ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଲୱେ ସମସ୍ୟା ଉପରେ ରାଜ୍ୟସଭା ସାଂସଦ ଙ୍କ ଦାବୀ ପ୍ରସଙ୍ଗ – କାର୍ଯ୍ୟକାରିତା ରିପୋର୍ଟ ଦେଲେ ପୂର୍ବତଟ ରେଳ ମହାପ୍ରବନ୍ଧକ

 ଭୁବନେଶ୍ୱର ବଲାଙ୍ଗିର କଳାହାଣ୍ଡି ନୂଆପଡା ବରଗଡ଼ ତଥା ପଶ୍ଚିମ ଓଡିଶା ର ରେଲୱେ ସମ୍ବନ୍ଧିତ ସମସ୍ୟା, ନୂତନ ରେଲୱେ ଲାଇନ ନିର୍ମାଣ, ନୂତନ ଟ୍ରେନ ଚଳାଚଳ ସମ୍ବନ୍ଧରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରେଲୱେ ଡିଭିଜନାଲ କମିଟି ମିଟିଙ୍ଗ ରେ ପ୍ରସଙ୍ଗ ଉପସ୍ଥାପନ କରିବା ସହିତ ରେଲୱେ ମନ୍ତ୍ରଣାଳୟ କୁ ଚିଠି ଲେଖି ଜଣାଇଥିଲେ l ଦାବୀ ଗୁଡିକ ମଧ୍ୟରେ ବଲାଙ୍ଗିର ଖୋର୍ଦ୍ଧା ରେଲୱେ ଲାଇନ ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ସମୟ ସୀମା ମଧ୍ୟରେ ବଲାଙ୍ଗିର ଖୋର୍ଦ୍ଧା ନୂତନ ରେଲୱେ ଲାଇନ ରେ ଟ୍ରେନ ଚଳାଚଳ ସୁନିଶ୍ଚିତ କରିବା,ବଲାଙ୍ଗିର ନୁଆଁପଡ଼ା ଭାୟା ହାର୍ଡ଼lଟାଲ ଚୂଡ଼ାପାଲି ଭଇଁସl ପାଟଣାଗଡ ଖପ୍ରାଖୋଲ ରେଲୱେ ଲାଇନ ର ଫାଇନାଲ ଲୋକେସନ ସର୍ଭେ କାର୍ଯ୍ୟ ତୁରନ୍ତ ସମାପ୍ତ କରି ରେଲୱେ ଲାଇନ ନିର୍ମାଣ କାର୍ଯ୍ୟ କରିବା,କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ଥିବା 750 ଏକର ରେଲୱେ ଜମିରେ ରେଳ ୱାଗନ ଫାକ୍ଟ୍ରି,ବିଦ୍ୟୁତ ଲୋକୋ ସେଡ, ହସ୍ପିଟାଲ ନିର୍ମାଣ କରିବା ,ଟିଟିଲାଗଡ଼ ରେଲୱେ ପ୍ଲାଟଫର୍ମ ରେ ଯାତ୍ରୀ ମାନଙ୍କ ପ୍ରତୀକ୍ଷା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ତୁରନ୍ତ ଶୌଚାଳୟ,ବିଶ୍ରାମ କକ୍ଷ,ଲିଫ୍ଟ,ବେଟେରି ଚାଳିତ କାର,ଯାନବାହାନ ରଖିବା ସୁବିଧା କରିବା,ସମତା ଏକ୍ସପ୍ରେସ ଟ୍ରେନ ସପ୍ତାହରେ ପାଞ୍ଚ ଦିନ ପରିବର୍ତ୍ତେ ୭ ଦିନ ଚଳାଚଳ କରିବା ,ବଲାଙ୍ଗିର ରେଲୱେ ଷ୍ଟେସନ ରେ ଲିଫ୍ଟ ର ବ୍ୟବସ୍ଥା,ପାନୀୟ ଜଳଯୋଗାଣ, ବର୍ଷା ଦିନ ଟିକେଟ କାଉଣ୍ଟର ରୁ ପ୍ଲାଟଫର୍ମ କୁ ଯିବା ପାଇଁ ୱାଟର ପ୍ରୁଫ ବ୍ୟବସ୍ଥା,ବେଟେରି ଚାଳିତ ଗାଡ଼ି