ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାର ଗୈ।ରବ ବଢାଇଲେ ପୂର୍ଣ୍ଣେନ୍ଦୁ ଓ ଶୁଭେନ୍ଦୁ 

ଜିଲ୍ଲାର ଗୈ।ରବ ବଢାଇଲେ ପୂର୍ଣ୍ଣେନ୍ଦୁ ଓ ଶୁଭେନ୍ଦୁ 

ରାଉରକେଲା : ସୁନ୍ଦରଗଡ଼ର ମେଧାବୀ ଭ୍ରାତୃଦ୍ୱୟ ପୂର୍ଣ୍ଣେନ୍ଦୁ ଧର ଓୟୁଏଟି ୧୦୦ ପରସେଣ୍ଟାଇଲ୍ ସହ ୩ୟ ସ୍ଥାନରେ ଏବଂ ସାନଭାଇ ଶୁଭେନ୍ଦୁ ଧରଙ୍କ ଦଶମ ବୋର୍ଡରେ ୯୭ ପ୍ରତିଶତ ମାର୍କ ସହ ଅଭୂତପୂର୍ବ ସଫଳତା ପାଇ ଜିଲ୍ଲା କୁ ଗୈ।ରବାନ୍ବିତ କରିଛନ୍ତି। ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ର ପିତା ଉମାଶଙ୍କର ଧର ଏବଂ ମାତା ଦିବ୍ୟଶ୍ରୀ ଧରଙ୍କ ଦୁଇଟି ଯାକ ମେଧାବୀ ପୁତ୍ର ଚଳିତ ଶିକ୍ଷାବର୍ଷର ବିଭିନ୍ନ ପ୍ରମୁଖ ବୋର୍ଡ ଏବଂ ଜାତୀୟ ଓ ରାଜ୍ୟ ସ୍ତରୀୟ ପରୀକ୍ଷାରେ ବିରଳ କୃତିତ୍ୱ ପ୍ରଦର୍ଶନ କରି ସମଗ୍ର ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି। ଦୁଇ ଭାଇଙ୍କର ଏହି ଗୌରବମୟ ସଫଳତା ବଡ଼ ଭାଇ ପୂର୍ଣ୍ଣେନ୍ଦୁ ଧରଙ୍କ ଓୟୁଏଟି ପରୀକ୍ଷା (ଓଡ଼ିଶା କୃଷି ଓ ବେଷାୟିକ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା)ରେ ସର୍ବଶ୍ରେଷ୍ଠ ୧୦୦ ପରସେଣ୍ଟାଇଲ୍ ରଖି ସମଗ୍ର ରାଜ୍ୟରେ ଯୋଗ୍ୟତା ଭିତ୍ତିରେ ୩ୟ ସ୍ଥାନ ହାସଲ କରି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକ ଐତିହାସିକ ସଫଳତା ଆଣିଦେଇଛନ୍ତି। ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତମାର୍କ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୬.୪ ପ୍ରତିଶତ ମାର୍କ ରଖି ନିଜର ଶିକ୍ଷାଗତ ଶ୍ରେଷ୍ଠତା ପ୍ରତିପାଦିତ କରିଛନ୍ତି। ଜେଇଇ ଆଡଭାନ୍ସଡ୍ ଓ ନିଟ୍ ଜାତୀୟ ସ୍ତରର ଅତ୍ୟନ୍ତ କଠିନ ଇଞ୍ଜିନିୟରିଂ ଏବଂ ମେଡିକାଲ୍ ଉଭୟ ପ୍ରବେଶିକା ପରୀକ୍ଷାରେ ସେ ଉଚ୍ଚ ସ୍ଥାନ ସହ ସଫଳତା ପାଇଛନ୍ତି। ସେହିପରି ସାନ ଭାଇ ଶୁଭେନ୍ଦୁ ଧର ଦଶମ ବୋର୍ଡ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ହାସଲ କରି ପରିବାର ଓ ଅଞ୍ଚଳର ଗୌରବ ବଢ଼ାଇଛନ୍ତି।ଏକ ସଙ୍ଗେ ଗୋଟିଏ ପରିବାରର ଦୁଇ ଭାଇଙ୍କର ଏଭଳି ବିରଳ ଏବଂ ସର୍ବୋଚ୍ଚ ସଫଳତା ପାଇବା ପଛରେ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଏକାଗ୍ରତା, ପିତାମାତାଙ୍କର ସଠିକ୍ ସଂସ୍କାର ଓ ସହଯୋଗ ଏବଂ ଗୁରୁଜନ ମାନଙ୍କର ସଠିକ୍ ମାର୍ଗଦର୍ଶନ ରହିଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ୱତନ୍ତ୍ର ଶ୍ରୀ ମନ୍ଦିର ସୁରକ୍ଷା ବାହିନୀର ମହାନତା : ସଧାରଣରେ ଉଚ୍ଚ ପ୍ରଶଂସା 

Sunil Chandra Nayak

ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି

Sunil Chandra Nayak

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ:- ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି

Sunil Chandra Nayak

Leave a Comment

error: Content is protected !!