ବିକ୍ରମଗୁଡ଼ା ରେ ଚାଞ୍ଚଲ୍ୟ, ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବିକ୍ରମଗୁଡ଼ା ଗ୍ରାମରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ସେହି ଗ୍ରାମର ଭାଗ୍ୟ ନାଗ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ , ରବିବାର ସକାଳେ ପରିବାର ଲୋକେ ଘରେ କେହି ନଥିବା ସମୟରେ ଭାଗ୍ୟ ନାଗ ଘର ଭିତରେ ଏକ ଶାଢ଼ୀରେ ଝୁଲି ପଡ଼ିଥିଲେ । ପରିବାର ଲୋକେ ଏ ନେଇ ପୋଲିସ କୁ ସୂଚନା ଦେବା ପରେ ଧର୍ମଗଡ଼ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।
ଏନେଇ ଧର୍ମଗଡ଼ ଥାନାରେ କେସ୍ ନମ୍ବର ୩୮୪/୨୬ରେ ଏକ ମାମଲା ରୁଜୁ କରାଯାଇଛି। ପରେ ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ସମ୍ପନ୍ନ ହେବା ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।ତେବେ ମହିଳାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ପୋଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ ….

