ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଶବ ନଗର ଶାଖାର ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା ଆଲୋଚନାଚକ୍ର 

କେଶବ ନଗର ଶାଖାର ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା ଆଲୋଚନାଚକ୍ର 

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ଓ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗୁରୁପୂର୍ଣ୍ଣିମା ଉପଲକ୍ଷେ ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ତଥା ଶାଖାର ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନା ଓ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ହରମୋହନ ମିଶ୍ର, ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ତାରିଣୀ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ମହାକୁଡ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଷୟ ବିଶେଷଜ୍ଞ ତଥା ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଚରିତ୍ର ଗଠନ,ଦେଶମାତୃକା ପ୍ରତି ସମର୍ପିତ ଭାବ, ବିଦ୍ୟାଳୟ ଓ ଗୁରୁଙ୍କ ପ୍ରତି ସମ୍ମାନବୋଧ, ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସମନ୍ୱୟ,ସମୟକୁ ସମ୍ମାନ, ବୃକ୍ଷ ରୋପଣ,ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ ଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଂଗୀତ, ସଭାପତି ଶ୍ରୀ ରାଉତ ପ୍ରାକ୍ କଥନ, ଅନୁଷ୍ଠାନର ନୂତନ ସଭ୍ୟ କବି ଗୈ।ତମ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲା ବେଳେ ଅନ୍ୟତମ ବରିଷ୍ଠ ଶିକ୍ଷୟିତ୍ରୀ ବବିତା କୁମାରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ସାହୁ,ଅନିମା ମିଶ୍ର, ପୁଷ୍ପଲତା ପ୍ରଧାନ, ଶକୁନ୍ତଳା ତ୍ରିପାଠୀ ,ସ୍ୱାଗତିକା ବେହେରା, ମାହେଶ୍ୱରୀ ବେହେରା, ସୁକନ୍ୟା ପାଣ୍ଡିଆ,ଅନିମା ଲାକ୍ରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରାକୃତିକ ସମ୍ବଳ ର ସୁପରିଚାଳନା ନେଇ ତାଲିମ

masiha

Rare “Brahma Kamal” Blooms in the Garden of a Senior Educationist Mr.Bijaya Ram Beura.

Sunil Chandra Nayak

ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ବର୍ଷା ସତ୍ତ୍ୱେ ଜିଲ୍ଲା ପ୍ରଶାସନର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!