ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗର କ୍ଷେତ୍ର ପ୍ରଦର୍ଶକ କର୍ମଚାରୀ ସଂଘର ୧୯ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗର କ୍ଷେତ୍ର ପ୍ରଦର୍ଶକ କର୍ମଚାରୀ ସଂଘର ୧୯ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ

 ବାଲେଶ୍ଵର,୨୧/୦୧/୨୦୨୪ – ପୁରୀ ଜିଲ୍ଲା ପିପିଲି ତୃଣ ଉନ୍ନୟନ ଫାର୍ମ ନିକଟରେ ସଙ୍ଗର ୧୯ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସାରା ଓଡିଶାରୁ ସଭ୍ୟ ଓ ସଭ୍ୟା ଯୋଗ ଦେଇଥିଲେ । ପ୍ରଥମେ ସଂଘର ପୂର୍ବତନ ସାଧାରଣ ସଂପାଦକ ଏବଂ ବର୍ତ୍ତମାନର ଉପଦେଷ୍ଟା କମିଟିର ସଭ୍ୟ ପଦ୍ମଲୋଚନ ଦାଶ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଧୂପ, ଫୁଲ, ଦେଇ ପୂଜା ଅର୍ଜନା କଲା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସପୋନା ନନ୍ଦ ମହାପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ପୂର୍ବତନ ସଭାପତି ପ୍ରଭାସ ଚନ୍ଦ୍ର ମହାତବ, ପୂର୍ବତନ ସାଧାରଣ ସଂପାଦକ ପଦ୍ମଲୋଚନ ଦାଶ,ଖଇରା, ବାଲେଶ୍ଵର, ସମ୍ମାନୀତ ଅତିଥି ଭାବେ ପିପିଲି ଫାର୍ମର ତୃଣ ଉନ୍ନୟନ ଅଧିକାରୀ ପି,ସି, ସେଠୀଙ୍କୁ ମଞ୍ଚାସୀନ ହୋଇଥିଲେ । ଯୁଗ୍ନ ସମ୍ପାଦକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ୧୯ ତମ ସାଧାରଣ ଅଧିବେଶନ ବୈଠକରେ ସଙ୍ଗର ପୂର୍ବତନ ସଭାପତି, ସମ୍ପାଦକଙ୍କ ସହିତ ବିଭିନ୍ନ କର୍ମକର୍ତ୍ତା ମାନଙ୍କ ନିର୍ବାଚିତ ସମୟ ସରିଯାଇଥିବା ଯୋଗୁଁ ନୂତନ ଭାବେ ସିଲେକସନ ଭାବେ ନିର୍ବାଚନ କରିବା ପାଇଁ ସ୍ଥିର କରାଯିବାରୁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହି ସିଲେକସନ ମାଧ୍ୟମରେ ସଭାପତି ଜିତେନ୍ଦ୍ର କୁମାର ଦାସ, ଉପସଭାପତି ଗୋପୀନାଥ ବିଶ୍ବାଳ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାଉ, କୋଷାଧ୍ୟକ୍ଷା ଭାବେ ପିଙ୍କି କୁମାରୀ, (ସଂଗଠନ ସମ୍ପାଦକ) ଯୁଗ୍ନ ସମ୍ପାଦକ ବେଣୁଧର କର, ରଜନୀ କାନ୍ତ ସେନାପତି(ଅଫିସ ସମ୍ପାଦକ), କାର୍ଯ୍ୟକାରୀ କମିଟିର ସଭ୍ୟ ପଶ୍ଚିମ ଓଡ଼ିଶାର ସୁବାଷ ମାଝୀ, ସଞ୍ଜୟ ବାରିକ, ପ୍ରଦୀପ ସାହୁ, ଦକ୍ଷିଣ ଓଡ଼ିଶାର ରଘୁନାଥ ବେହେରା, ମଧୁସୂଦନ ସାରକା, ମନୋଜ ସେନାପତି, ବନମାଳୀ ନାୟକ, ଉତ୍ତର ଓଡ଼ିଶାର ଚିତ୍ର ରଞ୍ଜନ ଦାସ, ଵିଜୟକେତନ ମଲ୍ଲିକ, ମୁଖ୍ଯ ପରାମର୍ଶ ଦାତା ସପୋନା ନନ୍ଦ ମହାପାତ୍ର, ପଦ୍ମଲୋଚନ ଦାଶ, ପ୍ରଭାସ ଚନ୍ଦ୍ର ମହାତବ, ଆସନ୍ତା ଦୁଇ ବର୍ଷ ପାଇଁ ନୂତନ ଭାବେ ନିର୍ବାଚିତ ହୋଇଥିଲେ ବୋଲି ସଙ୍ଗର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାଉ ଗଣମାଧ୍ୟମ ପ୍ରତିନିଧି ନିକଟରେ ପ୍ରକାଶ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଅନୁଷ୍ଠିତ 

Sunil Chandra Nayak

ଜୁନାଗଡ଼ଠାରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!