ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

ଡାବୁଗାଁ, ୧୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ମାନିଆଗୁଡା ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ରବିବାର ସନ୍ଧ୍ୟାରେ ଡାବୁଗାଁ ଅବକାରୀ ବିଭାଗ ବ୍ଲକ ର୍ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବ୍ୟକ୍ତି ଗ୍ରାମର ରାସ୍ତା କଡରେ ବିକ୍ରି କରିବା ଉଦ୍ଦେଶ୍ୟରେ ମହୁଲ ରଖିଥିଲା | ଅବକାରୀ ବିଭାଗ ଏହା ଦେଖି ପଚରାଉଚରା କରିବା ପରେ ଉକ୍ତ ମହୁଲ କୁ ଜବତ କରିବା ସହ ବିକ୍ରି କରିବାକୁ ଆଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି | ତାଙ୍କ ଠାରୁ ୮ କୁଇଣ୍ଟାଲ ମହୁଲ ଜବତ କରାଯାଇଛି | ଗିରଫ ବ୍ୟକ୍ତି ଜଣଙ୍କ ହେଲେ ବଦଲାଗୁଡା ଗ୍ରାମର ଭୀମ ଜାନୀ (୪୨) ଙ୍କୁ ଗିରଫ କରି ଡାବୁଗାଁ ଅବକାରୀ କାର୍ଯ୍ୟ|ଲୟକୁ ଆଣିଥିଲେ | ପରେ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଛାଡିଦିଆଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୮୮/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ସହ ଉପନିରୀକ୍ଷକ ମଖନ ହାଲଦାର, କର୍ମଚାରୀ ରଜୁ ମୁଦୁଲି, ସୁରେଖା ଭତ୍ରା ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ ନିଲମ୍ବିତ, ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଆତ୍ମାହୁତି ଘଟଣା

Sunil Chandra Nayak

ଚଣାବରୀ ଠାରେ ମାଓ ବ୍ୟାନର  ଜଙ୍ଗଲ କାଟୁଥିବା ଲୋକଙ୍କୁ ହତ୍ୟା ଧମକ 

masiha

ନବରଙ୍ଗପୁର ପୋଲିସ କୁ ମିଳିଛି ବଡ ସଫଳତା       

Leave a Comment

error: Content is protected !!