ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମରୁ ଅଷ୍ଟମ ଛୁଆ ପାଠ ପଢୁଛନ୍ତି ଗୋଟିଏ କୋଠରୀରେ 

ମୟୂରଭଞ୍ଜ -୨୮/୭ ( ମସିହା) ଓଡିଶା ସରକାର ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତିି। ସରକାର ୫-ଟି ଯୋଜନା ରେ ବର୍ତ୍ତମାନ ବିଦ୍ୟାଳୟ ଗୁଡିକୁ ନୂଆ ରୂପରେଖ ଦିଆଯିବା ସହିତ ଶିକ୍ଷାଦାନ ବ୍ୟବସ୍ଥାର ମାନଦଣ୍ଡ ବୃଦ୍ଧି କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହା ସତ୍ତ୍ୱେ ବି କିଛି ବିଦ୍ୟାଳୟରେ ଅବ୍ୟବସ୍ଥା ଭିତରେ ଚାଲୁଥିବା ନଜରକୁ ଆସିଛି।ବାମଘାଟି ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ମଢେଇକଚା ପଂଚାୟତର କାଦୁଆଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅବ୍ୟବସ୍ଥା ଏମିତି। ଏହି ବିଦ୍ୟାଳୟରେ ଆଠ ଟି ଶ୍ରେଣୀ ପାଇଁ ଗୋଟିଏ ଶ୍ରେଣୀ କୋଠରୀ ଅଛି ଏବଂ ତିନି ଜଣ ଶିକ୍ଷକ ଶିକ୍ଷକତା କରୁଛନ୍ତି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏବଂ ସରକାରୀ ନିୟମ ଯୋଗୁଁ ଭାଦୁପାଣି ପ୍ରାଥମିକ ବିଦ୍ୟାଳୟ ଏବଂ ମେରୁଡିହି ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ବନ୍ଧ ଅଛି। ଏହି ଦୁଇ ଗ୍ରାମର ଛାତ୍ରଛାତ୍ରୀ ସବୁ କାଦୁଆଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୩କି.ମି ଚାଲିଚାଲି ଆସୁଛନ୍ତି। ବର୍ତ୍ତମାନ କାଦୁଆଣୀ ରେ ୩୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ଶ୍ରେଣୀ ଗୃହ ପାଇଁ ବିଦ୍ୟାଳୟ ର ପରିଚାଳନା କମିଟିର ସଭ୍ୟ ସଭ୍ୟା ଏବଂ ଉପରୋକ୍ତ ସମସ୍ତ ଗ୍ରାମ ର ଗ୍ରାମବାସୀ ବୃନ୍ଦ ଗତ ବର୍ଷ ମାସ ୧୬ନଭେମ୍ବବର ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ନପୋଲ ମୁଣ୍ଡା ଙ୍କୁ ଦାବି ପ୍ରଦାନ କରିଥିଲେ।ହେଲେ କାର୍ଯ୍ୟ ବିଫଳ। ତିନି ଜଣ ଶିକ୍ଷକ ଏବଂ ଆଠ ଟି ଶ୍ରେଣୀ ପାଇଁ ଗୋଟିଏ ଶ୍ରେଣୀ କୋଠରୀ ରେ କିପରି ଶିକ୍ଷାଦାନ ଦେବେ? ଶିକ୍ଷାଦାନ ରେ କୋମଳ ମତି ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଅନ୍ଧାରମୟ ଆଡ଼କୁ ଗତି କରୁଅଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ 

masiha

ଜିଲ୍ଲା ସ୍ବାସ୍ଥ୍ୟ ସମିତି ସୁନ୍ଦରଗଡ଼ ତରଫରୁ ବିଶ୍ବ ରକ୍ତଶିକୁଳି (ସିକଲସେଲ) ଦିବସ ୨୦୨୬ ପାଳିତ

Sunil Chandra Nayak

ଜିଲ୍ଲା ସ୍ତରିୟ ଭାରତ୍ତଳନ କ୍ରୀଡା କାର୍ଯ୍ୟକ୍ରମ ହୋଇଯାଇଛି

masiha

Leave a Comment

error: Content is protected !!