ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିନ ଦିପହରରେ ମୋବାଇଲ୍ ଓ ଟିଭି ମରାମତି ଦୋକାନରେ ଚୋରି

ବନ୍ଧୁଗାଁ ତା ୨୩/୭/୨୩ // ଆଜି ବନ୍ଧୁଗାଁ ବ୍ଲକ ସୀଙ୍ଗିପୁଟ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ମୋବାଇଲ ଓ ଟିଭି ମରାମତି ଦୋକାନରୁ ଦିନ ୨ ଟା ବେଳେ ଚୋରି ହୋଇଯାଇଛି । ଆଜି ବସନ୍ତ କୁମାର ସ୍ବାଇଁ ନିଜ ଦୋକାନରେ ସକାଳେ କାମ କରି ମଧ୍ୟାହ୍ନ ସମୟରେ ନିଜ ଦୋକାନକୁ ବନ୍ଦ କରି ଚାବି ନ ଦେଇ ଘରକୁ ଖାଇବା ପାଇଁ ଯାଇଥିଲେ। ଏହାର ସୁଯୋଗ ନେଇ ଦୋକାନର ସ୍ଵଟର୍ ଖୋଲି ମରାମତି ପାଇଁ ଆଣିଥିବା ଏଣ୍ଡରେଡ୍ ମୋବାଇଲ ୧୫ ଟି ଓ କି ପେଡ ମୋବାଇଲ ୧୦ ଟି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଚୋରି କରି ନେଇ ଚାଲି ଯାଇଛନ୍ତି। ଆଗରୁ ପ୍ରାୟ ତିନି ଥର ଆଖପାଖ ଦୋକାନରୁ ଚୋରି ହୋଇଯାଇଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ପୋଲିସ କାହାର ସୁରାକ ନ ପାଇଥିବାରୁ ବନ୍ଧୁଗାଁରେ ଚୋର ମାନଙ୍କ ସାହସ ବଢ଼ିଯିବାରୁ ଆଜି ତାହାର ସୁଯୋଗ ନେଇ ଦିନ ଦିପହରେ ଚୋରି ହେବା ଅନେକ କାରଣ ଦର୍ଶାଇଛି। ପୋଲିସ ତଦନ୍ତ କରି ଚୋର ଙ୍କୁ ଧରିବାକୁ ସାଧାରଣରେ ଦାବି ହେଉଛି ଓ ଚୋରି ସମଗ୍ରି ଯବତ କରି ଚୋରକୁ ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କନ୍ଦାବୁଟୁରା କେନାଲରୁ ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବାଇକ ଉଦ୍ଧାର, ପୁଲିସର ତଦନ୍ତ ଜାରି

Sunil Chandra Nayak

ବେଆଇନ ମହୁଲ ବୋଝେଇ ପିକ ଅପ ଜବତ, ୩ ଗିରଫ

masiha

ପତ୍ନୀହନ୍ତା କୁ ଆଜୀବନ କାରାଦଣ୍ଡ  ୧୦ ହଜାର ଟଙ୍କା ଜରିମାନା 

masiha

Leave a Comment

error: Content is protected !!