ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ଓ ବିଦେଶୀ ମଦ ସହିତ ସ୍କୁଟି ଜବତ, ୦୨ ଗିରଫ 

ଦେଶୀ ଓ ବିଦେଶୀ ମଦ ସହିତ ସ୍କୁଟି ଜବତ, ୦୨ ଗିରଫ 

 ମୟୂରଭଞ୍ଜ -୧୩/୦୪ // ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ଗଢ଼, ପୁରୁଣାଘାଟି ଓ ନୂଆଗାଁ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୪୯ ଲିଟର ଦେଶୀ ରନ୍ଧା ମଦ , ୩.୦୬୦ ଲିଟର ବିଦେଶୀ ମଦ ଏବଂ ଗୋଟିଏ ସ୍କୁଟି (ଓଡି-୧୧ଟି-୩୨୯୨) ଜବତ କରାଯିବା ସହିତ ୦୨ ଜଣଙ୍କୁ ଗିରଫ କରାଯାଇଛି l ଗିରଫ ଆସାମୀମାନେ ହେଲେ ପୁରୁଣାଘାଟି ଗ୍ରାମର ମଳୟ ବସନ୍ତ ଦାସ ଓ ନୂଆଗାଁ ଗ୍ରାମର ସୁଦର୍ଶନ ମହନ୍ତ l ଜବତ ହୋଇଥିବା ମଦ ଓ ସ୍କୁଟିର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ କନେଷ୍ଟବଳ ଦିଲ୍ଲୀପ ଜେନା, ବିପ୍ଳବ କୁମାର ମଲ୍ଲିକ, ଅରୁଣ କୁମାର ମୁଦୁଲି, ରାଜେନ୍ଦ୍ର ସେନାପତି, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବାଦାମପାହାଡରେ ବହୁ ଚର୍ଚ୍ଚିତ ଶିଶୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Sunil Chandra Nayak

ପଡ଼ୋଶୀ ଛତିଶଗଡ଼ କୁ ଧାନ ଚୋରା ଚାଲାଣ ବେଳେ ଦୁଇ ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ

masiha

କାମାକ୍ଷାନଗର ଉପଖଣ୍ଡରେ ଯୁଆ ଖେଳାଳି ସକ୍ରିୟ, ପରିବାର ସର୍ବସ୍ୱାନ୍ତ

masiha

Leave a Comment

error: Content is protected !!