ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ତ୍ରୀ କୁ ପେଟ୍ରୋଲ ଢାଳି ପୋଡି ମାରିବା ଅଭିଯୋଗରେ ଅଭିଯୁକ୍ତ ସ୍ଵାମୀ କୋର୍ଟ ଚାଲାଣ

କୋକସରା,୨୭/୦୭ // ଯାହାକୁ ସାତ ଜନ୍ମର ଜୀବନ ସାଥି କରିବାକୁ ହୋମ ନିଆଁରେ ଶପଥ ନେଇଥିଲା ସ୍ୱାମୀ ସେହି ଜୀବନ ସାଥିକୁ ପେଟ୍ରୋଲ ଢାଳି ନିଆଁରେ ପୋଡି ମାରି ଏବେ ଜେଲ ହାଜତକୁ ଗଲା ନୃଶଂସ ସ୍ଵାମୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମରେ। ଗ୍ରାମର ବାଲେଶ୍ଵର ନାଗଙ୍କ ପୁଅ ଜୟନ୍ତ ନାଗ ଗତ ୨୦୨୦ରେ କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ଗ୍ରାମର ଦିପେନ ସାଗରଙ୍କ ଝିଅ ଉର୍ମିଳା ସାଗର (ପୂଜା)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ବିବାହର କିଛିମାସ ହସଖୁସିରେ ଦାମ୍ପତ୍ୟ ଜୀବନ କଟିଥିବା ବେଳେ ପରେ କିନ୍ତୁ ବୈବାହିକ ଜୀବନରେ ସ୍ୱାମୀଙ୍କ ନିର୍ଯ୍ୟାତନାର ଶିକାର ହୋଇ ଆସୁଥିଲେ ଉର୍ମିଳା। ଗତ ୨୩ ତାରିଖ ସନ୍ଧ୍ୟାରେ କୌଣସି କଥାକୁ ନେଇ ଜୟନ୍ତ ସ୍ତ୍ରୀ ଉର୍ମିଳାଙ୍କ ମଧ୍ୟରେ ମତାନ୍ତର ହୋଇଥିବା ବେଳେ ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁରେ ପୋଡି ଉର୍ମିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ୨୪ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ ପରେ ମଙ୍ଗଳବାର କୋକସରା ପୋଲିସ ଉର୍ମିଳାଙ୍କ ସ୍ୱାମୀ ଜୟନ୍ତକୁ ଗିରଫ କରିଥିଲେ। ଅନ୍ୟପଟେ ଭୁବନେଶ୍ବରରୁ ମୃତ ମହିଳାଙ୍କ ଶବ ଗାଁକୁ ପହଞ୍ଚିବା ପରେ ବୁଧବାର ମାଝୀଗୁଡା ଗାଁ ମଶାଣିରେ ଶୋକାକୁଳ ପରିବେଶ ମଧ୍ୟରେ ମୃତ ମହିଳାଙ୍କ ୨ ବର୍ଷର ଝିଅ ମୁଖାଗ୍ନି ଦେଉଥିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। କୋକସରା ପୋଲିସ ଘଟଣାରେ ଅଭିଯୁକ୍ତ ଜୟନ୍ତ ନାଗକୁ ଗିରଫ କରି ବୁଧବାର ସ୍ତ୍ରୀ କୁ ପେଟ୍ରୋଲ ଢାଳି ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରିଛି। ଏନେଇ କୋକସରା ପୋଲିସ ହତ୍ୟା ମାମଲା ୧୯୩/୨୩ ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମସିହା ନିୟୁଜ ସର୍ଭିସ୍ 

Related posts

ବାଣପୁର ଥାନା ଅଞ୍ଚଳରେ ବିବାହିତା ମହିଳାଙ୍କୁ ଜୋର୍ ଜବରଦସ୍ତି ବଳାତ୍କାର କରିବା ସହିତ ଓ ତାଙ୍କର ଆପତ୍ତିଜନକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଯୁବକ ଗିରଫ !!!

Sunil Chandra Nayak

ପତ୍ନୀ ହତ୍ୟାକାରୀ କୁ ସାତ ବର୍ଷ ସଶ୍ରମ କାରାଦଣ୍ଡ

Sunil Chandra Nayak

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

Leave a Comment

error: Content is protected !!