ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳର ବିଏସଏଫ କ୍ୟାମ୍ପ ପକ୍ଷରୁ ଜନସମ୍ପର୍କ ଶିବିର 

କନ୍ଧମାଳ,20/03(ମନିସ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଙ୍ଗୁନପଦର ଠାରେ ଥିବା ବିଏସଏଫ କ୍ୟାମ୍ପ ପକ୍ଷରୁ ସୁମେରବନ୍ଧ ଠାରେ ଏକ ଜନସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି। ସହକାରୀ କମାଣ୍ଡାଣ୍ଟ ଶମ୍ଭୁ ବୈଦ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ସୁଶିଳା କହଁର, ଓ୍ବ।ର୍ଡ ମେମ୍ବର ରବୀନ୍ଦ୍ର କହଁରଙ୍କ ସମେତ ବିଏସଏଫ ଅଧିକାରୀ ଓ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ । ନିକଟସ୍ଥ ଡାମଙ୍ଗପଥର, ବାଇଡିପଦର ଓ ମିଙ୍ଗୁନପଦର ଗ୍ରାମର୨୦୮ ଜଣ ଗ୍ରାମବାସୀଙ୍କୁ ପୋଷାକ, ବାସନକୁସନ ଖେଳ ସାମଗ୍ରୀ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଗ୍ରାମବାସୀ ଓ ସୁରକ୍ଷା ବାହିନୀ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଓ ଉତ୍ତମ ବୁଝାମଣା ସୃଷ୍ଟି ପାଇଁ ବିଭିନ୍ନ ସ୍ଥାନରେଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବିଏସଏଫ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଇତି ମଧ୍ୟରେ ତିନୋଟି ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇଛି । ମାଓ ସମସ୍ୟାକୁ ପ୍ରତିହତ କରିବା ସହ ସୁରକ୍ଷା ବାହିନୀ ତରଫରୁ ଏସବୁ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକଳାପର ମଧ୍ୟ ଆୟୋଜନ କରାଯାଉଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ମିଡିଆ ଟାଇକୁନ ସ୍ୱର୍ଗତ ରାମୋଜି ରାଓଙ୍କୁ ଭାରତରତ୍ନ ପ୍ରଦାନ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ 

masiha

ଆମ ଓଡ଼ିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଭିଡିଓ କନ୍ନଫେରନ୍ସ କାର୍ଯ୍ୟକ୍ରମ କୁ ବର୍ଜନ କରିବ ତେନ୍ତୁଳିଖୁଣ୍ଟି ବ୍ଳକ ସରପଞ୍ଚ ସଙ୍ଘ

masiha

ମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରେସ ମିଟରେ ସୂଚନା ଦେଲେ ଡାବୁଗାଁ ବିଧାୟକ

masiha

Leave a Comment

error: Content is protected !!