ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବୟିତ୍ରୀ ସରସ୍ୱତୀ ପଣ୍ଡାଙ୍କ ପୁସ୍ତକ ନୀଳନିମନ୍ତ୍ରଣ ଉନ୍ମୋଚିତ

ବାଲେଶ୍ଵର,୦୩/୮/୨୩- କବିକବୟିତ୍ରୀ ମାନେ କବିତା ଲେଖୁଛନ୍ତି ସତ କିନ୍ତୁ ଯେପର୍ଯ୍ୟନ୍ତ ନିଜର ଗୋଟିଏ ପୁସ୍ତକ ଉନ୍ମୋଚନ ହୋଇ ନଥାଏ, ସେପର୍ଯ୍ୟନ୍ତ ନିଜ କବିତା ରଚନାର ପରିଶ୍ରମ ସାର୍ଥକ ହୋଇନଥାଏ । ବର୍ଷା ହେଲେ ବେଙ୍ଗ ଯେପରି ମନ ଆନନ୍ଦରେ ରଡି ଛାଡିଥାଏ, ଠିକ୍ ସେହିପରି କବିର କବିତା ବହିଟିଏ ଉନ୍ମୋଚିତ ହେଲେ ତା’ର ମନ ଆନନ୍ଦରେ ନାଚି ଉଠିଥାଏ ଏବଂ ନିଜର ସାହିତ୍ୟ ଜୀବନ ସାର୍ଥକ ହେଲା ବୋଲି ଗର୍ବ ଅନୁଭବ କରିଥାଏ । ଏହି ପରିପ୍ରେକ୍ଷୀରେ ନିକଟରେ ଓଡିଆ ଭାଷା ସାହିତ୍ୟ ବିଭାଗ : ବରୁଣେଶ୍ବର ମହାବିଦ୍ୟାଳୟ ଓ ସାରସ୍ୱତ ସାରାଂଶର ମିଳିତ ଆନୁକୂଲ୍ୟରେ ଯାଜପୁର ଜିଲ୍ଲା ମା ବିରଜା ଦେବୀଙ୍କ ପୀଠ ନିକଟବର୍ତ୍ତୀ ବରୁଣେଶ୍ବର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭେ ମଞ୍ଚାସୀନ ଅତିଥି ମାନଙ୍କ କରକମଳରେ ମୋ ଅନୁଷ୍ଠାନର ଆଜୀବନ ସଦସ୍ୟା ତଥା ସମୀକ୍ଷିକା ସରସ୍ୱତୀ ପଣ୍ଡାଙ୍କ ପୁସ୍ତକ ” ନୀଳନିମନ୍ତ୍ରଣ ” ଉନ୍ମୋଚିତ ହୋଇଯାଇଛି । ଉକ୍ତ ସମାରୋହରେ ବିଭିନ୍ନ କବି କବୟିତ୍ରୀ ମାନେ କବିତା ପାଠ କରିଥିଲେ । ଉକ୍ତ ବର୍ଣ୍ଣାଢ୍ଯ ପରିବେଶରେ ମଞ୍ଚାସୀନ ଥିବା ଅତିଥି ମାନେ ପୁସ୍ତକଟି ଉନ୍ମୋଚନ କରି ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକଟି କବିତା, ରୋମାଣ୍ଟିକ ଭାବାବେଗ ସହିତ ହୃଦୟସ୍ପର୍ଶୀ ବୋଲି ପୁସ୍ତକଟିକୁ ପଢି କହିଥିଲେ । ଏତେଦିନ ପରେ ଶ୍ରୀମତୀ ପଣ୍ଡାଙ୍କ କବିତା ସଙ୍କଳନ ପ୍ରକାଶ ପାଇଥିବାରୁ ସମସ୍ତ କବି ମହଲରେ ଉତ୍ସାହ ଖେଳି ଯାଇଥିବାରୁ ଶ୍ରୀମତୀ ପଣ୍ଡା ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ୯୨ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

Sunil Chandra Nayak

ଦଶହରା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଉମରି ଦଳ

Sunil Chandra Nayak

ଗୁରୁଶ୍ରୀ ତେଗ ବାହାଦୁରଙ୍କ ୩୫୦ତମ ସହିଦ ଦିବସ। ଗୁରୁଶ୍ରୀ ତେଗ୍ ବାହାଦୁରଜୀଙ୍କ ବଳିଦାନ ଅତୁଳନୀୟ

Sunil Chandra Nayak

Leave a Comment

error: Content is protected !!