ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ଅଞ୍ଚଳ କୁ ପଶିଲା ଜଙ୍ଗଲି ହାତୀ। ସୁରକ୍ଷା ପାଇଁ ନିୟୋଜିତ ଖଡ଼ିଆଳ ବନ କର୍ମଚାରୀ

ଛତିଶଗଡ଼ ରାଜ୍ୟର ଦେଭୋଗ ସହର କୁ ଗତ ୩ ଦିନ ତଳେ ପଶି ଆସିଥିବା ଜଙ୍ଗଲି ହାତୀ ଓଡ଼ିଶା ରେ ପହଞ୍ଚିଛି। ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ କୁସୁମଯୋର ପଞ୍ଚାୟତ ର ହଳଦୀଖୋଲ ଓ ନୂଆପଡ଼ା ପଞ୍ଚାୟତ ର ପିଠାପଡ଼ା ସ୍ଥିତ ଚେରପାଣି ଜଙ୍ଗଲ ଦେଇ ଖଡିଆଳ ବ୍ଲକ କିରକିଟା ପଞ୍ଚାୟତ ର ସମାଡ଼ପଦର ନିକଟରେ ରହିଥିବା ରେଞ୍ଜର ମୁରାରି ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି। ରାତି ରେ କେଉଁ ଆଡେ ଯିବ ତାହା ସ୍ପଷ୍ଟ ହୋଇ ନାହିଁ ବୋଲି ଜଣାପଡ଼ଛି । ପ୍ରକାଶ ଯୋଗ୍ୟ ଯେ, ଏହି ହାତୀ ଟି ଗତ ୨୦ ତାରିଖ ଦିନ ଛତିଶଗଡ଼ ରାଜ୍ୟର ଦେଭୋଗ ରେ ରହିଥିବା ବେଳେ ଓଡ଼ିଶା ଆସିବାର ପୂର୍ବାନୁମାନ କରି ସିନାପାଲି ବନ ବିଭାଗ ସୀମାରେ କର୍ମଚାରୀ ନିୟୋଜିତ ରହି ହାତୀ ର ଗତିବିଧି ଉପରେ ନଜର ରଖିଥିଲା। ଗତ ଶୁକ୍ରବାର ଦିନ ସୀମା ଠାରୁ ମାତ୍ର ୪ କିଲୋ ମିଟର ଦୂର ଛତିଶଗଡ଼ ର ଧୂପକୋଟ ନିକଟରେ ରହିଥିଲା। ହେଲେ ଶନିବାର ଦିନ ଛତିଶଗଡ଼ ପାର ହୋଇ ଓଡିଶା ରାଜ୍ୟ ରେ ପହଞ୍ଚି ଥିଲା । ରବିବାର ଖଡିଆଳ ବ୍ଲକ ରେ ପହଞ୍ଚିଛି। ସ୍ଥାନୀୟ ଅଞ୍ଚଳ ର ଜନସାଧାରଣ ଙ୍କୁ ସତର୍କ ରହିବାକୁ କୁହାଯାଉଛି। ବନ କର୍ମଚାରୀ ମାନେ ଦିନ ରାତି ସେଠାରେ ରହି ହାତୀ ଟି କିପରି ସୁରକ୍ଷିତ ଚାଲିଯିବ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜାମଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ପୂଜ୍ୟ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା ନକରିବା ପାଇଁ ନିବେଦନ 

Sunil Chandra Nayak

ଝରିଗାଁ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!