ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଗ୍ରୀ କଲେଜରେ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

ଡିଗ୍ରୀ କଲେଜରେ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ତରଫରୁ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ରବି ମାଝୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତେରେସିଂହାର ଆୟୁର୍ବେଦିକ୍ ଡଃ ମଧୁସ୍ମିତା ପତି ମୁଖ୍ୟ ଅତିଥି , ଫାର୍ମାସିଷ୍ଟ ସୁନିଲ ବାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରିଥିଲେ । ଏହି ଅବସରରେ ଡାକ୍ତରଖାନା ସଫେଇ କରିବା ସହ ସାଇକେଲ ରାଲି କରି ସ୍ଵଚ୍ଛତା ର ବାର୍ତ୍ତା ସହ ସଚେତନତା କାର୍ଯ୍ୟକ୍ରମ କରା ଯାଇଥିଲା । ଏଥିରେ ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ବାଗ, ଶିକ୍ଷା ଅଧ୍ୟାପକ ସମୀର ପଧାନ, ଗ୍ରନ୍ଥାଗାରିକ ବସନ୍ତ କୁମାର ସାହୁ, କନିଷ୍ଠ କିରାଣି ଭୂପିନ୍ଦ୍ର ରଣା, ଚତୁର୍ଥ କର୍ମଚାରୀ ଚମ୍ପୁଲାଲ ରଣା, ଡୋଲେଶ୍ଵର ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

masiha

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ହିନ୍ଦୀ ପକ୍ଷର ଉଦ୍ ଯାପନ ଦିବସ ସମାରୋହ -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଚିକିତ୍ସାଧିନ ଧନଞ୍ଜୟ ରାଉତ ଙ୍କୁ ଭେଟିଲେ ବିଏଚ୍ ଆର୍ ସି ଇଣ୍ଡିଆ ର ରାଜ୍ୟ ସଭାପତି

Sunil Chandra Nayak

Leave a Comment

error: Content is protected !!