ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରଡା ଝୋଡି ଓ ଲଦୀପଦର ଗ୍ରାମ ବାସୀ ଙ୍କୁ ପୁଣି ମିଳିଲା ପ୍ରତିଶୃତି : ଭୋଟ ବର୍ଜନ ପରେ ମଧ୍ୟ ମୌଳିକ ସମସ୍ୟା ସମାଧାନ ରେ ପ୍ରଶାସନ ତତ୍ପର ନାହଁ

ତେନ୍ତୁଳିଖୁଣ୍ଟି ୨୦/୦୩/୨୩ -ବରଡାଝୋଡି ଓ ଲଦି ପଦର ଗ୍ରାମ ବାସୀ ନିଜ ଗ୍ରାମ ର ମୌଳିକ ସମସ୍ୟା ସମାଧାନ ଦାବିରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ ପରେ ମଧ୍ୟ ଶୁଣିଲାଣି ପ୍ରଶାସନ । ଭୋଟ ବର୍ଜନ ପରେ ମଧ୍ୟ ଦୁଇଥର ବ୍ଲକ କାର୍ଯ୍ୟ।ଳୟ ଆସି ଦାବୀ ଜଣାଇବା ପରେ ମଧ୍ୟ ବିଡିଓ ଦୂର୍ଜ୍ୟୋଧନ ଭୋଇ କେବଳ କିଛି ସମୟ ମାଗିଥିଲେ ସମାଧାନ ପାଇଁ । ପାନୀୟ ଜଳ ସମସ୍ୟା , ରାସ୍ତା, ବରଡାଝୋଡି ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବା ଆଦି ଦାବୀ ନେଇ ଆଜି ଅଫିସ ସମୟରେ ବ୍ଲକ କାର୍ଯ୍ୟ।ଳୟ ଆସି ନିଜ ନିଜ ରାଶାନ କାର୍ଡ ତଥା ବୃଦ୍ଧ ବୃଦ୍ଧ। ପେନସନ କାର୍ଡ ବିଡିଓ ଙ୍କୁ ଫେରାଇବା ପାଇଁ ଅପେକ୍ଷା କରିଥିଲେ , କିନ୍ତୁ ବିଡିଓ ଭୋଇ ମଧ୍ୟାହ୍ନ ଭୋଜନ ବିରତି ପରେ କାର୍ଯ୍ୟ।ଳୟ କୁ ଆସିବା ପରେ ତାଙ୍କ ସମ୍ମୁଖରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ହିତାଧିକାରୀ ଙ୍କ କାର୍ଡ ରଖି ଦେଇ ଆମ ର ମୌଳିକ ଦାବୀ ପୂରଣ ନ କଲେ ଆମେ କୌଣସି ସରକାରୀ ସାହାଯ୍ୟ ନେବୁନି ବୋଲି ଅଡି ବସିଥିଲେ ।. ବିଡିଓ ଭୋଇ ତୁରନ୍ତ ସହକାରୀ ଯନ୍ତ୍ରୀ ଆଶିଷ ପ୍ରଧାନ ଓ କନିଷ୍ଠ ଯନ୍ତ୍ରୀ ମଲିକ ଙ୍କୁ ଡାକି ଉକ୍ତ ଦୁଇ ଗ୍ରାମ ରାସ୍ତା ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଦୁଇଟି ପ୍ରକଳ୍ପ ଅନୁମୋଦନ ର ପ୍ରକ୍ରିୟା କରାଇଥିଲେ , ଆସନ୍ତା ସ୍ପାତହ ମଧ୍ୟରେ ରାସ୍ତା କାମ ଆରମ୍ଭ ହେବ ବୋଲି କହିଥିଲେ। ତତକ୍ଷଣାତ ଉକ୍ତ ଦୁଇ ଗ୍ରାମ ଯାଇ ପାନୀୟ ଜଳ ର ସ୍ଥିତି ଯାଞ୍ଚ କରି ସମାଧାନ କରିବାକୁ  ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ କେ ସନ୍ତୋଷ ଙ୍କୁ ପଠାଇ ଥିଲେ.। ମରାମତି କର ଆବଶ୍ୟକ ସ୍ଥଳେ ୭ ଦିନ ମଧ୍ୟରେ ନଳକୂପ ଖନନ କର ବୋଲି ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ପରେ ଯନ୍ତ୍ରୀ ସନ୍ତୋଷ ଉକ୍ତ ଗ୍ରାମକୁ ଯାଇ ଥିଲେ। ବ୍ଲକ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭୋମିକ ଙ୍କୁ ୨୦୨୩ -୨୪ ଶିକ୍ଷା ବର୍ଷରୁ ତିନିଟି ଶିକ୍ଷା ବର୍ଷ ବନ୍ଦ ଥିବା ବରଡାଝୋଡି ପ୍ରାଥମିକ ବିଦ୍ୟାଲାୟ ଖୋଲିବାକୁ କହିଥିଲେ। ସେ ସମ୍ମତି ପ୍ରକାଶ କରିଥିଲେ । ସାତ ଦିନ ମଧ୍ୟରେ ସମସ୍ତ ଦାବୀ ପୂରଣ ପ୍ରତିଶ୍ରୁତି ପରେ ନିରୀହ ଗ୍ରାମବାସୀ ପୁଣି ନିଜ ନିଜ କାର୍ଡ ନେଇ ଗ୍ରାମକୁ ଫେରିଥିଲେ। ବି ଇ ଓ ଭୌମିକ ଙ୍କୁ ପଚାରିବାରୁ ଛାତ୍ର ଛାତ୍ରୀ ସଂଖ୍ୟା କମ ଆଧାର ରେ ବନ୍ଦ କରାଯାଇଥିବା ବିଦ୍ୟାଳୟ ଗୁଡିକୁ ପୁଣି ଖୋଲିବା ପାଇଁ ସରକାରୀ ନିର୍ଦେଶନାମା ଆସିନି ବୋଲି କହିଛନ୍ତି। ତିନି ଗୋଟି ପଂଚାୟତ ସମିତି ବୈଠକ ରେ ଏ ନେଇ ଆଲୋଚନା ହୋଇଛି କିନ୍ତୁ ସରକାରୀ ନିର୍ଦେଶ ଆସିନଥିବା ବେଳେ ମୌଳିକ ସମସ୍ୟା ସମାଧାନ ରେ ପ୍ରଚେଷ୍ଟା ନ କରି ଅଭିଯୋଗ କିମ୍ବା ଆନ୍ଦୋଳନ ପାଇଁ ଜନତା ଆସିଲେ ବିଡ଼ିଓ ଖାଲି ବରଡା ଝୋଡି ଓ ଲଦୀପଦର ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସାମାଜିକ କର୍ମୀ ଗୋବର୍ଦ୍ଧନ କହିଛନ୍ତି। ଆଜିର ଘେରାଉ ରେ ଲେଲି ଲହରା, ବିବନ ଜାନୀ , ମାଝୀ ଜାନୀ , ସମାରୁ ଜାନୀ , ରଥୀ ଜାନୀ , ସିନ୍ଧେଇ ଜାନୀ ପ୍ରମୁଖ ସାମିଲ ଥିଲେ। ବିଡ଼ିଓ ଙ୍କ ସହ ଭୀମସେନ ପାଣିଗ୍ରାହୀ ଦିଲିପ ପ୍ରଧାନୀ ଓ ପ୍ରହଲ୍ଲାଦ ହିଆଲ ଜନତା ଙ୍କ ପାଇଁ ଆଲୋଚନା ରେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଗ୍ଲୋବାଲ ଆଇକୋନିକ ଆୱ।ଡ଼

Sunil Chandra Nayak

ସୁସ୍ଥ ମହିଳା ସୁସ୍ଥ ଭାରତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସାଇକେଲ ଯାତ୍ରା

Sunil Chandra Nayak

ଶତାୟୁ, ପି ଏମ୍ ଶ୍ରୀ ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳିତ

masiha

Leave a Comment

error: Content is protected !!