ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ, ପଞ୍ଚାୟତ ମାନଙ୍କରେ ଗ୍ରାମସଭା

ବନ୍ଧୁଗାଁ ତା,୨୬/୧।୨୩,ଆଜି ବନ୍ଧୁଗାଁ ବ୍ଲକର ସରକାରୀ ଓ ବେଶରକାରୀ ଏବଂ ବ୍ଲକର ତେରଗୋଟି ପଞ୍ଚାୟତ ମାନଙ୍କ ଠାରେ ୭୪ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି I ଏହି କାର୍ଯ୍ୟକ୍ରମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ସରପଞ୍ଚ ମାନେ ମୁଖ୍ୟ ଅତିଥି ଭାବରେ ଓ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବରେ ଓ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର, ଶିକ୍ଷା କେନ୍ଦ୍ର, ଓ ଅନ୍ୟାନ୍ୟ ସରକାରୀ କାନ୍ଦ୍ର ମାନଙ୍କରେ କାର୍ଯ୍ୟାଳୟରେ ମୁଖ୍ୟ ବ୍ୟକ୍ତି ଯୋଗଦାନ କରି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମବେଦ ଜନ ସାଧାରଣକୁ ପବିତ୍ର ସାଧାରଣତନ୍ତ୍ର ଦିବସ ଉଦବୋଧନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବନ୍ଧୁଗାଁ ତହସିଲ ଦାର ସଦାଶିବ ଭତ୍ରା ନିଜ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରିଥିଲେ I ପ୍ରତ୍ୟକ ବିଦ୍ୟାଳୟ ମାନଙ୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସକାଳୁ ପ୍ରଭାତ ଫେରୀ ରାମଧୂନ କାର୍ଯ୍ୟକ୍ରମ ସହ ସହରରେ ଥିବା ମହା ପୁରୁଷ ଙ୍କ ପ୍ରତୀ ମୂର୍ତୀରେ ମାଳିଆ ଅର୍ପଣ କରି ଜାତୀୟ ସଂଗୀତ ଗାନ କରିବା ସଙ୍ଗେ ପ୍ୟାରେଟ ସାଂସ୍କୃତିତ କାର୍ଯ୍ୟକ୍ରମରେ କୃତ୍ତି ଛାତ୍ରଛାତ୍ରୀ ମୁଖ୍ୟ ଅତିଥିଙ୍କ ଭାରତର ତ୍ରିରଙ୍ଗା ପତାକାକୁ ଉତ୍ତୋଳନ କରିଥାନ୍ତି I ପ୍ରତ୍ୟକ ବିଦ୍ୟାଳୟର ଛାତ୍ରଛାତ୍ରିଙ୍କ ମାନଙ୍କ ସହ ସହିତ ଅନ୍ତେବାସୀକୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯାଇଥିଲା ଓ ଶେଷରେ ଅଞ୍ଚଳବାସୀ ଧନ୍ୟବାଦ ଦେଇଥିଲେ I

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସରକାରୀ ମାଲ, ଦରୀୟା ମେ ଡାଲ… ଲୋକଙ୍କ କାମକୁ ଆସୁନି ମାର୍କେଟ ପିଣ୍ଡି 

masiha

ବିକାଶ ମେଳା ଉପଲକ୍ଷେ ନବରଙ୍ଗପୁର ଠାରେ କୃଷକ ସମାବେଶ 

masiha

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଧାରଣା ଓ ପ୍ରତିବାଦ ସଭା

Sunil Chandra Nayak

Leave a Comment

error: Content is protected !!