ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ଲାଗି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା

ନବରଙ୍ଗପୁର-(ମସିହା)ଓଡ଼ିଶାର ବାହାନଗା ଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ବହୁ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଅନେକ ପରିବାର ଉଜୁଡ଼ି ଯାଇଛି l ବହୁ ଶିଶୁ ଅନାଥ ହୋଇଥିବାବେଳେ କିଏ ମା କୁ ହରାଇଛି ତ ଆଉ କିଏ ବାପା କୁ ହରାଇଛି, ଆଉ କେଉଁ ମା କୁଢ କୁଢ କୁଢ ଶବ ରୁ ତା ପୁଅ କୁ ଖୋଜି ପାଉ ନ ଥିଲା l କେତେ ଶବ ଚିହ୍ନଟ ହେଲା ତ କେତେ ଶବ ଚିହ୍ନଟ ହୋଇ ପାରିନାହିଁ l ଏ ଦୁଃଖଦ ଖବରରେ ସାରା ରାଜ୍ୟ ସହ ସାରା ଭାରତ କୁ ସ୍ତବ୍ଧ କରି ଦେଇଥିଲା ଏହି ଘଟଣା l ମୃତକ ଓ ଆହତ ଙ୍କ ପରିବାରକୁ ରାଜ୍ୟ ସରକାର, କେନ୍ଦ୍ର ସରକାର ସହାୟତାର ରାଶି ବଢାଇ ଥିବା ବେଳେ ପରମ ପ୍ରେମ ମୟ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ସତସଙ୍ଗ ବିହାର ରୁ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ମାନଙ୍କ ସାହାର୍ଯ୍ୟ ନିମନ୍ତେ ସତସଙ୍ଗର ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ଆତ୍ମାର ସଦ୍ ଗତି କାମନା ସହ ଆହତ ମାନଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ସମସ୍ତ ସତସଙ୍ଗର ଗୁରୁଭାଇ ଓ ମା ମାନେ l ଏଭଳି ଅପୂରଣୀୟ କ୍ଷତିର ଶିକାର ହୋଇଥିବା ଲୋକମାନଙ୍କୁ ସହାୟତାର ହାତ ବଢାଇଛନ୍ତି ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାର, ଦେଓଘରର ବର୍ତ୍ତମାନ ର ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ଯ ଦେବ l ସମସ୍ତ ପରିବାର ଇଷ୍ଟ ଙ୍କୁ ଧରି ସୁଖରେ ରୁହନ୍ତୁ ଏହାହିଁ ତାଙ୍କର ଆଶିର୍ବାଦ ବଚନ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଜ୍ୟ ବି ଜେ ପି ସରକାର ଶ୍ରମିକ ଙ୍କ କାର୍ଯ୍ୟ ଦିବସକୁ ୮ ରୁ ୧୨ ଘଣ୍ଟା କୁ ବୃଦ୍ଧି କରିବା ନିଷ୍ପତ୍ତି ବିରୁଦ୍ଧରେ ଏନ୍ ଏସ ପି ସି ଏଲ୍ ଓରକର୍ସ ୟୁନିୟନର ବିକ୍ଷୋଭ, ପ୍ରତ୍ୟାହାର ପାଇଁ ଦାବି

Sunil Chandra Nayak

ପୂଜ୍ୟ ପୂଜା ସମିତି ପକ୍ଷରୁ ଓଡ଼ିଶା ଦିବସ ପାଳନ

Sunil Chandra Nayak

ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ଜନ ସଚେତନତା ପାଇଁ ସାମ୍ୱାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!