ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳା ଙ୍କୁ ଅସଦାଚରଣ ଅଭିଯୋଗରେ ୪ ଯୁବକ ଗିରଫ

ମହିଳା ଙ୍କୁ ଅସଦାଚରଣ ଅଭିଯୋଗରେ ୪ ଯୁବକ ଗିରଫ 

ଡାବୁଗାଁ, ୨୬/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ମହିଳା ଙ୍କୁ ଅସଦାଚରଣ ଅଭିଯୋଗରେ ୪ ଜଣ ଯୁବକ ଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ର ସିଂସାରି ଫଣ୍ଡି ଅଧୀନ କାଳିଆଆମ୍ବଗୁଡା ଗ୍ରାମର ଫଗୁନ ଭତ୍ରା ଙ୍କ ତାଙ୍କ ସ୍ତ୍ରୀ ଙ୍କ ସହ କୌଣସି କାରଣରୁ ୨ ଜଣ ଙ୍କ ମଧ୍ୟରେ ମନାନ୍ତର ହୋଇଥିଲା | ୨୦.୪.୨୪ ଦିନ ଫଗୁନ ଓ ତାର ୩ ଜଣ ସାଙ୍ଗ ମିଶି ସ୍ତ୍ରୀକୁ ମାଡ ମାରିବା ସହ ଉଲଗ୍ନ କରି ଅଶ୍ଳୀଳ ଭିଡିଓ ଓ ଫଟୋ ଉଠାଇ ଭାଇରାଲ କରିଥିଲେ | ଏହାପରେ ପୀଡିତା ମହିଳା ଜଣଙ୍କ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ପୋଲିସ କେସ ନଂ ୧୦୭/୨୪ ରେ ଏକ ମାମଲା ରୁଜୁ କରି ଦଦନ୍ତ ଆରମ୍ଭ କରିଥିଲା | ଏହାପରେ ଉକ୍ତ ୪ ଜଣ ଫେରାର ଥିଲେ | ଅଭିଯୁକ୍ତ ମାନେ ଗ୍ରାମକୁ ଫେରିଥିବା ଖବର ପାଇ ପୋଲିସ ଚଢାଉ କରି ୪ ଜଣ ଅଭିଯୁକ୍ତ ଙ୍କୁ ଆଜି ଗିରଫ କରିଥିଲା | ଅଭିଯୁକ୍ତ ମନ ଏହେଲେ କାଳିଆଆମ୍ବଗୁଡା ଗ୍ରାମର ପୀଡିତା ମହିଳା ଙ୍କ ସ୍ଵାମୀ ଫଗୁନ ଭତ୍ରା (୨୦), ଗୁଡୁ ଭତ୍ରା (୨୦), କାନ୍ତ ଭତ୍ରା (୨୦) ଓ କୋଷଗୁମୁଡା ଥାନା ଅଧୀନ ଝାରକଣ୍ଡାପୁରୀ ଗ୍ରାମର ବୁଦୁ ଭତ୍ରା (୨୦) ପ୍ରମୁଖ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଉରକେଲା ପୋଲିସ୍ ପକ୍ଷରୁ ଗୋଲଘର ରାମେଶ୍ୱରପାଲିର ତୋଫାନ ବିନ୍ଧାଣୀ ହତ୍ୟା ଘଟଣାରେ ଆଉ ଜଣଙ୍କୁ ଗିରଫ୍

Sunil Chandra Nayak

କୋଟି କୋଟି ଟଙ୍କା ଠକେଇ ମାମଲାରେ ଷ୍ଟେଟବ୍ୟାଙ୍କ ଡେପୁଟି ମ୍ୟାନେଜର ଙ୍କୁ ଗିରଫ କଲା ଇଓଡ଼ବ୍ଲ

Sunil Chandra Nayak

ସଂଘବଦ୍ଧ ଆକ୍ରମଣ ରେ ୧୯ ବର୍ଷିୟ ଯୁବକ ଆଜୀବନ ପଙ୍ଗୁ: ୫ ଦୋଷୀ ଙ୍କୁ ୫ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ 

masiha

Leave a Comment

error: Content is protected !!