ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡ଼ିକରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଯାଇଛି l ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ମିଳନ କୁମାର ଝାଙ୍କର, ବ୍ଲକ କାର୍ଯ୍ୟାଳୟରେ ବିଡିଓ ସୂଚରିତା ମୁଗ୍ରୀ, ଆଇସିଡିଏସ କାର୍ଯ୍ୟାଳୟରେ ଜି. ଗୁଡ଼ଲା, ସ୍ଥାନୀୟ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ, ଅଗ୍ନିଶମ କାର୍ଯ୍ୟାଳୟରେ ଅଫିସର ଇନଚାର୍ଜ ଜଗଦୀଶ ମେହେର, ତେରେସିଂହା ଠାରେ ସରପଞ୍ଚ ପ୍ରମୋଦ ସୁନା, ରିଂଜା ଠାରେ ସରପଞ୍ଚ ପଞ୍ଚାନନ ବାଗ, ରେଗଡା ଠାରେ ସରପଞ୍ଚ ଦୀପ୍ତି ରାଣୀ ସାହୁ, କର୍ଲାମୁଣ୍ଡା ପଞ୍ଚାୟତ ରେ ସରପଞ୍ଚ ସ୍ୱର୍ଣ୍ଣ ଲତା ସାହୁ ଓ କର୍ଲାମୁଣ୍ଡା ସାଧାରଣ ପ୍ୟାରେଡ଼ ପଡ଼ିଆ ଠାରେ ବିଡିଓ ସୂଚରିତା ମୁଗ୍ରୀ ପତାକା ଉତ୍ତୋଳନ କରିଥିଲେ l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ତହସିଲଦାର ମିଳନ କୁମାର ଝାଙ୍କର, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଏବିଇଓ ସହଦେବ ସୁନା ପ୍ରମୁଖ ଯୋଗ ଦେଇ ପ୍ୟାରେଡ଼ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ଛାତ୍ରୀ ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ସଞ୍ଜୟ ସେନାପତି, ରିଟନ ନାଗ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବେଣୁଧର ନାଗ, ସରସ୍ୱତୀ ଶିଶୁ ମନ୍ଦିର ଗୁରୁଜୀ ଗୁରୁମା ସହଯୋଗ କରିଥିବା ବେଳେ ଶିଶୁମନ୍ଦିର ଭଉଣୀ ଭାଇ ମାନଙ୍କ ଦ୍ଵାରା ବିଭିନ୍ନ ମହାପୁରୁଷ ଙ୍କ ବେଶରେ ସଜ୍ଜିତ ହୋଇଥିବା ଦୃଶ୍ୟ ବେଶ ପ୍ରସଂଶନୀୟ ହୋଇଥିଲା l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହ

Related posts

ଜାତୀୟ କୃମି ନାଶକ ଦିବସ ପାଳିତ 

Sunil Chandra Nayak

ବନ୍ଧୁଗାଁ ଶିକ୍ଷା ସଚେତନ ରଥକୁ ପତକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ

Sunil Chandra Nayak

ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ତରଫରୁ ରାଷ୍ଟ୍ରୀୟ ଶିଶୁ ସନ୍ତାନ ଦିବସର ସପ୍ତାହ 

masiha

Leave a Comment

error: Content is protected !!