ଅବକାରୀ ଚଢାଉ ୧ ଗିରଫ
ଡାବୁଗାଁ, ୨୬/୪ (ମ.ନି.ସ.)- ନବରଙ୍ଗପୁର ଜିଲାର ଜିଲାପାଳ ଡ. କମଳ ଲୋଚନ ମିଶ୍ର ଓ ଜିଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଶୁକ୍ରବାର ପେଟ୍ରୋଲିଂ କରି ଚଢାଉ କରାଯାଇଥିଲା | ଏହି ପେଟ୍ରୋଲିଂ ସମୟରେ ଚିଚିବାଇ ଗ୍ରାମ ରାସ୍ତାରେ ଏକ ମୋଟର ସାଇକେଲ ନଂ ଓଡି ୨୪ ଏ ୪୧୯୮ ଯୋଗେ ଯାଉଥିବା ବେଳେ ଅବକାରୀ କର୍ମଚାରୀ ମାନେ ଉକ୍ତ ମୋଟର ସାଇକେଲ କୁ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ ଉକ୍ତ ମୋଟର ସାଇକେଲ ରେ ଏକ ୩ଟି ପ୍ଲାଷ୍ଟିକ ଡବାରେ ୪୦ ଲିଟର ସଲଫି ରସ ଜବତ କରଯାଇଥିଲା | ଏହା ସହ ମୋଟର ସାଇକେଲ ଆରୋହି ବନ୍ଧକଣା ଗ୍ରାମର ସନାଦୁ ଗୌଡ (୩୫) କୁ ଗିରଫ କରାଯାଇଛି | ଏହି ଚଢାଉରେ ଅବକାରୀ ନିରିକ୍ଷକ ରଞ୍ଜୁଲତା ବାରିକ ଙ୍କ ତତ୍ଵାବଧାନ ରେ ଡାବୁଗାଁ ଅବକାରୀ ଉପନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, କର୍ମଚାରୀ ସୁରେଖା ଭତ୍ରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୮/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |