ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହେଲା ଶ୍ରୀ ରାମ ନବମୀ

 ବନ୍ଧୁଗାଁ ତା ୩୦/୩/୨୩ ଆଜି ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅତି ଧୁମ୍ ଧାମରେ ପାଳନ ହୋଇଯାଇଛି।ବିଶେଷ କରି ତୁରୁକୁପେଟା ଗ୍ରାମ ଠାରେ ଥିବା ଶ୍ରୀରାମ ମନ୍ଦିର ଠାରେ ଦୁଇ ବର୍ଷ ତଳେ ଅଷ୍ଟ ଧାତୁରେ ନିର୍ମିତ ରାମ, ଲକ୍ଷ୍ମଣ ଓ ସୀତା ଙ୍କ ପ୍ରତିମୂର୍ତ୍ତି ଚୋରି ହୋଇଯାଇଥିଲା । ଗତ କାଲି ବନ୍ଧୁଗାଁ ସାଇବାବା ମନ୍ଦିର କମିଟି ତରଫରୁ ଉକ୍ତ ଅଷ୍ଟ ଧାତୁରେ ନିର୍ମିତ ତିନୋଟି ପ୍ରତିମୂର୍ତ୍ତି ଗୁଡ଼ିକ ଶ୍ରୀରାମ ମନ୍ଦିରକୁ ପ୍ରଦାନ କରିବା ପରେ ତାହାକୁ ପୂଜା ଅର୍ଚ୍ଚନା କରି ପ୍ରତିଷ୍ଠା କରିଥଲେ।ଆଜି ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ମଧ୍ୟରେ ପୂଜା ଅର୍ଚ୍ଚନା କରାଯାଇଛି । ବଡ଼ସରପଲ୍ଲୀ ଠାରେ ଶ୍ରୀରାମ ନବମୀ ଉପଲକ୍ଷେ ଅଷ୍ଟ ପ୍ରହରୀରେ ଶତାଧିକ ଭକ୍ତ ବିଭିନ୍ନ ଗାଁ ଗହଳି ରୁ ଆସି ଭଜନ କୀର୍ତ୍ତନ କରିଥଲେ। ଏହା ସହିତ ଶିଶୁ ମିନ୍ଦିର ସ୍କୁଲରୁ କୁନି କୁନି ପିଲା ମାନେ ବିଭିନ୍ନ ବେଶବୁସା ପରିଧାନ କରି ସହର ପରିକ୍ରମା କରିବା ସହିତ ଜଗନ୍ନାଥ୍ ମନ୍ଦିର ଠାରେ ଏକତ୍ରିତ ହୋଇ ବି ଇ ଓ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ଙ୍କ ଉପସ୍ଥିତିରେ ପୂଜା ଅର୍ଚ୍ଚନା କରି ଫେରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବାଲିଗୁଡାରେ ରଥଯାତ୍ରା ପାଳିତ ; ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ 

Sunil Chandra Nayak

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

masiha

ରାଇରଙ୍ଗପୁର ରେ କାଳୀ ଓ ଶ୍ୟାମାକାଳୀ ପୂଜା ଉତ୍ସବ

masiha

Leave a Comment

error: Content is protected !!