ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି, ମାଳିଗୁଡା: ଜବରଦଖଲ ଭାଙ୍ଗିଲା ପ୍ରଶାସନ 

ବି, ମାଳିଗୁଡା: ଜବରଦଖଲ ଭାଙ୍ଗିଲା ପ୍ରଶାସନ 

ନବରଙ୍ଗପୁର:(୧୭|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି,ମାଳିଗୁଡା ଗାଁ ର ଡ୍ରେନେଜ ଉପରେ ଥିବା ଜବରଦଖଲ ଭାଙ୍ଗିଲା ପ୍ରଶାସନ । ବି ମାଳିଗୁଡ଼ା ରାସ୍ତାର ଉଭୟ ପାର୍ଶ୍ଵରେ ଥିଲା ଜବରଦଖଲ । ବାରମ୍ବାର ଗ୍ରାମବାସୀ ଙ୍କ ଅଭିଯୋଗକୁ ଭିତ୍ତିକରି ପ୍ରଶାସନ ଜବରଦଖଲ କାରୀଙ୍କୁ ନୋଟିସ ଦେବାପରେ ମଧ୍ୟ କିଛି ସୁଫଳ ହୋଇ ନ ଥିଲା ।ପରେ ତହସିଲଦାର ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଜବରଦଖଲ ହୋଇଥିବା ସ୍ଥାନକୁ ଉଚ୍ଛେଦ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜା ତହସିଲଦାର ପୁରୁଷତମ ବେନ୍ୟା, ଅମିନ ସୁପଭାଇଜର, ଆରଆଇ, ଏଆରଆଇ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହି ଜବରଦଖଲ ଉଚ୍ଛେଦ କରିଛନ୍ତି । ଏହି ଉଚ୍ଛେଦ ପରେ ଡ୍ରେନେଜର ସୁବିଧା ହେବା ସହ ମ୍ୟାଲେରିଆ ଓ ଝାଡ଼ାବାନ୍ତିରୁ ଲୋକେ ରକ୍ଷା ପାଇବେ ଏବଂ ପକ୍କା ରାସ୍ତା ସୁବିଧା ହେବବୋଲି ଗ୍ରାମବାସୀ ଆଶା ବ୍ୟକ୍ତ କରିଛନ୍ତି ଓ ପ୍ରଶାସନ କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି । ( ମ ନି ସ )

Related posts

ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୩ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଦକ୍ଷିଣି ଶୌଣ୍ଢିକ ମହାସଂଘର ଜିଲ୍ଲା କାର୍ଯ୍ୟକାରି ବୈଠକ

Sunil Chandra Nayak

ୟୁ ଏ ଏସ୍ ଲାଗୁ ପ୍ରତିବାଦରେ ଶିକ୍ଷକଙ୍କ ବିରୋଧ

Sunil Chandra Nayak

Leave a Comment

error: Content is protected !!