ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳର ବିଏସଏଫ କ୍ୟାମ୍ପ ପକ୍ଷରୁ ଜନସମ୍ପର୍କ ଶିବିର 

କନ୍ଧମାଳ,20/03(ମନିସ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଙ୍ଗୁନପଦର ଠାରେ ଥିବା ବିଏସଏଫ କ୍ୟାମ୍ପ ପକ୍ଷରୁ ସୁମେରବନ୍ଧ ଠାରେ ଏକ ଜନସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି। ସହକାରୀ କମାଣ୍ଡାଣ୍ଟ ଶମ୍ଭୁ ବୈଦ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ସୁଶିଳା କହଁର, ଓ୍ବ।ର୍ଡ ମେମ୍ବର ରବୀନ୍ଦ୍ର କହଁରଙ୍କ ସମେତ ବିଏସଏଫ ଅଧିକାରୀ ଓ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ । ନିକଟସ୍ଥ ଡାମଙ୍ଗପଥର, ବାଇଡିପଦର ଓ ମିଙ୍ଗୁନପଦର ଗ୍ରାମର୨୦୮ ଜଣ ଗ୍ରାମବାସୀଙ୍କୁ ପୋଷାକ, ବାସନକୁସନ ଖେଳ ସାମଗ୍ରୀ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଗ୍ରାମବାସୀ ଓ ସୁରକ୍ଷା ବାହିନୀ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଓ ଉତ୍ତମ ବୁଝାମଣା ସୃଷ୍ଟି ପାଇଁ ବିଭିନ୍ନ ସ୍ଥାନରେଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବିଏସଏଫ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ଇତି ମଧ୍ୟରେ ତିନୋଟି ବିଏସଏଫ କ୍ୟାମ୍ପ ସ୍ଥାପନ କରାଯାଇଛି । ମାଓ ସମସ୍ୟାକୁ ପ୍ରତିହତ କରିବା ସହ ସୁରକ୍ଷା ବାହିନୀ ତରଫରୁ ଏସବୁ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକଳାପର ମଧ୍ୟ ଆୟୋଜନ କରାଯାଉଛି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରକ୍ତ ରକ୍ତକୁ ବାନ୍ଧିଛି ସମ୍ପର୍କର ଡୋରୀରେ ,କଳାହାଣ୍ଡି,ନୂଆପଡା ,ବଲାଙ୍ଗିରର ଠାକୁର ବର୍ଗର କୌଶିଳ ପରିବାର ଏକତ୍ରିତ 

masiha

ଜଳ ଯୋଗାଣ ଅଫିସ୍ ଗେଟ ରେ ପିଟି ହୋଇ ମଟର ସାଇକଲ ଚାଳକ ମୃତ

Sunil Chandra Nayak

ଏସବିଆଇ ଓ ରାମକି ଫାଉଣ୍ଡେସନ ପକ୍ଷରୁ ମାଗଣା ଶିଶୁ ରୋଗ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!