ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସର୍ପ ପାଣିରେ ମରି ପଡିବା ଯୋଗୁଁ ପାଣି ପାଇଁ ନ ଖାଇ ରହିଲେ,ସବୁ ସେବା ଗ୍ରାମରେ ଠପ୍ ?

ନବରଙ୍ଗୁପୁର,୬/୨(ମସିହା ) ନବରଙ୍ଗ ପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ପାଙ୍ଗନ ମୋରା ଗ୍ରାମ ୧୩ ନମ୍ୱର ୱାର୍ଡ଼ ରାଜସ୍ୱ ଗ୍ରାମ୍ୟର ମାନ୍ୟତା ପାଇ ,ଆଜ କୁ ପ୍ରାୟ ଦୀର୍ଘ ୬୦ ବର୍ଷ ହବ।ପାଙ୍ଗନମୋରା ଗ୍ରାମରେ ପ୍ରାୟ ୨୫ ରୁ ୩୦ ହରିଜନ ପରିବାର ଦୀର୍ଘ ବର୍ଷ ଧରି ବସବାସ କରିଆସୁଛନ୍ତି। ସରକାରଙ୍କ ସୁବିଧା ସୁଯୋଗ କିଛି ପାଇ ପାରୁନାହାନ୍ତି। ଭାରତ ସ୍ୱାଧୀନତା ହୋଇ ଆଜକୁ ପ୍ରାୟ ଦୀର୍ଘ ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏ ପାଙ୍ଗନମରା ଗ୍ରାମ ବାସୀ ଇଂରେଜ ମାନଙ୍କ କବଳ ରୁ ସତରେ ଉଦ୍ଧାର ପାଇ ନାହାନ୍ତି।

