ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ 

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ 

ସ୍ଥାନୀୟ ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇ ଯାଇଛି। ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ମୁଖ୍ୟ ଅତିଥି , ପଞ୍ଚାୟତ ମହାବିଦ୍ୟାଳୟର ବରିଷ୍ଠ ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ସରୋଜ କୁମାର ପଣ୍ଡା ମୁଖ୍ୟବକ୍ତା ଓ ଅଧ୍ୟାପକ ବଙ୍କିମ କୁମାର ମୁଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵେଚ୍ଛାକୃତ ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରିବା ସହ ରକ୍ତ ସଙ୍କଟ ଦୂର କରିବା ପାଇଁ ଯୁବପିଢ଼ି ମାନେ ବହୁ ସଂଖ୍ୟାରେ ରକ୍ତଦାନ କରିବା ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ । ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ଓ ରେଡ୍ ରିବନ କ୍ଳବ୍ ସ୍ବେଚ୍ଛାସେବୀ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୂରଣ ହେଲା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଅଧୁରା ସ୍ବପ୍ନ , ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

masiha

ବିଏସ ପଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

masiha

ବ୍ଲକସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷା ଉପକରଣ ପ୍ରଦର୍ଶନୀ

Sunil Chandra Nayak

Leave a Comment

error: Content is protected !!