ସଚ୍ଚିଦାନନ୍ଦ ସ୍ମୃତି ସମିତିର ଦଶମ ବାର୍ଷିକ ଉତ୍ସବ
ରାଉରକେଲା: ସଚ୍ଚିଦାନନ୍ଦ ସ୍ମୃତି ସମିତିର ଦଶମ ବାର୍ଷିକ ଉତ୍ସବ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଛଅ ପର୍ଯ୍ୟାୟ ବିଶିଷ୍ଟ ଦ୍ବିଦିବସୀୟ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବେ ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ସଭା ମୁଖ୍ୟ ଭାବେ ଶର୍ମିଷ୍ଠା କବି ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ସଂଶୟ ଦୂର କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଅଶୋକ ରାଉତଙ୍କ ସଂଯୋଜନାରେ ଡା ଗୀତାଞ୍ଜଳି ପତ୍ରି ସଭାପତିତ୍ବ କରିଥିଲା ବେଳେ ମୁଖ୍ୟଅତିଥି ଭାବେ ଡା କୃପାସିନ୍ଧୁ ନାୟକ ଓ କବିତା ଆବୃତ୍ତି ରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ବିଜୟ ରାୟ, ବଳରାମ ରାଉଳ, ତ୍ରିଲୋଚନ ସ୍ବାଇଁ, ବ୍ରଜେନ୍ଦ୍ର ଦାଶ, ଗୈ।ତମ ଦାସ ପ୍ରମୁଖ କବିତା ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟ ପ୍ରଜ୍ଞା ପୁରୁଷ ଙ୍କ ପ୍ରଜ୍ଞା ପ୍ରବାହ ଆଲୋଚ୍ୟ ପ୍ରସଙ୍ଗ ବିଶ୍ବ ସାହିତ୍ୟର ମହାଦିଗନ୍ତରେ ଓଡ଼ିଆ ସାହିତ୍ୟର ସ୍ବର ଓ ସ୍ବାକ୍ଷର କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ ଅରବିନ୍ଦ ମିଶ୍ର, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ଶର୍ମିଷ୍ଠା କବିଶତପଥୀ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ପ୍ରଫେସର ମହାନ୍ତି ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ସାହିତ୍ୟ ଲେଖାଯାଏ ବିଶ୍ବାସ ଓ ଏକ ସଂସ୍କୃତି ମଧ୍ୟରେ। କବି ହେଉଛନ୍ତି ସୃଷ୍ଟିଶୀଳ ଆତ୍ମା। ସାହିତ୍ୟରେ ଲାଳିତ୍ୟ,ଗୀତିମୟତା ଓ ସମର୍ପଣ ଭାବ ରହିଲେ ଭଲ ସାହିତ୍ୟ/କବିତା ସୃଷ୍ଟି ହୋଇପାରିବ। ମଣିଷ ର ଜୟଗାନ କରି କବିତା ଲେଖିଲେ ଭଲ ସାହିତ୍ୟ ସୃଷ୍ଟି ହେବ। ଶେଷରେ ନିହାରିକା ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଲୀନା ମଲ୍ଲିକ ଓ ସଂଯୁକ୍ତା ଦାସଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ଶବ୍ଦ,ଛନ୍ଦ ଓ ଅନୁଭବ ର ସମାବେଶ କାର୍ଯ୍ୟକ୍ରମରେ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନା ଓ ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ବରେ ସର୍ବଶ୍ରୀ ପରେଶ ବିଶ୍ବାଳ, ସୁଶାନ୍ତ ନାୟକ, କିଶୋରୀ ମୋହନ କର, ଧରିତ୍ରୀ ପାଇକରାୟ, ସଂଜୀବ ଭୋଇ, ନିରୁପମା ପତି,ବବି ମହାଳିକ, ପ୍ରଦୀପ କୁମାର ପଣ୍ଡା, ଉପେନ୍ଦ୍ର ବସ୍ତିଆ, ଗୀତାରାଣୀ ବେହେରା ପ୍ରମୁଖ କବିତା ପାଠ କରିଥିଲେ। ଆଲୋକ ରଂଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ପଞ୍ଚମ ପର୍ଯ୍ୟାୟ କାବ୍ୟ କବିତାର ସହର ଇସ୍ପାତ ନଗରୀ କାର୍ଯ୍ୟକ୍ରମ ରେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ସଭାମୁଖ୍ୟ ଭାବେ ଓ ଆଲୋଚକ ଭାବେ ଡ ଅଶ୍ବିନୀ କୁମାର ରାୟ ୧୯୬୦ ରୁ ୨୦୦୦ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ୨୦୦୧ ରୁ ୨୦୨୬ ମସିହା ମଧ୍ୟରେ କାବ୍ୟ କବିତା ସୃଷ୍ଟି କରିଥିବା କବି ସାହିତ୍ୟିକଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଷଷ୍ଠ ପର୍ଯ୍ୟାୟ ତଥା ଉଦଯାପନୀ ଉତ୍ସବରେ କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଙ୍କ ସଂଯୋଜନାରେ ରାଜୀବ ପାଣି ସଭା ମୁଖ୍ୟ ଓ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଜିଏସଟି ଅଧିକାରୀ ପ୍ରକାଶ ଚନ୍ଦ୍ର ଦୋରା ତଥା ସମ୍ମାନିତ ଅତିଥି ଭାବେ ଗୋକର୍ଣ୍ଣିକା ପତ୍ରିକାର ସମ୍ପାଦକ ରମାକାନ୍ତ ଜେନା ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ଦୋରା ତାଙ୍କ ବକ୍ତବ୍ୟରେ କହିଲେ ଯେ ଯେଉଁ ସାହିତ୍ୟ ଜୀବନ ସହ ଜଡ଼ିତ,ସେ ସାହିତ୍ୟ ମରିବ ନାହିଁ। ସମ୍ମାନିତ ଅତିଥି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ ସାହିତ୍ୟ ବଞ୍ଚିଲେ ସମାଜ ବଞ୍ଚିବ। ଓଡ଼ିଶାର ଭାଷା ସାହିତ୍ୟ ବିଶ୍ବସ୍ତରୀୟ ହୋଇ ସାରିଲାଣି। ଯିଏ ମଣିଷକୁ ପଢିପାରି ନାହିଁ ସେ ଭଲ ସାହିତ୍ୟ ସୃଷ୍ଟି କରିପାରିବ ନାହିଁ। ସଭାପତି ଅଭିଭାଷଣରେ ଶ୍ରୀ ପାଣି କହିଲେ ଯେ ଆମ ସାହିତ୍ୟ ବିଶ୍ବ ସାହିତ୍ୟ ପାଇଁ ଅମ୍ଳାନ ନକ୍ଷତ୍ର। ସାହିତ୍ୟ ଜୀବନର ମହୋଷଧି। ଅନ୍ତର୍ଭେଦୀ ହେଲେ ଭଲ ସାହିତ୍ୟ ସୃଷ୍ଟି ହେବ। ଏହି ଅବସରରେ କବି ବିଜୟ ରାୟଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ସାରସ୍ଵତ ସମ୍ମାନ ଓ କବି ଶ୍ରୀଧର ସୁନା ଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ସାରସ୍ଵତ ସେବା ସମ୍ମାନ ସହ ୧୦ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ଶେଷରେ କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଶର୍ମିଷ୍ଠା କବିଶତପଥୀ ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ସଂଖ୍ୟାରେ ସାହିତ୍ୟିକ,କବି, ଶିକ୍ଷାବିତ, ସମାଲୋଚକ ତଥା ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

