ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡି.ଏ.ଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଗ୍ରନ୍ଥIଗାର ଦିବସ ପାଳନ ସମାରୋହ 

–ଡି.ଏ.ଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଗ୍ରନ୍ଥIଗାର ଦିବସ ପାଳନ ସମାରୋହ 

ଲାଞ୍ଜିଗଡ ସ୍ଥିତ ଡ଼ିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ପଦ୍ମଶ୍ରୀ ଏସ ଆର ରଙ୍ଗନାଥମଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି l ସର୍ବପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ଭୁଜବଳ ପଦ୍ମଶ୍ରୀ ଏସ ଆର ରଙ୍ଗନାଥମ ଙ୍କ ପ୍ରତିମୂର୍ତ୍ତି ଆଗରେ ଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପ ମାଲ୍ୟାର୍ପଣ କରି ଉତ୍ସବଟିର ଶୁଭାରମ୍ଭ କରିଥିଲେ l ଏହି ସାହିତ୍ୟ ଆସରରେ ଅଧ୍ୟକ୍ଷ ମହୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ପ୍ରେମୀ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ । ଜ୍ଞାନ ଆହରଣ ପାଇଁ ଗ୍ରନ୍ଥାଗାର ବା ଲାଇବ୍ରେରୀ ହେଉଛି ସବୁଠାରୁ ପବିତ୍ର ସ୍ଥାନ,ଏହାକୁ “ଜ୍ଞାନର ମନ୍ଦିର” ବୋଲି କୁହାଯାଏ । ଗୋଟିଏ ଭଲ ବହି ଶହେ ଜଣ ସାଙ୍ଗ ସହିତ ସମାନ । ସେହିପରି ଗୋଟିଏ ଗ୍ରନ୍ଥାଗାର ହେଉଛି ଜ୍ଞାନର ଏକ ବିରାଟ ସମୁଦ୍ର, ଯେଉଁଠାରେ ଇତିହାସ,ବିଜ୍ଞାନ, ସାହିତ୍ୟ ଏବଂ ସଂସ୍କୃତିର ମୂଲ୍ୟବାନ ରତ୍ନ ଭରି ରହିଥାଏ । ତତପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ମନୋମୁଗ୍ଧକର ସଂଗୀତ ପରିବେଷଣ ହୋଇଥିଲା l ଉକ୍ତ ସାହିତ୍ୟ ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ବିଦ୍ୟାଳୟର ଗ୍ରନ୍ଥାଗାରିକ ଶିକ୍ଷକ ଶ୍ରୀ ଦୀପକ କୁମାର ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଡିଜିଟାଲ୍ ଯୁଗରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ଯୋଗୁଁ ପିଲାମାନଙ୍କ ମଧ୍ୟରେ ବହି ପଢ଼ିବା ଅଭ୍ୟାସ ଧୀରେ ଧୀରେ କମିବାରେ ଲାଗିଛି । ମାତ୍ର ମୋବାଇଲ୍ ସ୍କ୍ରିନ୍‌ କେବେ ହେଲେ ବହିର ବିକଳ୍ପ ହୋଇପାରିବ ନାହିଁ । ବହି ପଢ଼ିବା ଦ୍ୱାରା ଆମର ଚିନ୍ତାଧାରା ଉନ୍ନତ ହୁଏ, ଏକାଗ୍ରତା ବଢ଼େ ଏବଂ ଶବ୍ଦକୋଷ ସମୃଦ୍ଧ ହୁଏ । ଶିକ୍ଷକ ଶ୍ରୀ କିଶୋର କୁମାର ମଲ୍ଲିକ ମୁଖ୍ୟ ବକ୍ତା ରୂପେ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ ଛାଡି ପୁସ୍ତକ ଅଧ୍ୟୟନ କରିବାକୁ ଆହ୍ୱାନ କରିଥିଲେ,ହିନ୍ଦୀ ଶିକ୍ଷକ ବେଦ ପ୍ରକାଶ ଉପାଧ୍ୟାୟ କବିତା ପାଠ କରିଥିଲେ l ଶେଷରେ ଆନୁଷ୍ଠାନିକ ରୂପେ ଫରେନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭାଟିର ପରିସମାପ୍ତି ଘୋଷଣା କରାଯାଇଥିଲା l

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସିଆରପି ମାନଙ୍କୁ ତାଲିମ

Sunil Chandra Nayak

୧୦୪ ଦିନରେ ୩୨% ଲକ୍ଷ୍ୟ ସାଧନ: ବ୍ରହ୍ମପୁରରେ ବନ୍ଧ୍ୟାକରଣ ଅଭିଯାନ ଆଗୁଆ

ଆମେ ଓଡିଆ’ର ‘ଆମ ସଂସ୍କୃତି ଓ ଆମ ପରମ୍ପରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!