ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ : ମନ୍ଦିର ମେଡିକାଲ ପରିଦର୍ଶନ ସହ ବିଭିନ୍ନ ଅଭିଯୋଗ ପରଖିଲେ

କନ୍ଧମାଳ,18/06.(ମନିସ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।ଏହା ପରେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ୫-ଟି ରେ ଅନ୍ତର୍ଭୁକ୍ତ କରିବା ସହିତ ଚିକିତ୍ସାଳୟରେ ଥିବା ମା’ ଶିଶୁ ସ୍ୱତନ୍ତ୍ର କକ୍ଷ ଗୃହ ନିମନ୍ତେ କିଛି ସରକାରୀ ସହାୟତା ପାଇଁ ସୁପାରିଶ କରିବେ ବୋଲି କହିଥିଲେ l ୫-ଟି ସଚିବ ଙ୍କୁ ବାଲିଗୁଡା ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଗୁଡ଼ିକ ଜଣାଇବା ନିମନ୍ତେ କୋଟଗଡ଼, ତୁମୁଡ଼ିବନ୍ଧ, କ.ନୂଆଗାଁ ଓ ବାଲିଗୁଡ଼ା ଏହିପରି 4 ଗୋଟି ବ୍ଲକର ମିଶନ ଶକ୍ତି ମହିଳା ମାନଙ୍କ ସହିତ ପୁରୁଷ ମାନେ ମଧ୍ୟ ଉପସ୍ଥିତ ରହି ନିଜ ନିଜ ଗ୍ରାମର ସମସ୍ୟା ଜଣାଇଛନ୍ତି l ପରେ ସେ ବାଲିଗୁଡ଼ା ମିନି ଷ୍ଟାଡିୟମକୁ ଯାଇ ମିଶନ ଶକ୍ତିର ଏସ୍ଏଚଜି ଗ୍ରୁପ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ବାଲିଗୁଡ଼ା ଉପଖଣ୍ଡ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଗ୍ରହଣ କରିବା ସହିତ ଅଞ୍ଚଳରେ ସମସ୍ୟା ଗୁଡିକ ନିଶ୍ଚିତ ଆଲୋଚନା ଭୁକ୍ତ ପୂର୍ବକ ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ।୫-ଟି ସଚିବଙ୍କ ସମେତ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, କ୍ରୀଡା ସଚିବ ଭିନେଲ କ୍ରିଷ୍ଣା, କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର ରଂଜିତ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଙ୍କ ସମେତ ସମସ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

କନ୍ଧମାଳ ରୁ ସଞ୍ଜୟ କୁମାର  ପାଣିଗ୍ରାହି ଙ୍କ ରିପୋର୍ଟ 

Related posts

ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ବରିଷ୍ଠ ନାଗରିକ ସଂଗଠନ ଜୁନାଗଡର ଦ୍ବିତୀୟ ସାଧାରଣ ବୈଠକ

ବାର ହାତ ଖଡ୍ଗ ଶୋଭାଯାତ୍ରା ଓ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!