ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନାସ୍ଥା ପ୍ରସ୍ତାବ ଡ୍ରାମା… ପୁଣି ସ୍ଥଗିତ ହେଲା ଜୁନାଗଡ଼ ଏନ୍‌ଏସିରେ ଅନାସ୍ଥା ଭୋଟ୍‌

ଅନାସ୍ଥା ପ୍ରସ୍ତାବ ଡ୍ରାମା…

ପୁଣି ସ୍ଥଗିତ ହେଲା ଜୁନାଗଡ଼ ଏନ୍‌ଏସିରେ ଅନାସ୍ଥା ଭୋଟ୍‌

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସିରେ ଶୁକ୍ରବାର ପୁଣି ଅନାସ୍ଥା ଭୋଟ୍‌ ସ୍ଥଗିତ ରହିଛି। ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ବାଲଙ୍କ ବିରୋଧରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ୍‌ ଗ୍ରହଣ କରାଯିବାର ରହିଥିଲା। ମାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ନ ଆସିବାରୁ ଏହା ସ୍ଥଗିତ ରହିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଏବେ କଳାହାଣ୍ଡି ଜିଲ୍ଲାପାଳ ଦାୟିତ୍ୱରେ ରହିଥିବାରୁ ସେ ଆସି ପାରି ନ ଥିବା ସ୍ଥାନୀୟ ଇଓ ପ୍ରମୋଦ କୁମାର ଖିଲୋ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧ ତାରିଖ ମଧ୍ୟ ଏଠାରେ ଅନାସ୍ଥା ଭୋଟ ହେବାର ଥିଲା। ହେଲେ ଉକ୍ତ ଦିନ ମଧ୍ୟ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ସ୍ବାସ୍ଥ୍ୟାବସ୍ଥା କାରଣରୁ ଆସି ନ ଥିଲେ। ଯାହାଫଳରେ ସେହି ଦିନ ମଧ୍ୟ ଅନାସ୍ଥା ଭୋଟ୍‌ ସ୍ଥଗିତ ରହିଥିଲା। ୨ ଥର ଏପରି ବ୍ୟତିକ୍ରମକୁ ନେଇ ସ୍ଥାନୀୟ ବିଜେଡି କାଉନସିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ଗଣତାନ୍ତ୍ରିକ ପଦ୍ଧତିକୁ ଜିଲ୍ଲା ପ୍ରଶାସନ ଏପରି ଅବହେଳା କରି ହତ୍ୟା କରୁଛି ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ,, ଜୁନାଗଡ଼ ଏନ୍‌ଏସିର ମୋଟ୍‌ କାଉନସିଲରଙ୍କ ସଂଖ୍ୟା ୧୨ ଥିବା ବେଳେ ସେମାନଙ୍କ ଭିତରୁ ବିଜେଡିର ୧୦ ଓ ଭାଜପାର ମାତ୍ର ୨ ଜଣ କାଉନସିଲର ରହିଛନ୍ତି। ଯାହାଫଳରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି କାଉନସିଲରଙ୍କ ସଂଖ୍ୟା ଅଧିକ ରହିଥିବାରୁ ସିଧାସଳଖ ନିର୍ବାଚିତ ହୋଇଥିବା ମୁକେଶଙ୍କ ବିପକ୍ଷରେ ଭୋଟ୍‌ ଯିବାର ଆଶଙ୍କା ରହିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭବାନୀପାଟଣା ଠାରେ ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ଦଳବେଡା ଠାରେ ମା ଠାକୁରାଣୀ ବାର୍ଷିକ ମଣ୍ଡେଇ 

Sunil Chandra Nayak

ଛତ୍ତିଶଗଡ଼ ର ହାତୀପଲ ଓଡ଼ିଶା ରେ ପଶି ମକା ଫସଲ କଲା ନଷ୍ଟ 

masiha

Leave a Comment

error: Content is protected !!