ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକ୍ ଅପ୍ ଓ ବାଇକ୍ ଧକ୍କାରେ ୩ମ୍ରୁତ

 ନବରଙ୍ଗପୁର–(ମସିହା) ବାଇକ୍ ଓ ପିକଅପ ଧକ୍କା ହେବାରୁ ଘଟଣା ସ୍ଥଳ ରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ଶିଶୁ ଗୁରୁତର ଅବସ୍ଥା ରେ ଉମରକୋଟ ମେଡିକାଲ ରେ ଭର୍ତି | ଏପରି ଦୁଃଖ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଵକଡାବେଡା ପଞ୍ଚାୟତ ଆଗରେ ଘଟିଛି | ସୂଚନାଯୋଗ୍ୟ ଆଜି ଦିନ ଦ୍ୱିପହର ରେ ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ର ଏକ ବାଇକ ଯୋଗେ ୪ଜଣ ଆସୁଥିବା ବେଳେ ନବରଙ୍ଗପୁର ଉମରକୋଟ ମୁଖ୍ୟରାସ୍ତା ରେ ପିକଅପ ଭେନ ଧକ୍କା ହେବାରୁ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା | ବର୍ତମାନ ପର୍ଯ୍ୟନ୍ତ ପରିବାରର କୌଣସି ସଦସ୍ୟ ପହଂଚି ନଥିବା ବେଳେ ୨ବର୍ଷ ର ଶିଶୁ ଟିକୁ ଧରି ଉମରକୋଟ ମେଡିକାଲ ରେ ଗ୍ରାମବାସୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବିଦ୍ୟାଳୟ ରେ ପାଠ ପଢ଼ାଇଲେ ତହସିଲଦାର

Sunil Chandra Nayak

ପୋପରଡା ପ୍ରସିଦ୍ଧ ରଜୋତ୍ସବ ଓ ସମ୍ବର୍ଧନା ସଭା

masiha

ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲାର ୨୧ ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!