ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମସ୍ରୋବ ଉପଲକ୍ଷେ ପାଲିଙ୍କି ଶୋଭାଯାତ୍ରା , ୨- କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଡଙ୍ଗାର ପସରା , ୩- ପାଚିକା ସହାୟିକା ସଂଘର ବୈଠକ

ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମସ୍ରୋବ ଉପଲକ୍ଷେ ପାଲିଙ୍କି ଶୋଭାଯାତ୍ରା

ଢେଙ୍କାନାଳ, ୨୧/୧୧: ଢେଙ୍କାନାଳ ସହର ପି.ଡବ୍ଲୁ.ଡି. ରୋଡସ୍ଥିତ ସତ୍ୟସାଇ ବାବା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ଉପଲକ୍ଷେ ଭଜନ କୀର୍ତନ ସହ ଅପରାହ୍ନ ଘ.୪.୩୦ମି.ରେ ମନ୍ଦିର ଠାରୁ ବାହାରି ସଂଧ୍ୟା ଘ.୫.୩୦ ମି. ପର୍ଯ୍ୟନ୍ତ ସହର ପରିକ୍ରମା ପାଲିଙ୍କି ଶୋଭାଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁତ ଭାଇଭଉଣୀ ଭକ୍ତମାନେ ଅଂଶଗ୍ରହଣ କରି ସଫଳ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ କୃତଜ୍ଞ ଜଣାଇଥିଲେ । ଆସନ୍ତା କାଲି ସୋମବାର ମନ୍ଦିର ପରିସରରେ ସକାଳ ୯ ଘଟିକା ଠାରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମ ଆବାହକ ତପନ କୁମାର ସାହୁ ସୂଚନା ଦେଇଛନ୍ତି ।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଡଙ୍ଗାର ପସରା

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହର। ଏହି ପବିତ୍ର ଦିନରେ ବୋଇତ ବନ୍ଦାଣ ପରମ୍ପରାକୁ ପାଳନ କରିବା ପାଇଁ ସହରର ବିଭିନ୍ନ ବଜାର ଓ ଛକରେ ଖୋଲିଛି ଡଙ୍ଗାର ପସରା। 

ବିଭିନ୍ନ ରଙ୍ଗ ଓ ଆକାରର ଡଙ୍ଗା କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ମଧ୍ୟ ଜମିବାରେ ଲାଗିଛି। ଢେଙ୍କାନାଳ ଆନନ୍ଦ ବଜାରରେ ଡଙ୍ଗା ବ୍ୟବସାୟ କରୁଥିବା ଶ୍ରୀରାମ ସାହୁ କହିଛନ୍ତି, ଦୀର୍ଘ ୨୦ ବର୍ଷ ଧରି ସେ ଏହି ବ୍ୟବସାୟ କରିଆସୁଛନ୍ତି। ଏଠାରେ ବିକ୍ରି ହେଉଥିବା ଡଙ୍ଗାଗୁଡ଼ିକ ଜଟଣୀରୁ ଆସିଥାଏ।

ଛୋଟରୁ ବଡ଼ ବିଭିନ୍ନ ପ୍ରକାରର ଡଙ୍ଗାର ଦାମ୍ ୧୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ନିଜ ସାମର୍ଥ୍ୟ ଅନୁସାରେ ଲୋକେ ଡଙ୍ଗା କିଣି ଏହି ପରମ୍ପରାରେ ସାମିଲ ହେଉଛନ୍ତି।

ପୁରାତନ ଓଡ଼ିଆ ନୌବାଣିଜ୍ୟର ସ୍ମୃତିକୁ ମନେ ପକାଇ ଡଙ୍ଗା ଭସାଇବାର ଏହି ପରମ୍ପରା ଆଜି ବି ଓଡ଼ିଆଙ୍କ ମନରେ ଉତ୍ସାହ ଓ ଆନନ୍ଦ ଭରିଦେଉଛି।

