ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତେରେସିଂହା ରେ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ତେରେସିଂହା ରେ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ରାଧାବଲ୍ଳଭ ପଡ଼ାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ସୋମବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଘଣ୍ଟ, ଶଙ୍ଖ, ହୁଳହୁଳି, ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ହୋଇଥିଲେ l ଗ୍ରାମର ବଡ଼ ପୋଖରୀରୁ ଜଳ ଉଠାଇ ଏକ ବିରାଟ ଶୋଭା ଯାତ୍ରାରେ ନଗର ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ l ଏଥିରେ ଅନୁଷ୍ଠାନର ସଭାପତି ଡମ୍ବରୁଧର ରଣା ଓ ତାଙ୍କ ପତ୍ନୀ ଗୌରୀ ରଣା ଯଜ୍ଞକର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସଂପାଦନ କରିଥିଲେ l ଅନୁଷ୍ଠାନ ର ସମ୍ପାଦକ କୃଷ୍ଣଚନ୍ଦ୍ର ରଣା, ନବନିର୍ବାଚିତ ସଭାପତି ପୁରନ୍ଦର ରଣା ଓ ସମ୍ପାଦକ ସୁଶାନ୍ତ ରଣାଙ୍କ ନେତୃତ୍ୱରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

Sunil Chandra Nayak

ଶେଷହେଲା ଭାଇଚାରାର ପର୍ବ ଚନ୍ଦନ ଯାତ୍ରା 

ଆଜି ନୂଆଁଖାଇ ପାଳିଲେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳବାସୀ

Sunil Chandra Nayak

Leave a Comment

error: Content is protected !!