ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମେଗାଲିଫ୍ଟ କେନାଲ ରୁ ବିଭାଗୀୟ ଯନ୍ତ୍ରୀ ଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

ମେଗାଲିଫ୍ଟ କେନାଲ ରୁ ବିଭାଗୀୟ ଯନ୍ତ୍ରୀ ଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ମୁଖ୍ୟ କେନାଲ ସୁନାମାଲ ଗ୍ରାମ ନିକଟରେ ସେହି ବିଭାଗ ରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ କନିଷ୍ଠ ଯନ୍ତ୍ରୀ ହେଉଛନ୍ତି ଭବାନୀ ଶଙ୍କର ମହନ୍ତ ବୋଲି ସୂଚନା ମିଳିଛି। ସେ ଗତକାଲି କାର୍ଯ୍ୟ କୁ ଆସି ଘରକୁ ଫେରି ନଥିବା ଜଣା ପଡିଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ଶୁକ୍ରବାର ୧୦ ଟା ସମୟରେ କେନାଲ ରେ ତାଙ୍କର ମୃତ ଦେହ ଭାସୁଥିବା କିଛି ସ୍ଥାନୀୟ ଲୋକମାନେ ଦେଖି ପରେ ପୋଲିସ କୁ ଖବର ଦେଇଥିଲେ। କେନାଲ ହୁଡା ରେ ନିକଟରେ ଯନ୍ତ୍ରୀ ଙ୍କ ବାଇକ ସହ ବାଇକ ରେ ପର୍ସ, ଆଧାର କାର୍ଡ ଓ କିଛି କାଗଜପତ୍ର ରହିଛି।ସେ କୋକସରା ବ୍ଲକ କୁସୁମଖୁଣ୍ଟି ଡିଭିଜନ ରେ କାମ କରୁଥିଲେ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ କେନାଲ ପାଣି ରୁ ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନା କୁ ପଠାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଷ ପିଇ ଯୁବକ ର ଆତ୍ମହତ୍ୟା

masiha

ଅବୈଧ ନକଲି ଲଟେରୀର ପର୍ଦ୍ଦାଫାସ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ ସହ ୨୫,୩୭,୨୬୦ ଟଙ୍କା ଜବତ.

Sunil Chandra Nayak

ଅବକାରୀ ବିଭାଗ ର ସଫଳତା ବିପୁଳ ପରିମାଣ ର ପୋଚ ସହ ଦେଶୀ ମଦ ଜବଦ

Sunil Chandra Nayak

Leave a Comment

error: Content is protected !!