ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିନ ଦିପହରରେ ମୋବାଇଲ୍ ଓ ଟିଭି ମରାମତି ଦୋକାନରେ ଚୋରି

ବନ୍ଧୁଗାଁ ତା ୨୩/୭/୨୩ // ଆଜି ବନ୍ଧୁଗାଁ ବ୍ଲକ ସୀଙ୍ଗିପୁଟ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ମୋବାଇଲ ଓ ଟିଭି ମରାମତି ଦୋକାନରୁ ଦିନ ୨ ଟା ବେଳେ ଚୋରି ହୋଇଯାଇଛି । ଆଜି ବସନ୍ତ କୁମାର ସ୍ବାଇଁ ନିଜ ଦୋକାନରେ ସକାଳେ କାମ କରି ମଧ୍ୟାହ୍ନ ସମୟରେ ନିଜ ଦୋକାନକୁ ବନ୍ଦ କରି ଚାବି ନ ଦେଇ ଘରକୁ ଖାଇବା ପାଇଁ ଯାଇଥିଲେ। ଏହାର ସୁଯୋଗ ନେଇ ଦୋକାନର ସ୍ଵଟର୍ ଖୋଲି ମରାମତି ପାଇଁ ଆଣିଥିବା ଏଣ୍ଡରେଡ୍ ମୋବାଇଲ ୧୫ ଟି ଓ କି ପେଡ ମୋବାଇଲ ୧୦ ଟି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଚୋରି କରି ନେଇ ଚାଲି ଯାଇଛନ୍ତି। ଆଗରୁ ପ୍ରାୟ ତିନି ଥର ଆଖପାଖ ଦୋକାନରୁ ଚୋରି ହୋଇଯାଇଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ପୋଲିସ କାହାର ସୁରାକ ନ ପାଇଥିବାରୁ ବନ୍ଧୁଗାଁରେ ଚୋର ମାନଙ୍କ ସାହସ ବଢ଼ିଯିବାରୁ ଆଜି ତାହାର ସୁଯୋଗ ନେଇ ଦିନ ଦିପହରେ ଚୋରି ହେବା ଅନେକ କାରଣ ଦର୍ଶାଇଛି। ପୋଲିସ ତଦନ୍ତ କରି ଚୋର ଙ୍କୁ ଧରିବାକୁ ସାଧାରଣରେ ଦାବି ହେଉଛି ଓ ଚୋରି ସମଗ୍ରି ଯବତ କରି ଚୋରକୁ ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମୋଟର ପମ୍ପ ଚୋରି ଅଭିଯୁକ୍ତଙ୍କୁ ଧରିଲା ତେନ୍ତୁଳିଖୁଣ୍ଟି ପୋଲିସ

Sunil Chandra Nayak

ବିଂଝାରପୁର ରେ ଡ୍ରଗସ ପାଇଁ ଅସୁରକ୍ଷିତ ରାଜରାସ୍ତା, ପୋଲିସ୍ କାର୍ଯ୍ୟାନୁଷ୍ଠାନ ଦାବି 

masiha

ମୋଟରସାଇକେଲ ଦୁର୍ଘଟଣାରେ ୧ ମୃତ ଓ ୧ ଗୁରୁତ୍ତର

Sunil Chandra Nayak

Leave a Comment

error: Content is protected !!