ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତିଶଗଡ ଚାଲାଣ ବେଳେ ଧାନ ଗାଡ଼ି ଓଲଟିଲା

ରାଇଘର ୨୦/୦୩ ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ଠାରୁ କୁନ୍ଦେଇ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଯୋଡ଼ିଙ୍ଗା – ଦେଓଭରଣ୍ଡି ମଧ୍ୟ ରେ ଏକ ଧାନ ବୋଝେଇ ଟ୍ରକ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର l ତେବେ ଛତିଶଗଡ ଚାଲାଣ ହେଉଥିବା ଧାନ ଗାଡ଼ି ଉପରେ ରାଇଘର ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି l 

 ଉମରକୋଟ ଅଞ୍ଚଳରୁ ଏକ ଟ୍ରକ ଗାଡି ନମ୍ବର ସିଜି ୧୭ସିଏ ୭୫୧୫ ଯୋଗେ ଧାନ ବୋଝେଇ ହୋଇ ଛତିଶଗଡ ଅଭିମୁଖେ ଯାଉଥିବା ବେଳେ କୁନ୍ଦେଇ ମୁଖ୍ୟ ରାସ୍ତାର ଯୋଡ଼ିଙ୍ଗା – ଦେଓଭରଣ୍ଡି ମଧ୍ୟ ସ୍ଥଳରେ ଭାରଶ୍ୟାମ ହରାଇ ବିଲ ମଧ୍ୟରେ ଓଲଟି ପଡ଼ିଥିଲା l ଗାଇ ଚୋରାଳି ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର କୁ ବାହାର କରି ହାଟଭରଣ୍ଡି ମେଡିକାଲ ରେ ଭର୍ତ୍ତି କରିଥିଲେ l ଖବର ପାଇ ରାଇଘର ଥାନା ପକ୍ଷରୁ ତଦନ୍ତ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳରେ ହୋମ୍ ଗାର୍ଡ ନିୟୋଜିତ କରିଥିଲେ l ତେବେ ବର୍ତ୍ତମାନ ମଧ୍ୟ ଧାନ ମଣ୍ଡି ଜାରୀ ରହିଥିବା ବେଳେ ଓଡ଼ିଶା ଧାନ ଛତିଶଗଡ ଚାଲାଣ ହେଉଥିବା ବେଳେ ପ୍ରଶାସନ ଗୁରୁତ୍ୱ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି l ତେବେ ଗାଡ଼ିରେ କେତେ ବସ୍ତା ଧାନ ରହିଛି ପୋଲିସର ତଦନ୍ତ ପରେ ଜଣାପଡ଼ିବ l ଖୁଲମ୍ ଖୁଲା ଧାନ ମୁଖ୍ୟ ରାସ୍ତା ଦେଇ ଟ୍ରକ ଯୋଗେ ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଯାଞ୍ଚ କରା ଯାଉନାହିଁ l ସୀମାନ୍ତ ଅଞ୍ଚଳ ରୂପେ ରାଇଘର ବ୍ଲକରେ ଦୁଇ ଦୁଇଟି ଥାନା ରହିଥିବା ବେଳେ ମଣ୍ଡି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଖୁଲମ ଖୁଲା ଧାନ ଚାଲାଣ ହେଉଥିବା ବେଳେ ଗୋଟିଏ ଗାଡି ମଧ୍ୟ ଧରା ପଡ଼ି ନାହିଁ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋଇଡା ପ୍ରେସ କ୍ଳବ୍ ପ୍ରଥମ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ

masiha

ଶହେରୁ ଉର୍ଦ୍ଧ୍ବ ବର୍ଷର ପରମ୍ପରା ସରିଲା ଚାଷୀପଡ଼ା ଉଡ଼ା ପର୍ବ

masiha

ନାଗା ନାରାୟଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳନ.

masiha

Leave a Comment

error: Content is protected !!