମୁଦ ଚନ୍ଦ୍ର ନାଏକ, ଗଗନ ବିହାରୀ ସା, ଶ୍ରୀମତୀ ବାସନ୍ତୀ ସାହୁ, ଶିବରାମ ସାହୁ, ବେଣୁପାଣି ଗଉଡ,ଶରତ ଭୋଇ, ମଧୁସୂଦନ ରାଉତ ଯୋଗଦାନ କରି ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳୀ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ଉପସ୍ଥିତ ବକ୍ତା, କବି ଓ ଲେଖକ ମାନେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତି ଚାରଣ କରି ତାଙ୍କର ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ଆଜିର ଯୁବଗୋଷ୍ଠୀ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅନୁଷ୍ଠାନର ସଂପାଦକ ମଧୁସୂଦନ ରାଉତ ବାର୍ତ୍ତା ଦେଇଥିଲେ। ଆଗାମୀ ଦିନରେ ଏହି ଅନୁଷ୍ଠାନର ମୁଖପତ୍ର ପ୍ରକାଶ କରିବ ବୋଲି ସଭାପତି ଶ୍ରୀ ଜାନୀ ପ୍ରକାଶ କରିଥିଲେ। ଶେଷରେ ମଧୁସୂଦନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ ଠାକୁର ସହ ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସମ୍ମାନିତ ହେଲେ ମୂଳ ନିବାସୀ ଦଳିତ ସେବାସଙ୍ଘ ର ସଭାପତି ଓ ସମାଜସେବୀ 

କେନ୍ଦୁପାଣି ଗାଁ ରେ ଭାଲୁ ଆକ୍ରମଣ ରେ ବ୍ୟକ୍ତି ଗୁରୁତର

masiha

ବ୍ଲକ୍‌ଗ୍ରାଣ୍ଟ ବନାମ ଏସ୍‌ଏସ୍‌ବି: ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଛକାପଞ୍ଝା

Leave a Comment

error: Content is protected !!