ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରାମୁଣ୍ଡା ସରପଞ୍ଚ ଭୋଟ ପୁନଃ ଗଣତି ଆବେଦନ ଖାରଜ କଲେ କୋର୍ଟ

ଚନ୍ଦାହାଣ୍ଡି (ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଚନ୍ଦ୍ରିକା ଧୁରୁଆ ଗତ ପଞ୍ଚାୟତ ନିର୍ବାଚନ ରେ ଗୋଟିଏ ଭୋଟ ରେ ବିଜୟୀ ହେବାପରେ ତାଙ୍କୁ ପ୍ରତିଦ୍ବନ୍ଦିତା କରିଥିବା ମଥୁରା ମାଝୀ ପୁନଃ ଭୋଟ ଗଣତି ନିମନ୍ତେ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତରେ ଏକ ନିର୍ବାଚନୀ ମାମଲା ଦାୟର କରିଥିଲେ। ଆବଦନକାରୀ ଙ୍କ ଆବେଦନକୁ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଖାରଜ କରିଥିବା ବେଳେ ସରପଞ୍ଚ ଚନ୍ଦ୍ରିକା ଧୁରୁଆ ଙ୍କ ପଦବି କାୟମ ରହିଛି। । ସୂଚନା ରୁ ପ୍ରକାଶ ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ସରପଞ୍ଚ ନିମନ୍ତେ ଚାରିଜଣ ପ୍ରାର୍ଥୀନୀ ନିର୍ବାଚନ ମୈଦାନ ରେ ଓହ୍ଲାଇ ଥିବା ବେଳେ ଚନ୍ଦ୍ରିକା ଧୁରୁଆ ୮୫୫ ଖଣ୍ଡ ଭୋଟ, ମଥୁରା ମାଝୀ ୮୫୪,ସନ୍ତଷୀ ଟିକ୍ରିଆ ୧୧୧ ଓ ଅଞ୍ଜଳି ଭତ୍ରା ୬୦୦ ଖଣ୍ଡ ଭୋଟ ପାଇଥିବା ବେଳେ ଚନ୍ଦ୍ରିକା ଧୁରୁଆ ଗୋଟିଏ ଭୋଟ ଅଧିକ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତେବେ ମଥୁରା ମାଝୀ ଓ ଚନ୍ଦ୍ରିକା ଧୁରୁଆ ସମାନ ସଂଖ୍ୟକ ୮୫୪ ଭୋଟ ପାଇଥିବା ନେଇ ଭୋଟ ଗଣତି ସମୟରେ ବ୍ଲକ ନିର୍ବାଚନ ଅଧିକାରୀ ଚନ୍ଦ୍ରିକା ଧୁରୁଆ ଗୋଟିଏ ଭୋଟ ଅଧିକ ପାଇ ବିଜୟୀ ହୋଇଥିବା ଘୋଷଣା କରିବା ସହ ମଥୁରା ମାଝୀ ପୁନର୍ବାର ଭୋଟ ଗଣତି ପାଇଁ ନିର୍ବାଚନ ଅଧିକାରୀ ଙ୍କୁ ଲିଖିତ ଦେଇ ଥିଲେ ମଧ୍ୟ ଭୋଟ ଗଣତି କରି ନଥିବା ନେଇ ଏକ ନିର୍ବାଚନୀ ମାମଲା ୧/୨୨ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତରେ ମଥୁରା ମାଝୀ ରୁଜୁ କରିଥିଲେ। ତେବେ ୭ ଜଣ ସାକ୍ଷୀ ଙ୍କ ବୟାନକୁ ଭିତ୍ତିକରି ଏହି ଆବେଦନ କୁ କୋର୍ଟ ଖାରଜ କରିଥିଲେ। ଚନ୍ଦ୍ରିକା ଧୁରୁଆ ଙ୍କ ସରପଞ୍ଚ ପଦବୀ କାୟମ ରହିଛି। ବେହେରାମୁଣ୍ଡା ସରପଞ୍ଚ ଚନ୍ଦ୍ରିକା ଧୁରୁଆ ଙ୍କ ମାମଲା ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ନୃସିଂହ ନାଥ ତ୍ରିପାଠୀ ଓ ମହମ୍ମଦ ହୁସେନ ପରିଚାଳନା କରିଥିବାବେଳେ ମଥୁରା ମାଝୀ ଙ୍କ ତରଫରୁ ଆଇନଜୀବୀ ଅରବିନ୍ଦ ପଟ୍ଟନାୟକ ଓ ବିଧୁଶେଖର ତ୍ରିପାଠୀ ଏବଂ ବ୍ଲକ ନିର୍ବାଚନ ଅଧିକାରୀ ଙ୍କ ପାଇଁ ସରକାରୀ ଓକିଲ(ଏଜିପି) ସୁଧାଂଶୁ ସାଧୁ ପରିଚାଳନା କରୁଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ         

masiha

ସାମ୍ପ୍ରତିକ ସମୟରେ ବାଲ୍ମୀକି ରାମାୟଣ ଉପାଦେୟତା ଉପରେ ଆଲୋଚନାଚକ୍ର

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ

Sunil Chandra Nayak

Leave a Comment

error: Content is protected !!