ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହଳଦୀ ଗ୍ରାମରେ ବାଲିଯାତ୍ରା ହେଲା ଉଦ୍ ଯାପନ

ନବରଙ୍ଗପୁର–(ମସିହା) ଗତ ଫେବ୍ରୁଆରୀ ମାସ ୧ ତରିଖରୁ ହଳଦି ଗ୍ରାମରେ ଚାଲି ଆସି ଥିବା ଆଦିବାସୀଙ୍କ ବାଲିଯାତ୍ରା ଉଦ୍ଯାପନୀ ହୋଇଜାଇଛି।ଉଦ୍ ଯାପନୀ ଦିବସରେ ଲୋକମାନଙ୍କ ମନୋରଞ୍ଜନ ପାଇଁ ଜଗଗୁରୁଙ୍କ ନିର୍ଦେଶନାରେ ରାଇଘରର ଚିଙ୍ଗିଡିଭଟ୍ଟା ଓ ମାଲକାନଗିରି ଜିଲ୍ଲାର ଶିରାଗୁଡା ଗ୍ରାମର ଦେସିଆ ନାଟ୍ୟ ପ୍ରଦର୍ଶନ କରାଯାଇଥିଲା ଆଖପାଖ ଅଞ୍ଚଳରୁ ବହୁ ସଂଙ୍ଖ୍ୟାରେ ଦର୍ଶକ ମାନେ ମନ ଭରି ଉପଭୋଗ କରିଥିଲେ।ଏହି ରାତିରେ ଗୀତ କୁଡିଆ ଓ ଗିତ କୁଡିଆଣୀଙ୍କ ଗୀତ ଵେଶ ଲୋକମାନଙ୍କ ମନକୁ ଵେଶ ମୋହିଥିଲା। ଉଦ୍ ଯାପନୀ ସରିବାପରେ ତାପର ରାତ୍ରୀ କମିଟି ପକ୍ଷରୁ ନ୍ରୁତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କ୍ରୁତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କ୍ରୁତ କରାଯାଇଥିଲା।ଉକ୍ତ ବାଲିଯାତ୍ରା ପ୍ରତି ୫ବର୍ଷରେ ଥରେ ହୋଇଥାଏ।ହଳଦୀ ଓ ବରଗୁଡା ଗ୍ରାମ ଲୋକଙ୍କ ମିଳିତ ଉଦ୍ୟମରେ ବାଲିଯାତ୍ରା ଆୟୋଜନ ହୋଇ ଥିଲା।ଗ୍ରାମର ଦେବା ଦେବୀ ମାନଙ୍କୁ ସନ୍ତୁଷ୍ଟ କରିବା,ଭଲ ଫସଲ ଅମଳ କରିବା,ଗ୍ରାମକୁ ରୋଗ ବ୍ୟାଧି ପ୍ରବେଶ କରାଇ ନ ଦେବା,ପରିବାରରେ ଶାନ୍ତି ଆସିବାକୁ ଏହି ଯାତ୍ରା ପାଳନ କରିଥାନ୍ତି।ହଳଦୀ ଗ୍ରାମର ମୁଖ୍ୟ ଆରାଧ୍ୟ ଧାରଣୀ ମା ଙ୍କୁ ସନ୍ତୁଷ୍ଟ କରାଯାଇଥାଏ।ଏହି ଅବସରରେ ଗ୍ରାମର ଦୁଲ୍ଲାର ଦେଇ,ଖଡିଆ,ମହପ,ଭୈରବ,ଇଂଲାନଜି ମାତା,ଗୁମାନ ଦେଇ ଓ ଭୀମା ଆଦି ଦେବତାମାନଙ୍କୁ ପୁଜାର୍ଚ୍ଚନା କରାଯାଇଥାଏ।ଗ୍ରାମ ନିକଟ ପୋଖରୀରୁ ମହିଳାମାନେ ଏକ ଶୋଭା ଯାତ୍ରାରେ ବାହାରି ବାଲି ସଂଗ୍ରହ କରି ଜାତ୍ରା ପଡିଆକୁ ଆଣିଥାଆନ୍ତି।ଏକ ଚାଙ୍ଗୁଡିରେ ରଖାଜାଇ ଏଥିରେ ନୁତନ ଶସ୍ୟ ବିହନ ବୁଣାଯାଇ ସ୍ଵତନ୍ତ୍ର ପୁଜାର୍ଚ୍ଚନା କରାଯାଏ।ବିହନ ଭଲ ଗଜା ହେଲେ ଭଲ ଫସଲ ହୁଏ ବୋଲି ଲୋକଙ୍କ ବିଶ୍ଵାସ ରହିଛି ।ଉଦ୍ଯାପନୀ ଉତ୍ଛବରେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ,ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ଚଚରାଗୁଡା ସରପଞ୍ଚ ରଞ୍ଜୁ ଭତ୍ରା,ପାପଡାହାଣ୍ଡି ଜିଲ୍ଲା ପରିଷଦ ସଭ୍ୟା ଡ. ଲିପିକା ମାଝୀ, ଚଚରାଗୁଡା ପୁର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ,ନୁରନ ତନ୍ତି ଯୋଗ ଦେଇ ଥିଲେ।ବାଲିଯାତ୍ରା ପରିଚାଳନା କମିଟିର ଗୋବିନ୍ଦ ମହାନ୍ତି,କମଳୁ ନାୟକ,ସୁମିତ୍ ମହାନ୍ତି,ଦୈତାରୀ ଜାନୀ,ପୁର୍ଣ ଚନ୍ଦ୍ର ଭତ୍ରା,କ୍ରୁଷ୍ନ ଭତ୍ରା,ନିଳ ଭତ୍ରା,ରତନ ଭତ୍ରା,ଜାଦବ ମାଳି,ଭାରତ ରାଉତ ପ୍ରମୁଖ ପୁର୍ଣ ମାତ୍ରାରେ ସହଜୋଗ କରି ସରସ ସୁନ୍ଦର କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଉତ୍କଳୀୟ ଓଷା ଓ ବ୍ରତ ପରମ୍ପରା ଆଲୋଚନାଚକ୍ର

ବସ୍ତା ଅଞ୍ଚଳ ର ସମାଚାର

masiha

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

masiha

Leave a Comment

error: Content is protected !!