ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ପରିବା ଦୋକାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର : ୪ ଆହତ 

ଭାରସାମ୍ୟ ହରାଇ ପରିବା ଦୋକାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର : ୪ ଆହତ 

କନ୍ଧମାଳ, ତା, ୦୩/୧୨:(ମନିସ): ମଙ୍ଗଳବାର ମଧ୍ୟାହ୍ନ ରେ ଦ୍ରୁତ ଗତିରେ ଆସି ଦୁଇ ଜଣଙ୍କୁ ଧକ୍କା ଦେବାପରେ ରାସ୍ତା କଡ଼ରେ ଥିବା ପରିବା ଦୋଦାନ ଓ ଚାହା ଦୋକାନ ଉପରେ ଚଢ଼ିଗଲା ଓ୍ବାଗନର କାର୍ ନଂ.ଓଡି-୧୨-ଇ-୫୬୦୪ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ୫୯ ନଂ ଜାତୀୟ ରାଜପଥ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଛକରେ । ଏହି ଦୁର୍ଘଟଣାରେ ରାସ୍ତାରେ ଯାଉଥିବା ବେଳେ ଧକ୍କା ଖାଇଥିବା ଜଣେ ଯୁବତୀ ଆହତ ହୋଇଥିବା ବେଳେ ଚାହା ଓ ପରିବା ଦୋକାନୀ ମହିଳା ସମେତ ୪ ଜଣ ଆହତ ହୋଇ ବାଲିଗୁଡା ଉପଖଣ୍ଡ ଚିକିତ୍ସା ଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣାରେ ଠେଲା ଗାଡି ଚାହା ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପରିବା ବ୍ୟବସାୟୀଙ୍କ ସମସ୍ତ ପରିବା ମଧ୍ୟ ନଷ୍ଟ ହୋଇ ଯାଇ ଥିବା ଜଣାପଡ଼ିଛି । ଚାଳକ ଜଣକ ପକାରୀ ଚର୍ଚ୍ଚ ରେ ଫାଦର ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବେପରୁଆ ଗାଡ଼ି ଚାଳକ ଓ ଗାଡିକୁ ଥାନାରେ ଅକଟ ରଖି ତଦନ୍ତ ଜାରି ରଖିଛି ବାଲିଗୁଡ଼ା ପୋଲିସ୍ ।

ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

 

Related posts

ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ରକ୍ତଦାନ କରି ମଣିଷପଣିଆର ପରିଚୟ ଦେଲେ ସ୍ୱାସ୍ଥ୍ୟକର୍ମୀ ଶାନ୍ତି ମାଝୀ 

Sunil Chandra Nayak

ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଙ୍ଘ ବ୍ଳକ ଟପ୍ପର 

ବନ୍ଧୁଗାଁ ପଞ୍ଚାୟତ ତରଫରୁ ଧୁମଧାମରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମୋର ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ

masiha

Leave a Comment

error: Content is protected !!