ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇଭେଲି ୱାଲ୍ଡ ସ୍କୁଲର ୧୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ସାଇଭେଲି ୱାଲ୍ଡ ସ୍କୁଲର ୧୩ତମ ବାର୍ଷିକୋତ୍ସବ ଅନୁଷ୍ଠିତ 

ରାଉରକେଲା/ ସାଇଭେଲି ୱାଲ୍ଡ ସ୍କୁଲର ୧୩ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ନବମ ଓଡ଼ିଶା ବାଟାଲିୟନର କମାଣ୍ଡାଣ୍ଟ କର୍ଣ୍ଣେଲ ଏସ ସିଂ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସ୍କୁଲର ଉପାଧ୍ୟକ୍ଷ ଭଗବାନ ପାଢ଼ୀ ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ବାର୍ଷିକ ବିବରଣୀ ପାଠ ଓ ସ୍କୁଲର ନିର୍ଦ୍ଦେଶକ ରୋଟାରୀଆନ ଗଣେଶ୍ୱର ପଟ୍ଟନାୟକ ସ୍କୁଲ ଦ୍ବାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ଉନ୍ନତ ଶୈକ୍ଷିକ ବାତାବରଣ ପାଇଁ ଉଦ୍ୟମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଟ୍ରଷ୍ଟି ରାମଚନ୍ଦ୍ର ସାଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ କୁଲକର୍ଣ୍ଣୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଦେଶ ଆମକୁ ସବୁକିଛି ଦେଇଛି। ତେଣୁ ଦେଶପ୍ରତି ସମର୍ପିତ ରହିବା ଦରକାର। ଏହାସହ ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ଆଦର୍ଶ ଛାତ୍ର ହେବାପାଇଁ ପରାମର୍ଶ ଦେବାସହ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଚାରୁ ଚୈ।ହାନଙ୍କ ସଂଯୋଜନାରେ ସ୍କୁଲର ନର୍ସରୀ ଠାରୁ ଏକାଦଶ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡ଼ା ସହ ଯୋଗ, ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ପାଦକ ବିବେକ ସାଓ, ଗାୟତ୍ରୀ ସାଓ,ନେହା ଗୁପ୍ତା,କୁନାଲ ସାଓ,ଡି ସାଓ,ଗିରିରାଜ ଅଗ୍ରୱାଲ ଙ୍କ ସହ ବହୁ ଅଭିଭାବକ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ, ଫୁଟବଲ ବିଜେତା ଓ ଶ୍ରେଷ୍ଠ ରେଜିମେଣ୍ଟ କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହା ସହ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ପ୍ରସନଜିତ୍ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏକକ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ସଂଗ୍ରାମ ପାଇଁ ଆହ୍ବାନ 

ଜୀବନ ବୀମା ନିଗମର ଅଭିକର୍ତ୍ତା ସଂଘର ୫ ଦଫା ଦାବି ନେଇ ଧାରଣା

masiha

ରାଉରକେଲା ରେ  ମହାଶିବରାତ୍ରୀ  ଉପଲକ୍ଷେ ବେଦବ୍ୟାସ ପୀଠରେ ଫେବୃଆରୀ ୨୬ରୁ ମାର୍ଚ୍ଚ ୧୦ ଯାଏଁ ଚାଲିବ ମେଳା

masiha

Leave a Comment

error: Content is protected !!