ପାଚିକା ସହାୟିକା ସଂଘର ବୈଠକ

ଢେଙ୍କାନାଳ, ୨୨/୧୧: ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ନିଳ ଓଡିଶା ଏମ୍.ଡି.ଏମ୍ ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସମ୍ପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଆସନ୍ତା ତା.୩୦.୧୧.୨୦୨୬ରିଖରେ ବିଧାନସଭା ସମ୍ମୁଖରେ ହେବାକୁ ଯାଉଥିବା ମିଳିତ ମଂଚର ଆନ୍ଦୋଳନ ଉପରେ ଆଲୋଚନା କରାଯାଇଥିଲା । ମାସିକ ପାରିଶ୍ରମିକ ଅପ୍ରେଲ୍ ମାସ ଠାରୁ ବିଳମ୍ବରେ ମିଳୁ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ପୃଥକ ଭାବରେ ଟଙ୍କା ନଦେଇ ଏକକାଳୀନ ଯେପରି ଭାବରେ ଦିଆଯାଉଥୁଲା ସେପରି ଭାବରେ ମାସର ପ୍ରଥମ ସପ୍ତାହରେ ଦେବାକୁ ବ୍ୟବସ୍ଥା କରିବାକୁ ସଂଘ ଦାବି କରୁଛି । ସର୍ବନିମ୍ନ ମଜୁରୀ ୧୦ ମାସ ପରିବର୍ତେ ୧୨ ମାସର ପାରିଶ୍ରମିକ, ପାଚିକା ସହାୟିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ଅବସର ସମୟରେ ସତନ୍ତ୍ର ସହାୟତା ସହିତ ପେନ୍‌ସନ୍, ବିଇଓଙ୍କ ଦ୍ବାରା ନିଯୁକ୍ତି, ବର୍ଷକୁ ୨ଟି ଶାଢୀ ସହିତ ୧୨ଦଫା ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରା‌ଯିବ। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଉକ୍ତ ଦିନ ବିଦ୍ୟାଳୟମାନଙ୍କରେ ରୋଷେଇ କାର୍ଯ୍ୟ ବନ୍ଦ କରି ପାଚିକାମାନେ ଆନ୍ଦୋଳନରେ ସାମିଲ୍ ହେଉଥିବାରୁ ମଧ୍ୟାହ୍ନ ଭୋଜନରେ ବ୍ୟାଘାତ ହେଉଥିବାରୁ ସଂଘ ଦୁଃଖ ପ୍ରକାଶ କରୁଛି । ବର୍ତମାନ ଯେପରି ଭାବରେ ବଜାରରେ ଦର୍‌ଦାମ ବୃଦ୍ଧି ଘଟିବାରେ ଲାଗୁଛି ଏଥିରେ ଗୋଟିଏ ପାଚିକା ପରିବାର ମାସକୁ ୩ହଜାର ଟଙ୍କାରେ କିପରି ଭାବରେ ଚଳିବ ବୋଲି ରାଜ୍ୟ ଉପଦେଷ୍ଟା ରବି ରଥ ଶାସକ ଏବଂ ପ୍ରଶାସକଙ୍କୁ ପ୍ରଶ୍ନ କରିଛନ୍ତି । ଆଉ ମଧ୍ୟ କରୋନା ପୂର୍ବରୁ ରାଜ୍ୟରେ ୩ଗୋଟି ପାଚିକା ସଂଘ ଥିବାବେଳେ କିଛି ଦାବୀ ହାସଲ କରିଥିଲା । କରୋନା ସମୟରେ ୫/୬ଟି ସଂଘ ଗଠନ କରି ପୃଥକ ପୃଥକ ଭାବେ ଆନ୍ଦୋଳନ ସଂଗଠିତ କରି କି ପ୍ରକାର ଦାବୀ ହାସଲ କରିଛନ୍ତି ବୋଲି ରାଜ୍ୟର କର୍ମକର୍ତାଙ୍କୁ ପ୍ରଶ୍ନ କରିଛନ୍ତି । ଏହି ଆନ୍ଦୋଳନରେ ପାଚିକା ସହାୟିକା ସଂଘ ଗୁଡିକ ସାମିଲ୍ ହୋଇ କେତେଗୋଟି ଦାବୀକୁ ହାସଲ କରିବାକୁ ଅହ୍ବାନ ଦେଇଥିଲେ । ଏହି ମର୍ମରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧୁକାରୀ, ଗୋଷ୍ଠୀ ଶିକ୍ଷା ଅଧୁକାରୀ, ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ବୈଠକରେ ଶାନ୍ତିପ୍ରିୟା ସାହୁ, ସୁବାଶିନୀ ବେହେରା, ଉତରା ପାତ୍ର, ଦୀପ୍ତିମୟୀ ଷଡଙ୍ଗୀ, ରେବତୀ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ମୁସଲିମ ଜମାତ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଅଞ୍ଚଳର ବିକାଶ ରେ ସାମିଲ ହେବାପାଇଁ ସଂକଳ୍ପ…

masiha

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଖଡ଼ିଆଳ ଠାରେ ଗୁରୁ ଦିବସ ପାଳନ

masiha

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ ।

Leave a Comment

error: Content is protected !!