ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଓଡ଼ିଶା ଟିମ୍ ଚମ୍ପିୟାନ 

ଜାତୀୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଓଡ଼ିଶା ଟିମ୍ ଚମ୍ପିୟାନ 

ଜଳେଶ୍ଵର,୧୧/୧୧( ମନିସ)-ଜଳେଶ୍ବର ବ୍ଲକ ଉପାନ୍ତ ନାମ୍ପୋ ଫାଣ୍ଡି ଅନ୍ତର୍ଗତ ନେତୁଆ ପଞ୍ଚାୟତ ଅଧୀନ କମାର ଶାଳିଆ ଠାରେ ୪୦ ବର୍ଷ କାଳୀପୂଜା ପୂର୍ତ୍ତି ଅବସରରେ ଏକ ଜାତୀୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ବର୍ଣ୍ଣ୍ୟାଢ୍ୟ ଟୁର୍ଣ୍ଣାମେଣ୍ଟକୁ ପଡୋଶୀ ରାଜ୍ୟ ପଶ୍ଚିମବଂଗର ଦାନ୍ତୁନ ବିଧାନ ସଭା କ୍ଷେତ୍ରର ବିଧାୟକ ଅଜିତ୍ କୁମାର ଜାନା ଉଦଘାଟନ କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଭାବାନ ଖେଳାଳିମାନଙ୍କ ଅଂଶଗ୍ରହଣ ଏହି ପ୍ରତିଯୋଗିତାକୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଛି ବୋଲି ଶ୍ରୀ ଜାନା ମତ ବ୍ୟକ୍ତ କରିଥିଲେ।

 କ୍ରୀଡ଼ା ମାଧ୍ୟମରେ ହିଁ ଶୃଙ୍ଖଳା, ସୌହାର୍ଦ୍ଦ୍ୟ ଓ ସୁସ୍ଥ ପ୍ରତିଯୋଗିତାର ମନୋଭାବ ଗଢ଼ି ଉଠିଥାଏ ବୋଲି ସେ ଓଡ଼ିଆ ଭାଷାରେ ନିଜ ଜୀବନର ପ୍ରଥମ ଅଭିଭାଷଣ ପ୍ରଦାନ କରିଥିଲେ।ଆୟୋଜକ କମିଟିର ସମସ୍ତ ସଦସ୍ୟଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। 

ସୀମାନ୍ତ ଅଞ୍ଚଳରେ ମୈତ୍ରୀ ସ୍ଥାପନ ସହିତ କ୍ରୀଡ଼ା ପ୍ରତି ଯୁବ ପୀଢ଼ି ଙ୍କୁ ଆକର୍ଷିତ କରି ମାନସିକ, ଶାରିରୀକ ଭାବେ ସ୍ୱାସ୍ଥ୍ୟ ରଖିବା ସମ୍ପର୍କରେ ବିଧାୟକ ଜାନା ବକ୍ତବ୍ୟ ରଖିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା,ପଶ୍ଚିମବଂଗ,ହରିଆନା,

ଆନ୍ଧ୍ର ପ୍ରଦେଶ ପ୍ରଭୃତି ରାଜ୍ୟର ୪ଟି ଟିମ୍ ଅଂଶ ଗ୍ରହଣ କରିଥିଲେ।ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ପରିଷଦ ଉପସଭାପତି ଅନୁସୟା ପ୍ରଧାନ, ବରିଷ୍ଠ ଆଇନଜୀବି ଅନିଲ କୁମାର ପରିଡ଼ା,ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ,ଅବସରପ୍ରାପ୍ତ ବ୍ଲକ ସମବାୟ ସମ୍ପ୍ରସାରଣ ଅଧିକାରୀ ଶରତ ଚନ୍ଦ୍ର ପରିଡା,ବରିଷ୍ଠ ସାମ୍ବାଦିକ ସୁକୁମାର ରଣା,ଶିକ୍ଷାବିତ୍ ଲେଲିନ କୁମାର ପ୍ରଧାନ, ଜଳେଶ୍ଵର ବିକାଶ ପରିଷଦ ସମ୍ପାଦକ ମନୋରଞ୍ଜନ ଦାସ ,ଆଇନଜୀବୀ ପ୍ରବୀର ରାଉଳ ପ୍ରମୁଖ ଯୋଗଦେଇ ଖେଳାଳି ଏବଂ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ସଂଘର୍ଷ ପୂର୍ଣ୍ଣ ଫାଇନାଲ ଖେଳ ଓଡ଼ିଶା ଓ ପଶ୍ଚିମବଙ୍ଗ ଦଳ ମଧ୍ୟରେ ହୋଇଥିବା ବେଳେ ଓଡ଼ିଶା ଦଳ ବିଜୟୀ ହୋଇ ୭୦୦୦ ଟଙ୍କା ଏବଂ ଚମ୍ପିୟାନ ଟ୍ରଫି ଏବଂ ପଶ୍ଚିମବଙ୍ଗ ଟିମ୍ ୫୦୦୦ ଟଙ୍କା ଓ ରନର୍ସ ଅଫ୍ ଟ୍ରଫି ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ। କାଳୀ ପୂଜା କମିଟି ସମ୍ପାଦକ ରଣଜିତ୍ ହୁଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟୁର୍ଣ୍ଣାମେଣ୍ଟ ଏବଂ କାଳିପୂଜା ମହୋତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ଓଡ଼ିଶା ପଶ୍ଚିମବଂଗର ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ।ରେଫରୀ ଭାବେ ମାନସ ରଞ୍ଜନ ମିଶ୍ର, ଚାରୁଚନ୍ଦ୍ର ନାୟକ, ରଞ୍ଜନ ସାହୁ ଖେଳ ପରିଚାଳନା କରିଥିଲେ। କାଳୀପୂଜା କମିଟିର ସଭାପତି ବସନ୍ତ କୁମାର ପରିଡ଼ା ଅତିଥି ପରିଚୟ କରିଥିବା ବେଳେ ଶେଷରେ ମନୋରଂଜନ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତିଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ନେତୁଆ ସମିତି ସଭ୍ୟା ଦୁର୍ଗା ମଣି ଜେନା,ଅନନ୍ତ ପରିଡ଼ା,ହେମନ୍ତ କୁମାର କର,ଅରବିନ୍ଦ ସାମଲ,ଅଭିମନ୍ୟୁ କାମିଳା,ପ୍ରଶାନ୍ତ ସିଂହ,କିରଣ କୁମାର ଦାସ, ଶାନ୍ତନୁ ପରିଡ଼ା, ହୃଷିକେଶ ଗିରି, ବୈକୁଣ୍ଠ ଚନ୍ଦ, ସୁକୁମାର ଦତ୍ତ, ସୁଧାଂଶୁ ପରିଡ଼ା, ସୁଜିତ୍ ପରିଡ଼ା, ଲଛମନି ରାଉଳ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ସରଗିଫୁଲ ସମାରୋହ ଉଦଘାଟିତ

masiha

77ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ 

masiha

ମଦର ପକ୍ଷରୁ ମଞ୍ଚସ୍ଥ ହେଲା ନାଟକ ‘ବାବାସାହେବ ଡଃ. ବି.ଆର. ଆମ୍ବେଦକର’

Sunil Chandra Nayak

Leave a Comment

error: Content is protected !!