ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମି ବାଡିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା !!

ଜୁନାଗଡ଼,୨୭/୧(ମ ନି ସ) କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ସାମାନାକୁ ଆସିଛି।ସାମାନ୍ୟ ଜମି ବାଡିକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ କାହ୍ନୁ ଠାକୁର(୭୫) ବୋଲି ଜଣାପଡିଛି।ଘଟଣାରେ ସଂପୃକ୍ତ ତିନି ଅଭିଯୁକ୍ତଙ୍କୁ ଜୁନାଗଡ଼ ପୋଲିସ ଗିରଫ କରିବା ସହ ପଚରା ଉଚରା ଜାରି ରଖିଛି।ମୃତ ବ୍ୟକ୍ତିଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ପାଲିସ ହସ୍ତାନ୍ତର କରିଛି । ଅନ୍ୟପକ୍ଷରେ ସେହି ଗ୍ରାମର ତିନି ଅଭିଯୁକ୍ତ ମାନସ ଗୋପାଳ, ବିମଲ ଗୋପାଳ, ଅଶୋକ ଗୋପାଳ ଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଜୁନାଗଡ଼ ଭାରପ୍ରାପ୍ତ ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି।ପ୍ରକାଶ ଯେ ଗ୍ରାମର ଆକ୍ରମଣର ଶିକାର ହୋଇଥିବା କାଁହୁ ଠାକୁର ଏକ ସରକାରୀ ଜାଗାକୁ ରାସ୍ତା ରୂପେ ବ୍ୟବହାର କରୁଥିଲେ । ଘଟଣା ଦିନ ଅଭିଯୁକ୍ତ ମାନେ ଉକ୍ତ ରାସ୍ତାକୁ କାଟି ଦେଇଥିଲେ।ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ମାନେ ତଣ୍ଟି ଚିପି ଦେଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇଁ ମୃତକଙ୍କ ପରିବାର ପକ୍ଷରୁ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏ ସଂକ୍ରାନ୍ତ ରେ ପୋଲିସ ଏକ ମାମଲାରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଟ୍ରାକ୍ଟର ରୁ ବ୍ୟାଟିରି ଚୋରି କରି, 2ଗିରଫ 

ଶାମୁକା ଚୋରି ବିରୋଧରେ ଏକ ହେଲେ ଗ୍ରାମବାସୀ

Sunil Chandra Nayak

ବାଲି ମାଫିଆ ଙ୍କ ପୂର୍ବ ପ୍ରସ୍ତୁତି, ବାଲି ବିକିବା ପାଇଁ ସରକାରୀ ବିଦ୍ୟାଳୟ ପରିସରରେ ଠୁଳ କରୁଛନ୍ତି ବାଲି

Leave a Comment

error: Content is protected !!