ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଚଳିତ ବର୍ଷ ବନ୍ଧୁଗାଁରେ ୯୩. ୪୭% ହାରରେ ଉତ୍ତର୍ଣ୍ଣ ଓ ସଞ୍ଜିତା ହେଲେ ବନ୍ଧୁଗାଁର ଟପର , ୨- ଶିକ୍ଷକଙ୍କୁ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା 

ଚଳିତ ବର୍ଷ ବନ୍ଧୁଗାଁରେ ୯୩. ୪୭% ହାରରେ ଉତ୍ତର୍ଣ୍ଣ ଓ ସଞ୍ଜିତା ହେଲେ ବନ୍ଧୁଗାଁର ଟପର 

ବନ୍ଧୁଗାଁ ତା, ୨/୫/୨୫, ଆଜି ସାରା ଓଡିଶାରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ବାହାରିଛି I ଏଥିରେ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରୀକ୍ଷା କେନ୍ଦ୍ର ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି I ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ରେ ୯୩. ୪୭% ହାରରେ ମୋଟ ୪୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୪୪୭ ଜଣ ଛାତ୍ରଛାତ୍ରୀ ଉତ୍ତର୍ଣ୍ଣ ହୋଇଛନ୍ତି I ଏଥିରେ ନିଲାବାଡି ବାଳିକା ଛାତ୍ରୀ ବିଦ୍ୟାଳୟ ର ଛାତ୍ରୀ ସଞ୍ଜିତା ଜାକାକା ୬୦୦ ନମ୍ବରରୁ ୭୦.୬୬ ହାରରେ ୪୨୪ ନମ୍ବର ରଖି ପ୍ରଥମ ସ୍ଥାନ ସହ ବ୍ଲକ ପାଇଁ ଟପ୍ପର ହୋଇଛନ୍ତି ଓ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଆସନ୍ତା ମାଣ୍ଡିଆ ସାହୁ ୪୧୭ ଦ୍ୱିତୀୟ ସ୍ଥାନ ଓ କେ. ଜାଗୁଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ସମ୍ବିତ କୁମାର ପଣ୍ଡୁ ୪୧୦ ନମ୍ବର ରଖି ତୃତୀୟ ସ୍ଥାନରେ ଉତ୍ତର୍ଣ୍ଣ ହୋଇଛନ୍ତି I ନିଲାବାଡ଼ି ଏସ.ଏସ.ଡି ବିଦ୍ୟାଳୟ ରୁ ୬୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୯ ଜଣ ଛାତ୍ରୀ ୯୬.୭୨ ହାରରେ ପାସ ହୋଇଥିବା ବେଳେ ଅଞ୍ଜଳି ଜାକାକା ୩୪୬ ନମ୍ବର ରଖି ପାସ ହୋଇଥିବା ବେଳେ ସି-ରେ ୬, ଡି-ରେ ୩୭, ଇ-ରେ ୧୪ ଓ ଏଫ- ରେ ୨ ଜଣ ଏବଂ ଏଥିସହ ବଳକା ବି-୧ ରେ ଜଣେ, ବି-୨ ରେ ୧୧ଜଣ, ସି-୬୨ ଜଣ, ଡି-୨୨୪ ଓ ଇ -ରେ ୧୪୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷର ପରୀକ୍ଷାର ଫଳାଫଳ ବନ୍ଧୁଗାଁ ବ୍ଲକ ପାଇଁ ଏକ ଖୁସି ଗୌରବ ଆଣି ଦେଇଥିବାରୁ ପାସ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଞ୍ଚଳବାସି ସାଧୁବାଦ ଜଣେଇବା ସହ ଆଗାମୀ ଦିନରେ ମଧ୍ୟ ଏହି ପ୍ରକାର ଭାବରେ ଶିକ୍ଷା କୁ ଆହୁରି ଅଧିକ ଭାବରେ ଆଗେଇ ନେବାପାଇଁ ଆବଶ୍ୟକ ବଲି ସାଧାରଣ ମୋହଲରେ ଚୋର୍ଚ୍ଚା ହୋଇଥିବାର ଦେଖିବାକୁ ମିଳିଛି I

ଶିକ୍ଷକଙ୍କୁ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା 

ବନ୍ଧୁଗାଁ ତା ୨/୫/୨୫ ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚନ୍ଦ୍ରଶେଖର ପାତ୍ର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ବୁଦ୍ଧିଜୀବି ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ସ୍ଲୋଗାନ ଦେଇ ଆଲମଣ୍ଡା ଉଚ୍ଚ ବିଦ୍ୟାଳୟକୁ ଆସି ଶ୍ରୀ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅବସରପ୍ରାପ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ପ୍ରଫୁଲ କୁମାର ମିଶ୍ର ଓ ବନ୍ଧୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା ଶ୍ରୀମତୀ ରଶ୍ମିତା ସେଠୀ ଯୋଗଦେଇ ଶ୍ରୀ ପାତ୍ରଙ୍କ ଦୀର୍ଘ ୩୫ ବର୍ଷ ଚାକିରି ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ସ୍କୁଲ ପରିଚାଳନା କମିଟି ସଭାପତି ଟି ଚନ୍ଦ୍ରଶେଖର ରାଓ ,ସରପଞ୍ଚ ଗୌରୀ ମେଲେକା, ବି ରାମ ବାବୁ, କେ ଭରତ ରାଜୁ, କେ ଗୁରୁମୂର୍ତ୍ତୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଦନ ମୁଦୁଲି, ଈଶ୍ୱର ଚନ୍ଦ୍ର ମୁଦୁଲି, ମଦନ ପାଣି ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ରାଉତ ସ୍ଵାଗତ ଦେଇଥିବା ବେଳେ ଅତିଥି ମାନେ ଶ୍ରୀ ପାତ୍ରଙ୍କ କର୍ମମୟ ଜୀବନର ସ୍ମୁତି ଚାରଣ କରିଥିଲେ। ଆଲମଣ୍ଡା ଉଚ୍ଚ ବିଦ୍ୟାଳୟ ଟି ୧୯୯୦ ମସିହାରୁ ବେସରକାରୀ ଭାବେ ଆରମ୍ଭ ହୋଇ ଥିବା ବେଳେ ୨୦୨୧ ମସିହାରୁ ସରକାରଙ୍କ ତରଫରୁ ପୂର୍ଣ୍ଣ ଅନୁଦାନ ପାଇଥିଲା। ଏହି ସ୍କୁଲରେ ପାଠ ପଢି ଥିବା ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଆଜି ଶ୍ରୀ ପାତ୍ର ଙ୍କ ଅବସର ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି କର୍ମମୟ ଜୀବନର ପାଠ ପଢାରେ ଗୁରୁ ଶିଷ୍ୟର ସ୍ମୁତି ଚାରଣ କରି ଥିଲେ। ଶେଷରେ ଉପସ୍ଥିତ ସମସ୍ତେ ଉପଢୌକନ ଓ ମାନପତ୍ର ଦେଇ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

  ସଞ୍ଜିବ କୁମାର ବାଙ୍ଗାରି ରିପୋର୍ଟର

Related posts

Odisha Hosts 4th National EMRS Sports Meet 2025

Sunil Chandra Nayak

ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ

masiha

ଡାବୁଗାଁ ସମନ୍ଵିତ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସ ପାଳିତ

masiha

Leave a Comment

error: Content is protected !!