ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ଦର୍ଜି ସଂଘ ପକ୍ଷରୁ ବୁଦ୍ଧେଶ୍ୱର ରେ ବୈଠକ

କାମାକ୍ଷାନଗର (ମନିସ )22/8/23// ଭୁବନ ଦର୍ଜୀ ସଂଘ ପକ୍ଷରୁ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଅଚ୍ୟୁତାନନ୍ଦ ପାତ୍ର (ଟୁନା) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେω ଯୋଗଦେଇ ଦରଜୀ ଙ୍କ ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନା ରେ ସ୍କୁଲ ପିଲାଙ୍କ ପୋଷାକ ତିଆରି ପାଇଁ ସ୍ଥାନୀୟ ଅଞ୍ଚଳର ଦରଜୀ ମାନଙ୍କୁ ସୁଯୋଗ ଦେବା ଓ ଅବସର ବିନୋଦନ ତଥା ସଂଘ ବୈଠକ ପାଇଁ ଏକ ଗୃହ ( କମ୍ୟୁନିଟି ସେଣ୍ଟର) ଯୋଗାଇ ଦେବାକୁ ମୁଖ୍ୟ ଅତିଥି ଙ୍କ ମାଧ୍ୟମରେ ନଗରପାଳ ଙ୍କୁ ନିବେଦନ କରାଯାଇଥିଲା । ସମ୍ପାଦକ ଜୟକୃଷ୍ଣ ବେହେରା,ପ୍ରମୋଦ ଦାସ,ଉପ ସଭାପତି ଅର୍ଜୁନ ପୃଷ୍ଟି,ସହ ସମ୍ପାଦକ ରବି ଚିନରା,ଦ୍ବାରିକା ବେହେରା,କୋଷାଧ୍ୟକ୍ଷ ଅନିତା ସାହୁ, ଟୁପୁସି ବିଶ୍ଵକର୍ମା ,ସହଯୋଗୀ ରଘୁନାଥ ରଣା,ଦୁଃଶାସନ ସାହୁ,ଝରଣା ପୋଥାଳ, ଅନସୁୟା ସାହୁ,ସତ୍ୟଭାମା ନାୟକ ଙ୍କ ସମେତ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଦରଜୀ ଯୋଗଦେଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅନାମ ସାହୁ କାର୍ଯ୍ୟକ୍ରମ ପରିଚଳନା କରିଥିବା ବେଳେ ଦେବାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନୂଆପଡା ଜିଲ୍ଲା ମିନିଷ୍ଟାଡିୟମ ଠାରେ ବିଶ୍ଵ ହକି ପାଇଁ ମିନି ମାରାଥନ ଦୌଡ଼

Sunil Chandra Nayak

ଏନ୍ ଏସ୍ ଏସ କୋ ୟୁନିଟ୍ ଦ୍ବାରା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠତ

Sunil Chandra Nayak

ଛାତ୍ର-ଶିକ୍ଷକ ବିରୋଧୀ ଅଗଣତାନ୍ତ୍ରିକ ଆଦର୍ଶ ଆଚରଣ ସଂହିତା ଲାଗୁ କରିବା ବିରୁଦ୍ଧରେ ଛାତ୍ର ବିକ୍ଷୋଭ 

Sunil Chandra Nayak

Leave a Comment

error: Content is protected !!