ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇବର ଆଇନ୍ ଇତ୍ୟାଦିରେ ସୁରକ୍ଷା ଉପରେ ଭର୍ଚ୍ଯୁଆଲ ମୋଡରେ ସଚେତନତା କାର୍ଯ୍ୟକ୍ରମ

ସାଇବର ଆଇନ୍ ଇତ୍ୟାଦିରେ ସୁରକ୍ଷା ଉପରେ ଭର୍ଚ୍ଯୁଆଲ ମୋଡରେ ସଚେତନତା କାର୍ଯ୍ୟକ୍ରମ

ଥୁଆମୁଳ ରାମପୁର:୨୬/୦୯ – (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଅନ୍ତର୍ଗତ କୁମୁଡାବାହାଲ ସ୍ଥିତ ଗ୍ରାମବିକାଶ ଶିକ୍ଷା ନିକେତନ ଠାରେ ଥୁଆମୁଳ ରାମପୁର ତାଲୁକ ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷ ଡା, ତାରିଣୀ ପ୍ରସାଦ ସାହୁଙ୍କ ତ୍ବାବଧାନରେ ସାମାଜିକ ଗଣମାଧ୍ୟମ ପ୍ଳାଟଫର୍ମ ଏବଂ ସାଇବର ଆଇନ ଇତ୍ୟାଦିରେ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଭର୍ଚ୍ଯୁଆଲ ମୋଡରେ ସାଇବର ଠକେଇ ଓ ଏହାର ସଚେତନତା ବିଷୟ ଉପରେ ଯାହାକି ଆଜିକାଲି ଡିଜିଟାଲ ଯୁଗରେ ଇଣ୍ଟରନେଟରେ ବ୍ଯବହାର ଯେତିକି ବଢୁଛି, ସାଇବର ଅପରାଧ ବା ଠକେଇ ମଧ୍ୟ ସେତିକି ବୃଦ୍ଧି ପାଉଛି, ସତର୍କତା କିଭଳି ରହିବାକୁ ପଡିବ ସେନେଇ ପୁଙ୍ଖାନୁପୁଙ୍ଖ ଭାବରେ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷା ନିକେତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଥୁଆମୁଳ ରାମପୁର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ତଛିନା, ଆଇନ୍ ଜୀବୀ ମନୋରଞ୍ଜନ ନାଏକ, ଗ୍ରାମବିକାଶ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଅରବିନ୍ଦ ସ୍ବାଇଁ, ହେର୍ଡ କ୍ଳର୍କ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଚନ୍ଦ୍ର ଶେଖର ବିଶ୍ବାଳ ସାଇବର ସୁରକ୍ଷା ପରାମର୍ଶଦାତା ନିର୍ଦ୍ଦେଶକ ଡେଫିଗୋ ସଲ୍ମ୍ଯସନ୍ସ 4u ପ୍ରାଇଭେଟ ଲିମିଟେଡ଼ ଭୁବନେଶ୍ୱର ଦ୍ବାରା ଭର୍ଚ୍ଯୁଆଲ ମୋଡରେ ସାଇବର ଠକେଇ ର ବିଭିନ୍ନ ବିଷୟରେ ସତର୍କତା ଅବଲମ୍ବନ କିପରି କରାଯାଇପାରିବ ତାଉପରେ ପୁଙ୍ଖାନୁପୁଙ୍ଖ ଅବଗତ କରାଯାଇଥିଲା। ପ୍ରହଲ୍ଲାଦ ନାଏକ, ଜିମି ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ।

ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟକୁ

Related posts

ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଅବ୍ୟବସ୍ଥା ନେଇ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହସ୍ପିଟାଲ ମ୍ୟାନେଜରଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

ଚିନ୍ମୟ ପବ୍ଲିକ ସ୍କୁଲରେ ସମ୍ବର୍ଦ୍ଧନା ସଭା ଆୟୋଜିତ ଚିନ୍ମୟ ଏକାଡେମୀ ର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀଙ୍କ ଡକ୍ଟରେଟ ସମ୍ମାନ 

Sunil Chandra Nayak

ଟିକିରି ସହକାରୀ ଉଚ୍ଚ ବିଦ୍ଯାଳୟର ବାଷିର୍କ ୪୩ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!