ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହେଲା ଶ୍ରୀ ରାମ ନବମୀ

 ବନ୍ଧୁଗାଁ ତା ୩୦/୩/୨୩ ଆଜି ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅତି ଧୁମ୍ ଧାମରେ ପାଳନ ହୋଇଯାଇଛି।ବିଶେଷ କରି ତୁରୁକୁପେଟା ଗ୍ରାମ ଠାରେ ଥିବା ଶ୍ରୀରାମ ମନ୍ଦିର ଠାରେ ଦୁଇ ବର୍ଷ ତଳେ ଅଷ୍ଟ ଧାତୁରେ ନିର୍ମିତ ରାମ, ଲକ୍ଷ୍ମଣ ଓ ସୀତା ଙ୍କ ପ୍ରତିମୂର୍ତ୍ତି ଚୋରି ହୋଇଯାଇଥିଲା । ଗତ କାଲି ବନ୍ଧୁଗାଁ ସାଇବାବା ମନ୍ଦିର କମିଟି ତରଫରୁ ଉକ୍ତ ଅଷ୍ଟ ଧାତୁରେ ନିର୍ମିତ ତିନୋଟି ପ୍ରତିମୂର୍ତ୍ତି ଗୁଡ଼ିକ ଶ୍ରୀରାମ ମନ୍ଦିରକୁ ପ୍ରଦାନ କରିବା ପରେ ତାହାକୁ ପୂଜା ଅର୍ଚ୍ଚନା କରି ପ୍ରତିଷ୍ଠା କରିଥଲେ।ଆଜି ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ମଧ୍ୟରେ ପୂଜା ଅର୍ଚ୍ଚନା କରାଯାଇଛି । ବଡ଼ସରପଲ୍ଲୀ ଠାରେ ଶ୍ରୀରାମ ନବମୀ ଉପଲକ୍ଷେ ଅଷ୍ଟ ପ୍ରହରୀରେ ଶତାଧିକ ଭକ୍ତ ବିଭିନ୍ନ ଗାଁ ଗହଳି ରୁ ଆସି ଭଜନ କୀର୍ତ୍ତନ କରିଥଲେ। ଏହା ସହିତ ଶିଶୁ ମିନ୍ଦିର ସ୍କୁଲରୁ କୁନି କୁନି ପିଲା ମାନେ ବିଭିନ୍ନ ବେଶବୁସା ପରିଧାନ କରି ସହର ପରିକ୍ରମା କରିବା ସହିତ ଜଗନ୍ନାଥ୍ ମନ୍ଦିର ଠାରେ ଏକତ୍ରିତ ହୋଇ ବି ଇ ଓ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ଙ୍କ ଉପସ୍ଥିତିରେ ପୂଜା ଅର୍ଚ୍ଚନା କରି ଫେରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଚୁଡ଼ା ପାହାଡ଼ ପାଦଦେଶ ଗଦଲାଝରଣ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ଶ୍ରୀ ଧବଳେଶ୍ବର ମନ୍ଦିରରେ ମହାଶିବରାତ୍ରି ପାଳିତ

Sunil Chandra Nayak

ରାଧା କୃଷ୍ଣ ଗୋପାଳ ସମାଜ ଚତୁର୍ଥ ବାର୍ଷିକ ଉତ୍ସବ ଓ଼ ଗୀତା ଯଜ୍ଞ ଅନୁଷ୍ଠିତ 

masiha

ଓଡ଼ିଆଙ୍କ ଅନ୍ୟତମ ଗଣପର୍ବ ଅଗ୍ନି ଉତ୍ସବ

Sunil Chandra Nayak

Leave a Comment

error: Content is protected !!