ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ

ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ

 ରାଉରକେଲା: ସାମାଜିକ ତଥା ସାହିତ୍ୟ ଅନୁଷ୍ଠାନ ସୁବର୍ଣ୍ଣରେଖା ଓ ଆପୋଲୋ ହସ୍ପିଟାଲ, ରାଉରକେଲାର ମିଳିତ ସହଭାଗିତାରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ ହୋଇଯାଇଛି । ବାସନ୍ତୀ କଲୋନୀସ୍ଥ “ବ୍ୟାସଭବନ” ପରିସରରେ ପୂର୍ବାହ୍ନ ରେ ମେଡିସିନ, ସର୍ଜରୀ,ସ୍ତ୍ରୀ ରୋଗ, ଦନ୍ତରୋଗ ଆଦି ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ୟୂନ ଦୁଇଶହ ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହେବା ସହ ନିଃଶୁଳ୍କ ଔଷଧ ବଣ୍ଟନ ହୋଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁସାରେ ରକ୍ତ ଶର୍କରା,ରକ୍ତ ଚାପ, ଇସିଜି ପରୀକ୍ଷା କରାଯାଇଥିଲା।

ଏହି ଶିବିରରକୁ ବରିଷ୍ଠ ଉପଦେଷ୍ଟା ଶଲ୍ୟ ଚିକିତ୍ସକ ଡାକ୍ତର ପ୍ରତାପ ଚନ୍ଦ୍ର ଜେନା ଉଦଘାଟନ କରିବା ସହ ରୋଗୀ ସେବା ଯୋଗାଇ ଥିଲେ। ପ୍ରାକ୍ତନ ସଭାପତି ସ୍ତ୍ରୀ ରୋଗ ବିଶେଷଜ୍ଞଡାକ୍ତର ମଧୁସୂଦନ ସାହୁ, ଦନ୍ତରୋଗ ବିଶେଷଜ୍ଞା ଡାକ୍ତର ସମୀକ୍ଷା ଜେନା ସେବା ପ୍ରଦାନ କରିଥିଲେ ।

ଆପୋଲୋ ହସ୍ପିଟାଲର ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଡା ଅଖିଳ ଜୈନଙ୍କ ଦିଗଦର୍ଶନ ଦେବାସହ , ଭେଷଜ ବିଶେଷଜ୍ଞ ଡାକ୍ତର ଅମିତ୍ ଓ ପାରା ମେଡିକାଲ ଷ୍ଟାଫ୍ ବିଶେଷ ଭାବେ ସହଯୋଗ କରିଥିଲେ ଏବଂ ଅନୁଷ୍ଠାନ ତରଫରୁ ଡାକ୍ତର ସାନ୍ତ୍ଵନା ପରିଡ଼ା,ପାରା ମେଡିକାଲ ଷ୍ଟାଫ୍ 

ଶ୍ରୀକାନ୍ତ ଦାସ, ସରୋଜ ମହାନ୍ତି, ରାଜେନ୍ଦ୍ର ଜେନା,ପ୍ରଳୟ ଚାନ୍ଦ, ମଳୟ ଚାନ୍ଦ,ସୁଚିସ୍ମିତା ପାଲ, ସରୋଜିନୀ ସୂତାର ବିଶେଷ ସହଯୋଗ କରିଥିଲେ। ସୁବର୍ଣ୍ଣରେଖା ର ସଭାପତି ବନବିହାରୀ ରଣା, ସାଧାରଣ ସମ୍ପାଦକ କମଳାକାନ୍ତ ପ୍ରଧାନ ସଭାରେ ମଞ୍ଚାସୀନ ଥାଇ ଅନୁଷ୍ଠାନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ନିତ୍ୟାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରର ସଫଳ ଆୟୋଜନ ପାଇଁ ଗୀତାଞ୍ଜଳି ପଣ୍ଡା, ଦେବଯାନୀ ଘୋଷ, ଛବି ରାଣୀ ପ୍ରଧାନ,ବନଜା ଦାସ, ସୁଷମା ସାହୁ, ଶକୁନ୍ତଳା ଆଦକ, ପୂଜା ଗିରି, ସସ୍ମିତା ମଣ୍ଡଳ,କନକଲତା ଜେନା ,ମନୋରଞ୍ଜନ ଦାସ, କଲ୍ୟାଣ କମଳ ପଣ୍ଡା,ବିଜୟ ପ୍ରଧାନ, ଅଜିତ୍ ମହାପାତ୍ର,ଆନନ୍ଦ ଗିରି,ସମୀର ମଣ୍ଡଳ, ରବିନ୍ଦ୍ରନାଥ ଜେନା, ଅରକ୍ଷିତ ଆଦକ, ପ୍ରଫୁଲ୍ଲ ସାହୁ, ରାଧାକୃଷ୍ଣ ଦଳପତି, କବିନ୍ଦ୍ର ଦେଓ, ପର୍ଶୁରାମ ମଲ୍ଲିକ୍,ବରୁଣ ମାଝୀ, କରୁଣାକର ବାରିକ,ଗଗନ ପ୍ରଧାନ,ରାଜୀବ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଳ ଓ ପରିମକ ବିଭାଗର କୁମ୍ଭକର୍ଣ ନିଦ୍ରା ଭାଙ୍ଗୁନି:ରାସ୍ତାରେ ପାଣି ଭାସି ରାସ୍ତା ଖରାପ ହେଉଛି:ଦେଖିବାକୁ କିଏ ନାହିଁ

Sunil Chandra Nayak

ଗରଗାବ ସେକ୍ସନର ଡୋକା ଡଙ୍ଗରୀଜଙ୍ଗଲରେ ବନ ମହୋତ୍ସବ ପାଳିତ

ଜିଲ୍ଲାର ଗୈ।ରବ ବଢାଇଲେ ପୂର୍ଣ୍ଣେନ୍ଦୁ ଓ ଶୁଭେନ୍ଦୁ 

Sunil Chandra Nayak

Leave a Comment

error: Content is protected !!