ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ

ଡାବୁଗାଁ, ୬/୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଏକ ସ୍ଵତନ୍ତ୍ର ନିଯୁକ୍ତି ତାଲିମ ଶିବିର ସୋମବାର ଅନୁଷ୍ଠିତ ହୋଇଥିଲା । ଏହି ଅଵସରରେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଅର୍ଥନୀତି ଶଶାଙ୍କ ଶେଖର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗର ମୁଖ୍ୟ ଚନ୍ଦନା ପଣ୍ଡା, ଅର୍ଥନୀତି ବିଭାଗର ମୁଖ୍ୟ ଉର୍ମିଳା ବ୍ରହ୍ମା ଓ ଓଡ଼ିଆ ବିଭାଗର ଅଧ୍ୟାପିକା ମନିସା ସରକାର, ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ୟାସୀ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଉକ୍ତ ଶିବିରକୁ ପରିଚାଳନା ଦାୟିତ୍ୱରେ ଇତିହାସ ବିଭାଗର ମୁଖ୍ୟ ପୁଷ୍ପାଞ୍ଜଳି ସାହୁ ପରିଚାଳନା କରିଥିଲେ । ନବରଙ୍ଗପୁର ଜିଲା ତରଫରୁ ଉକ୍ତ ଶିବିର ଅନୁଷ୍ଠିତ ହେଉ ଥିବାବେଳେ ନବରଙ୍ଗପୁର ଜିଲା ଶିଳ୍ପ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ବିକ୍ରମ ରାଜୁ ବାବୁ ଯୋଗ ଦେଇଥିଲେ । ଶିଳ୍ପ ଭିତ୍ତିକ କୁ ଗୁରୁତ୍ଵ ଦେଇ ସ୍ୱଚ୍ଛ ଅର୍ଥନୀତିର ବିକାଶ ସହ ନିଯୁକ୍ତି କୁ ଗୁରୁତ୍ଵ, ଦକ୍ଷତା ଓ ତାଲିମକୁ ଗୁରୁତ୍ଵ ଦେଇ ବ୍ୟକ୍ତିଗତ ଓ ଅର୍ଥନୀତିର ବିକାଶ ରେ ଯୋଡ଼ିହେବା ଉପରେ ଗୁରୁତ୍ଵ ଦେବା ଦରକାର ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ଏଥିରେ ୩୦ ଜଣ ଛାତ୍ରୀ ଛାତ୍ର ଙ୍କୁ ପ୍ରଥମେ ତାଲିମ ଶିବିର ରେ ୧୨ ଜଣଙ୍କୁ ତାଲିମ ଦିଆଯିବ । ନିହାତି ଭାବେ ଶିଳ୍ପ ର ବିକାଶ ପାଇଁ ସମସ୍ତ ଛାତ୍ରୀ ଛାତ୍ର ନିଯୁକ୍ତି ଉପରେ ତାଲିମ ଦିଆଯିବ ବୋଲି କହିଥିଲେ । ଏଥିରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଶ୍ରୀ ଉର୍ମିଳା ବ୍ରହ୍ମା ଯୋଗ ଦେଇ ସେ ମଧ୍ୟ ନିଜ ବକ୍ତବ୍ୟରେ କହିଥିଲେ ପିଲାମାନେ ନିଯୁକ୍ତି ଓ ଆୟ ଉପରେ ଗୁରୁତ୍ଵ ଦେଇ କିଛି ତାଲିମ ନେଇ ଯେ କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ନିଜକୁ ନିୟୋଜିତ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏଥିସହିତ ଯୁକ୍ତ ତିନି ଶେଷ ବର୍ଷର ସମସ୍ତ ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ। ଏଥି ସହିତ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ । ସଭା ଶେଷରେ ଇତିହାସ ବିଭାଗର ଅଧ୍ୟାପକ ଦୟାରାମ ମନୋହର ଧନ୍ୟବାଦ ଅର୍ପଣ କରିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ ମୁସଲିମ ଜମାତ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଅଞ୍ଚଳର ବିକାଶ ରେ ସାମିଲ ହେବାପାଇଁ ସଂକଳ୍ପ…

masiha

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ରୁ ୧୫….. ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି,ଦ୍ବୀପନ୍ବିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ

masiha

ରୋଟାରୀ ଗ୍ରୀନ୍ ଫିଲଡ଼ କଟକ ପକ୍ଷରୁ ଅର୍ଣ୍ଣପୂର୍ଣ୍ଣା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!