ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ ରେ ଅଭାବନୀୟ ଘଟଣା, ଘର ଭିତରେ ନିଆଁ ରେ ପୋଡି ମହିଳା ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ 

ଜୁନାଗଡ଼ ରେ ଅଭାବନୀୟ ଘଟଣା, ଘର ଭିତରେ ନିଆଁ ରେ ପୋଡି ମହିଳା ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ 

ଜୁନାଗଡ଼,୨୬/୧୧(ମ ନି ସ) -କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଚିଚୈଗୁଡା ଗ୍ରାମରେ ଆଜି ସକାଳୁ ଏକ ଅଭାଵନୀୟ ଘଟଣା ସାମନାକୁ ଆସିଛି। ଜଣେ ବିଧବା ମହିଳାଙ୍କ ମୃତ ଦେହ ଘର ଭିତରେ ନିଆଁ ରେ ପୋଡି ଯାଇଥିବା ଦେଖିବାକୁ ମିଳିଛି | ତେବେ ପରିବାର ଲୋକେ ଘରେ ପୋଡି ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।ମୃତ ମହିଳାଙ୍କ ନାମ ପଦ୍ମାବତୀ ମେହେର(୪୨)। ସେ ଘରେ ଏକୁଟିଆ ରହୁଥିବାବେଳେ ଶନିବାର ରାତିରେ କେହି ଦୁର୍ବୁତ୍ତ ତାଙ୍କୁ ନିଆଁରେ ପୋଡି ଦେଇ ହତ୍ୟା କରିଥିବା ତାଙ୍କ ଭାଇ ବଳରାମ ମେହେର ଅଭିଯୋଗ ଆଣିଛନ୍ତି। ତେବେ ପାରିବାରିକ କଲହକୁ ନେଇଁ ଏହି ହତ୍ୟାକାଣ୍ଡ ହୋଇଥିବା ସେ ସନ୍ଦେହ କରିଛନ୍ତି। ଏପରିକି ମୃତ ମହିଳାଙ୍କ ଘର କବାଟ ଆଗ ପଟରେ ତାଲା ଝୁଲୁଥିବାରୁ ଏହା ଯୋଜନାଵଦ୍ଧ ହତ୍ୟାକାଣ୍ଡ ଭଳି ସନ୍ଦେହ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ପାରି ପାର୍ସୀକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି। ମୃତ ମହିଳା ଜଣକ ଙ୍କ ଏକମାତ୍ରପୁଅ ହାଇଦରାବାଦରେ ରହି ଚାକିରୀ କରୁଛନ୍ତି। ବର୍ତ୍ତମାନ ପର୍ଯନ୍ତ ମୃତୁର କାରଣ ସ୍ପଷ୍ଟ ହୋଇନଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ଚଢାଉ ! ୫୪ ଲିଟର ମଦ ଜବତ ସହ ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ

ଜଟାଵାଲରେ ସିରିଜ ଚୋରି, ମୁଖ୍ୟ ରାସ୍ତାର ପାଞ୍ଚଗୋଟି ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୁତ୍ତ

Sunil Chandra Nayak

ବିପୁଳ ପରିମାଣର ବିଦେଶୀ ମଦ ଓ ବିଅର ସହିତ ଫ୍ରିଜ ଜବତ, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!