ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ସରଗିଫୁଲ ସମାରୋହ ଉଦଘାଟିତ

ଜିଲ୍ଲାସ୍ତରୀୟ ସରଗିଫୁଲ ସମାରୋହ ଉଦଘାଟିତ

   ରାୟଗଡ : ଶିକ୍ଷା ହିଁ ବିକାଶର ଚାବିକାଠି । ଶିକ୍ଷା ବ୍ୟକ୍ତିକୁ ପରିପୂର୍ଣ୍ଣ କରେ । ରାଜ୍ୟରେ ଜନଜାତିଙ୍କ ବିକାଶ ଶୀର୍ଷରୁ ଶୀର୍ଷତର ଆଡ଼କୁ ଗତି କରୁଛି । ଜନଜାତି ପିଲାମାନେ ବିବିଧ କ୍ଷେତ୍ରରେ ପାରଦର୍ଶିତା ଅର୍ଜ୍ଜନ କରୁଛନ୍ତି । ସରଗିଫୁଲ ଏଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସୁଛି ବୋଲି ରାୟଗଡ଼ା ଜିଲ୍ଲାସ୍ତରୀୟ ସରଗି ଫୁଲ ୨୦୨୩ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ, ପିଛୁଆବର୍ଗ ବିକାଶ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ରାୟଗଡ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ରାୟଗଡ କଲ୍ୟାଣ ବିଭାଗ ଶିକ୍ଷା ମଣ୍ଡଳାଧିଶ ଶ୍ୟାମଘନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ରାୟଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ବାଳ ସ୍ଵାଗତ ଅଭିଭାଷଣକ୍ରମରେ ସରଗିଫୁଲ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ , ରାୟଗଡ ବିଧାୟକ ମକରନ୍ଦ ମୁଦୁଲି , ଇଏମଆରଏସର ଏସଏମଡିସି ସଭାପତି କାନ୍ତରାଓ ବିଡିକା ପ୍ରମୁଖ ଯୋଗଦେଇ ସରଗିଫୁଲ ଆୟୋଜନ ଦ୍ଵାରା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ପ୍ରତିଭା ଚିହ୍ନଟ ସହ ତାର ପରିସ୍ଫୁଟନ ଦିଗରେ ବିଶେଷ ସହାୟକ ହୋଇପାରୁଛି ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଭଲିବଲ, ବିଜ୍ଞାନୀ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଭଳିବଲରେ ଜିଲ୍ଲାର 26 ଟି ଦଳ ଏବଂ ବିଜ୍ଞାନୀ ପ୍ରଦର୍ଶନୀରେ ଜିଲ୍ଲାର 47ଟି ବିଦ୍ୟାଳୟରୁ ବିଜ୍ଞାନ ପ୍ରକଳ୍ପ ଅଂଶଗ୍ରହଣ କରିଛନ୍ତି । ବ୍ଲକ ସ୍ତରୀୟ ସରଗିଫୁଲରେ କୃତି ମୋଟ ୭୩୪ଜଣ ଅଂଶଗ୍ରହଣ କରିଛନ୍ତି । ଏଥିରେ ପିଲାମାନେ ଅଭିନୟ, ଗୀତ, ବାଦ୍ୟଯନ୍ତ୍ର।ଶ, ତର୍କ, ବାକ ପଟୁତା, ଏକକ ନୃତ୍ୟ, ଦଳଗତ ନୃତ୍ୟ, ସ୍ଲୋଗାନ, ସୃଜନାତ୍ମକ ଲିଖନ, ଚିତ୍ର ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ କୃତିତ୍ବ ଲାଭ କରିବା ପ୍ରତିଯୋଗୀମାନେ ଆଗାମୀ ଡିସେମ୍ବର 14 15 ଓ 16 ତାରିଖରେ ଦକ୍ଷିଣ ଓଡିଶା ଜୋନାଲସ୍ତରୀୟ ସରଗିଫୁଲରେ ଅଂଶଗ୍ରହଣ କରିବେ । ପ୍ରଥମେ ଅତିଥିମାନେ ପିଇଟି ଶିକ୍ଷକ ନରସିଂହ ପାତ୍ରଙ୍କ ନେତୃତ୍ବରେ ମାର୍ଚ୍ଚ ପାଷ୍ଟରେ ଅଂଶଗ୍ରହଣ କରିଥିଲେ । ପରେ ଅତିଥୀମାନେ ବିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଶିରିପୁରର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଶିକ୍ଷକ ସଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ବ୍ଳକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସମେତ ଶିକ୍ଷକ ଲକ୍ଷ୍ମୀ ନାରାୟଣ ପାଳ, ଏସ ଆର ଲାଡି, ଗୋପୀନାଥ ପରିଛା, ବସନ୍ତ କୁମାର ପଣ୍ଡା, ମୋହନ କେରିମେରିକା, ଦିଲୀପ ଚୌଧୁରୀ, ସୁନିତା ସାହୁ, ସ୍ବର୍ଣ୍ଣମୟୀ ପଣ୍ଡା, ରାଧାକାନ୍ତ ପାଣିଗ୍ରାହୀ, ବିମଳ ପଟ୍ଟନାୟକ, ଶ୍ରୀଧର ପଟ୍ଟନାୟକ, ଶିବ ପଣ୍ଡା, କୃଷ୍ଣ ଚନ୍ଦ୍ର ଦାଶ, ପ୍ରଦୀପ ଚୌଧୁରୀ , ସୁନୀଲ ଗୌଡ଼ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତମାମ ଉତ୍ସବକୁ ପରିଚାଳନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଇରା ଉପ-ନିବନ୍ଧକ ଓ ତହସିଲ କାର୍ଯ୍ଯାଳୟରେ ଅଦ୍ଭୁତ ଘଟଣା, କବଲା ମିଥ୍ୟା ହେଲେ ଜମି ବିକ୍ରି ପାଇଁ ମସୁଧା

masiha

ଏସ ଓ ଜି ଯବାନ ଜଣେ ବୃଦ୍ଧା ରୋଗୀ ଙ୍କୁ ୩ କିଲୋମିଟର ବୋହି ଆଣି ମାହାନତା ଦେଖାଇ ପ୍ରଶଂସା ପାଇଲେ

Sunil Chandra Nayak

ବନ୍ଧୁଗାଁ ବ୍ଲକ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!