ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ମହିଳା ମୋର୍ଚ୍ଚା ସମାବେଶ

ପାପଡାହାଣ୍ଡି 20/3, ମନିସ — – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ସହିଦ ମିନାର ଠାରେ ଜିଲ୍ଲା ବିଜେଡି ମହିଳା ମୋର୍ଚା ର ସଭାନେତ୍ରୀ ମଞ୍ଜୁଳା ମାଝିଙ୍କ ଅଧ୍ୟକ୍ଷତା ରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି | ସମାବେଶରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ମହିଳା ମୋର୍ଚାର ପର୍ଯ୍ୟବେକ୍ଷକ ରୁନୁ ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଉପସ୍ଥିତ ଥିଲେ | ଏହି ସମାବେଶ ର ମୁଖ୍ୟ ଉଦେଶ୍ୟ ଜିଲ୍ଲାରେ ମହିଳା ମାନଙ୍କ ସଶକ୍ତିକରଣ କରି ଅଧିକ ରୁ ଅଧିକ ମାତ୍ରାରେ ବିଜେଡି ରେ ଜଡିତ କରିବା | ଜେନା ନବୀନ ବାବୁଙ୍କ ସୁଶାସନ , ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତିକରଣ କରିବା , ମହିଳାଙ୍କୁ ଶିକ୍ଷିତ କରି ତାଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା , ମହିଳାମାନଙ୍କୁ 33% ସବୁକ୍ଷେତ୍ରରେ ସୁବିଧା କରିବା , ନବୀନ ବିଜୁ ବାବୁଙ୍କ ସ୍ବପ୍ନ ର ଓଡିଶା ଗଠନ କରିବାରେ ମହିଳା ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ | ଏହି ସମାବେଶରେ ପାପଡାହାଣ୍ଡି ବ୍ଲକ ର 23 ଗୋଟି ପଂଚାୟତ ର ସମସ୍ତ ପଂଚାୟତ ସଭାନେତ୍ରୀ , ଓ ସମ୍ପାଦିକା ଉପସ୍ଥିତ ଥିଲେ | ଏଥିରେ ବ୍ଲକ ର ବିଜେଡି ମହିଳା ସରପଞ୍ଚ ଓ ସମିତି ସଭ୍ୟା ମଧ୍ୟ ଉପସ୍ଥିତ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା , ପାପଡାହାଣ୍ଡି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲ୍ଲିକ , ବ୍ଲକ କାର୍ଯ୍ୟକାରୀ ସଭାପତି ତୁଳସା ଭତରା , ଆଦିବାସୀ ବିକାଶ ପରିଷଦର ଉପ ସଭାନେତ୍ରୀ ଭାନୁମତି ପୂଜାରୀ , ପାପଡାହାଣ୍ଡି ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଚନ୍ଦ୍ରା ମାଝୀ , ସୁଜାତା ନାୟକ , ଭଗବତୀ ଭତରା, ତ୍ରିନାଥ ପ୍ରଧାନ, ଶିବ ପ୍ରସାଦ ଅଗ୍ରୱାଲ , ପରେଶ ଜେନା , ଡାବୁଗାଁ ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ସଭାପତି ରାଜେନ୍ଦ୍ର କଚିମ , ଅକ୍ଷୟ ସାହୁ , କୁଶ ମାଝୀ, ଉପସ୍ଥିତ ଥିଲେ | ପାପଡାହାଣ୍ଡି ବ୍ଲକ ର ଶତାଧିକ ମହିଳା ସଭ୍ୟା ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧୃବ ଙ୍କ ନେତୃତ୍ବରେ ବିକଶିତ ରାଜନଗର ନିର୍ବାଚନ ମଣ୍ଡଳୀରେ ଯୋଡି ଶଙ୍ଖ ବନାମ ଡବଲ ଇଞ୍ଜିନ ପ୍ରତି ସମର୍ଥନ ବୃଦ୍ଧି

masiha

ଆସନ୍ତା ୧୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ତୁଳସୀ ସତ୍ୟାଗ୍ରହ

masiha

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଦୁଇ ସପ୍ତାହ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା

masiha

Leave a Comment

error: Content is protected !!