ଗ୍ରାମ ବାସୀଙ୍କ ଦୁଃଖ ବୁଝିବାକୁ ନା ଅଛନ୍ତି ସରକାର, ନା ଅଛନ୍ତି ନେତା ମନ୍ତ୍ରୀ କେହି ବି ଏହି ଦୁଃଖୀ ଗ୍ରାମ ବାସୀଙ୍କ ଦୁଃଖ ବୁଝିବାକୁ ନାହିଁ, କିନ୍ତୁ ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଚାଲିଛନ୍ତି ସତ୍ ,କାର୍ଯ୍ୟକାରୀ କରିବାର ନା ଧରୁନି।ଉକ୍ତ ପାଙ୍ଗନମରା ଗ୍ରାମବାସୀ ଗ୍ରାମରେ ଥିବା ଭଳି ନୁହେଁ କିନ୍ତୁ ବନ୍ୟ ପଶୁ ପରି ତାଙ୍କ ଜୀବନ ଜୀବିକା ନିର୍ବାହ କରିଆସିଛନ୍ତି।ଭାରତ ସ୍ୱାଧନତା ହୋଇ ୭୫ ବର୍ଷ ଵିତିଛି ହେଲେ ମଧ୍ୟ ସରକାରଙ୍କ ସୁବିଧା ସୁଯୋଗ ପାଇ ପାରୁନାହାନ୍ତି ଗ୍ରାମବାସୀ।ଏହି ଗ୍ରାମକୁ ଯିବାକୁ ହେଲେ ୩ କିମି ଚାଲି ଚାଲି ଯିବାକୁ ପଡ଼ିବ, ଗ୍ରାମକୁ ରାସ୍ତା ନାହିଁ ଗର୍ଭବତୀ ମା ମାନଙ୍କୁ ଯେଉଁ ଭଳି ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି ଏବେବି ଏହାର ଜ୍ଵଳନ୍ତ ପ୍ରମାଣ ଖଟିଆ ରେ ବୋହି ଜଙ୍ଗଲ ମଝିରେ ରହି ଆମ୍ମ୍ୱଳାନ୍ସ ଗାଡ଼ିକୁ ଫୋନ୍ କରିବାକୁ ପଡୁଛି।ପିଇବା ପାଣି କଥା ନ କହିଲେ ଭଲ ଜମିରେ ଗାତ କରିଛନ୍ତି। ପୋଖରି ତଥା ଖୋଲା ଆକାଶ ତଳରେ ଗୋଳିଆ ଆବର୍ଜନା ପାଣି ପିଉଛନ୍ତି।ଗତ, ୭ ,୮ ,ଦିନ ତଳେ ସେହି ପିଇବା ପାଣି ପୋଖରି ଭିତରେ ଗୋଟିଏ ବିଷାକ୍ତ ସର୍ପ ମରି ଯାଉଥିବାରୁ ଦୁଇ ଓଳି ଭୋକ ଉପାସରେ ଗ୍ରାମ ବାସୀ ରହିଥିଲେ।ତାଙ୍କ ପାଇଁ ନା ଅଛି ନଳ କୁପ, ନା ଅଛି ରାସ୍ତା, ନା ଅଛି ସ୍ବାସ୍ଥ୍ୟ ସେବା, ନା ଅଛି ଶିକ୍ଷା, ତାଙ୍କ ପାଇଁ ସବୁ ପ୍ରକାର ସେବା ଠପ୍।ଏ ନେଇ ଆମ ଜିଲ୍ଲା ପ୍ରତିନିଧି ଗ୍ରାମରେ ପହଞ୍ଚି ଗ୍ରାମ ବାସୀଙ୍କ ଠାରୁ ପ୍ରତିକ୍ରିୟା ଓ ସମସ୍ତ ବିଷୟ ପଚାରି ବୁଝିବା ପରେ ତାଙ୍କ ଦୁଃଖ କହିଲେ ନ ସରେ,ତଥାପି ନୀରିହ ଗ୍ରାମ ବାସୀ ସରକାରଙ୍କ ଠାରେ କେତେ ବିନତି ଅନୁରୋଧ କରିଆସୁଛନ୍ତି। ପ୍ରତି ୫ବର୍ଷ ନିର୍ବାଚନ ବେଳେ ପଞ୍ଚାୟତ ପ୍ରତିନିଧି ଆସି ମୁ ଏବର୍ଷ ବିଜୟ ହେଲେ, ଏ ଗ୍ରାମ ର ବିକାଶ କରିବି କହି ପମ୍ପା ପ୍ରତିଶ୍ରୁତି ଦେଇ ମିଥ୍ୟା ପ୍ରଲୋଭନ ଦେଖାନ୍ତି।ସରକାରୀ ବାବୁଙ୍କ ନିଦ କେବେ ଭାଙ୍ଗିବ ତାଙ୍କ ଦୁଃଖ କେବେ ସରିବ ନା ନାହି ନାହି ରେ ୨୦୨୩ ପରେ ସାଧାରଣ ନିର୍ବାଚନ ପାରିହେବ।ନା ଓଡ଼ିଶା ସରକାରଙ୍କ ସ୍ୱଚ୍ଚ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରେ ସାମିଲ ହେବ।ବିକାଶ ନକ୍ସା ରେ ଲିପିବଦ୍ଧ ହେବ ନା ଯେମିତି ତିମିରି କୁ ସେମିତି ତିମିର ହୋଇ ରହିବ।କେବେ ଏ ଗ୍ରାମର ଦୁଖ ଜିବ ଏହା ଦେଖିବାକୁ ବାକି ରହିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଧର୍ମଗଡ ଠାରୁ ପୁରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆଜି ଠାରୁ ଆରମ୍ଭ।

masiha

ମହିଳାଙ୍କ ସହିତ ୪ଛୁଆଙ୍କୁ ଥଇଥାନ କଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ 

Sunil Chandra Nayak

ଶିଶୁ ବାଟିକା ଓ ବିଦ୍ୟାଳୟ ପ୍ରବେଶ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

masiha

Leave a Comment

error: Content is protected !!