ବ୍ୟବସ୍ଥା,କଣ୍ଟାବାଞ୍ଜି ରୁ ଜୟପୁର ଭାୟା କୋକସରା ଧର୍ମଗଡ଼ ରେଲୱେ ଲାଇନ ନିର୍ମାଣ,ଭୁବନେଶ୍ୱର ବଲାଙ୍ଗିର ଇଣ୍ଟରସିଟି ଟ୍ରେନ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ ,ହୀରାକୁଦ ଏକ୍ସପ୍ରେସ ଟ୍ରେନ କୁ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ବଲାଙ୍ଗିର ବରଗଡ଼ ର ଯାତ୍ରୀ ନୂଆଦିଲ୍ଲୀ କୁ ଯାତାୟାତ ପାଇଁ ଟ୍ରେନ ଚଳାଚଳ ବ୍ୟବସ୍ଥା କରିବା ଇତ୍ୟାଦି ପ୍ରସଙ୍ଗରେ ଉପସ୍ଥାପନା କରାଯlଇଥିଲା ।. ତେବେ ପୂର୍ବତଟ ରେଲୱେ ମହାପ୍ରବନ୍ଧକ କାର୍ଯ୍ୟାଳୟ ଙ୍କ ତରଫରୁ ଉପମହାପ୍ରବନ୍ଧକ ଏକ୍ସନ ଟେକନ ରିପୋର୍ଟ ରେ ଜଣାଇଛନ୍ତି ଯେ ପ୍ରସ୍ତାବିତ ବଲାଙ୍ଗିର ନୂଆପଡା ରେଲୱେ ଲାଇନ ର ଫାଇନାଲ ଲୋକେସନ ସର୍ଭେ ମାର୍ଚ୍ଚ 2023 ରେ ସମାପ୍ତ ହେବ,ସେହିପରି ଟିଟିଲାଗଡ଼, କଣ୍ଟାବାଞ୍ଜି, ବଲାଙ୍ଗିର, ଖରିଆର ରୋଡ଼, ନୁଆଁପଡ଼ା ରେଲୱେ ଷ୍ଟେସନ ର ଆଧୁନିକିକରଣ ବ୍ୟବସ୍ଥା ଉପରେ କାର୍ଯ୍ୟକାରୀ କରିବା,ଖୁର୍ଦ୍ଧl ବଲାଙ୍ଗିର ରେଲୱେ ଲାଇନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ସରକାର ଆବଶ୍ୟକୀୟ ଜମି, ଭିତ୍ତିଭୂମି ପ୍ରଦାନ,ସମସ୍ତ ଅନୁସାଙ୍ଗିକ ସହଯୋଗ ପ୍ରଦାନ ,ବଲାଙ୍ଗିର, ବରଗଡ଼, ଟିଟିଲାଗଡ଼ ରୁ ନୂଆଦିଲ୍ଲୀ କୁ ରେଳ ଚଳାଚଳ କରିବା ପାଇଁ ପୂର୍ବ ତଟ ରେଲୱେ ପଦକ୍ଷେପ ନେଉଥିବାର ଉତ୍ତର ପାଇବା ପରେ ସାଂସଦ ଶ୍ରୀ ବିଶି ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଲୱେ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।.

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

୫ଟି ରୂପାନ୍ତରିତ ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ।

ଏବିଭିପି କଳାହାଣ୍ଡି ର ସାମ୍ବାଦିକ ସମ୍ମିଳନୀ

masiha

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

masiha

Leave a Comment

error: Content is protected !!