ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୬   ୧୭ ଟି କ୍ଲଷ୍ଟରରୁ ୪୫୬ ଜଣ ଛାତ୍ର ଛାତ୍ରୀଙ୍କ ଯୋଗଦାନ

ଜଳେଶ୍ଵର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୬  

୧୭ ଟି କ୍ଲଷ୍ଟରରୁ ୪୫୬ ଜଣ ଛାତ୍ର ଛାତ୍ରୀଙ୍କ ଯୋଗଦାନ

ଜଳେଶ୍ଵର,୨/୧୧(ମନିସ)-, ଶିଶୁ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ,ସୃଜନଶୀଳତାର ପରିପ୍ରକାଶ ତଥା ଅନ୍ତର୍ନିହିତ କଳା ଓ ଦକ୍ଷତାକୁ ଲୋକଲୋଚନକୁ ଆଣିବା ଉଦ୍ଧେଶ୍ୟରେ ଜଳେଶ୍ଵର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ମହାସମାରୋହରେ ନାମ୍ପୋ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଖାଲିନା ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ମହୋତ୍ସବରେ ମୋଟ ୧୭ ଟି କ୍ଲଷ୍ଟରରୁ ୪୫୬ ଜଣ ଛାତ୍ର ଛାତ୍ରୀ ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଜଳେଶ୍ଵର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବାଲେଶ୍ୱର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ ଯୋଗ ଦେଇ ଉତ୍ସବ କୁ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ରୂପେ ଜଳେଶ୍ଵର ନଗରପାଳ ପ୍ରତୀପ କୁମାର ପ୍ରଧାନ,ସମ୍ମାନିତ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷା ସଞ୍ଚିତା ସେନାପତି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ମହାପାତ୍ର,ଖାଲିନା ସରପଞ୍ଚ ମିନତୀ ପାତ୍ର,ସମିତି ସଭ୍ୟା ସସ୍ମିତା ଦତ୍ତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ସରୋଜ କୁମାର ପାଣିଗ୍ରାହୀ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ।ଉଦ୍ଘାଟନୀ ଉତ୍ସବରେ ସୁକୁମାର ମିଶ୍ର ବେଦ ପାଠ କରିଥିବା ବେଳେ ଶେଷରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନ୍ଦର ହାଂସଦା ଧନ୍ୟବାଦ ଅର୍ପଣ କରିଥିଲେ।ଜଳେଶ୍ଵର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜଳେଶ୍ଵର ତହସିଲଦାର ସତ୍ୟଜିତ ମହାନ୍ତି, ମୁଖ୍ୟବକ୍ତା ରୂପେ ସାଂସଦ ପ୍ରତିନିଧି ବ୍ରଜ ମୋହନ ପ୍ରଧାନ,ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ବୁଦ୍ଧଦେବ ଦେ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।। ଵିଶେଷ ଅତିଥି ରୂପେ ଜଳେଶ୍ଵର ଓଷ୍ଟା ମଣ୍ଡଳ ସଭାପତି ସୁକୁମାର ମିଶ୍ର,ସମ୍ପାଦକ ହରେକୃଷ୍ଣ ଜେନା,ରାଇବଣିଆ ସମ୍ପାଦକ ହରମୋହନ ମହାନ୍ତ,ସୁବ୍ରତ ସେନାପତି, ବରିଷ୍ଠ ଶିକ୍ଷକ ବୁଦ୍ଧଦେବ ଜେନା,ହରେନ୍ଦ୍ର ମହାନ୍ତ,ରାଜେନ୍ଦ୍ର ନାୟକ,ଶ୍ୟାମ ସୁନ୍ଦର ଦେ,ସଞ୍ଜୀବ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ।ଶିକ୍ଷକ ଦିଲ୍ଲୀପ କୁମାର ସେଠୀ ଓ ସୁଶାନ୍ତ ଦାସ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରି ଥିବା ବେଳେ ଶିକ୍ଷୟତ୍ରୀ ସବିତା ପାଠୀ ବେଦ ପାଠ କରିଥିଲେ।ଶେଷରେ ନାମ୍ପୋ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ନଭେମ୍ବର ୪ ତାରିଖରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ଘୋଷଣା କରାଯାଇଥିଲା । ବହୁ ସି.ଆର.ସି.ସି,ଶିକ୍ଷକ,ଶିକ୍ଷୟତ୍ରୀ,ଅଭିଭାବକ,ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀ ମାନେ ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

“ଖୋଳ କରି ଚାଲି ଯିବେ ଡେପୁଟେସନଧାରୀ”ଖଣି ବିଭାଗରେ ଅଲାଜୁକ ଆଲୋକ କିଏ ?

masiha

ରାଇରଙ୍ଗପୁର–ବାଦାମପାହାଡ଼ରୁ ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଓ ଦୈନିକ ଭୁବନେଶ୍ୱର-ପୁରୀ ଟ୍ରେନ୍ ଦାବି

Sunil Chandra Nayak

୧- ନବରଙ୍ଗପୁରରେ ତାଇକୋଣ୍ଡୋ ବେଲ୍ଟ ପରୀକ୍ଷା , ୨- ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬

Sunil Chandra Nayak

Leave a Comment

error: Content is protected !!