ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜୀବିକା ପାଇଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ତାଲିମ ଓ କର୍ମଶାଳା

ତେନ୍ତୁଳିଖୁଣ୍ଟି ୦୬/୦୨/୨୩- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଂଚାୟତ ସମ୍ମିଳନୀ କକ୍ଷରେ ଜୀବିକା ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ତାଲିମ ଓ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ କୃଷି ,ମତ୍ସ୍ୟ,ଓ ପଶୁପାଳନ ବିଭାଗ ର ଅଧିକାରୀ ଯୋଗ ଦେଇ ସେମାନଙ୍କ ବିଭାଗ ଜୀବିକା ପାଇଁ ଯୋଗାଇ ଦେଉଥିବା ଯୋଜନା ଓ ତାହାର ଫାଇଦା କିପରି ନିଆଯାଇ ପାରିବ ଓ ସରକାର କିଭଳି ଆର୍ଥିକ ତଥା ବୈଷୟିକ ସହାୟତା ଯୋଗାଉ ଛନ୍ତି ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ମହିଳା ସ୍ୱୟଂ ସହାୟକ ଦଳ ,କୃଷକ ମାନଙ୍କ ପାଇଁ ଜୀବିକା ପାଇଁ ବହୁ ବ୍ୟବସ୍ଥା ରହିଛି ଏପରିକି ମାର୍କେଟିଂ ପାଇଁ ସୁବିଧା ଯୋଗାଇ ଦିଆଯାଉଥିବା ଉଲ୍ଲେଖ କରିଥିଲେ। କୁକୁଡ଼ା ଚାଷ ,ଅଣ୍ଡା ଉତ୍ପାଦନ ,ଗୋ ପାଳନ ,ମତ୍ସ୍ୟ ଚାଷ ଆଦି ର ସୁବିଧା ବୁଝାଇଥିଲେ। ପୋଖରୀ ପାଇଁ ,ଗୁହାଳ ଘର ପାଇଁ ,ଜମି ମରାମତି ପାଇଁ , ମିଳୁଥିବା ସୁବିଧା ମଧ୍ୟ ଉଲ୍ଲେଖ କରାଯାଇଥିଲା। ଆଜିର କର୍ମଶାଳା ରେ ଏ ପି ଡି ରାଜେଶ ପଟ ନାୟକ , ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ,ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ଡାକ୍ତର ପ୍ରଭୁଦତ୍ତ ଦାସ ,ଡାକ୍ତର ଗୁଣନିଧି ବେହେରା ଡାକ୍ତର ମହେନ୍ଦ୍ର ସମରଥ ,ରାଟେଲ ମହାଙ୍କୁଡ଼ ପ୍ରମୂଖ ଉପସ୍ଥିତ ରହି ଜୀବିକା ପାଇଁ ସରକାର ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କର୍ମଶାଳା ରେ ସରପଞ୍ଚ ସମିତି ସଭ୍ୟ ସମେତ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଦଳ ର ମହିଳା ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ମହତ୍ତ୍ୱ ଥିବା ସତ୍ତ୍ୱେ ପଞ୍ଚାୟତ ପ୍ରତିନିଧି ଙ୍କୁ ପୂର୍ବରୁ ସୂଚନା ଦିଆ ଯାଇ ନଥିଲା ଆଜି ସକାଳ ରେ ହିଁ ଫୋନ ମାଧ୍ୟମ ରେ ଅବଗତ କରାଯାଇଥିବାରୁ କିଛି ସରପଞ୍ଚ ଓ ସମିତି ସଭ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ତ କିଛି ଜଣ ନିଜ ପୂର୍ଵ ନିର୍ଦ୍ଧାରିତ କାର୍ଯ୍ୟ ଯୋଗୁଁ ଅନୁପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାସ୍ତା କଡରେ  ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ କାଟିବା ପାଇଁ ଦାବୀ କରି ଅଞ୍ଚଳ ବାସୀ ଙ୍କର ଅବରୋଧ

Sunil Chandra Nayak

Saipriya Walkers Club Leads Yet Another Green Initiative for a Sustainable Future

Sunil Chandra Nayak

୧୧ତମ ବିଶ୍ଵଶାନ୍ତି ରୂଦ୍ରମହାଯଜ୍ଞ ଆସନ୍ତା ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ 

masiha

Leave a Comment

error: Content is protected !!